ପାଠାଗାରର ଉନ୍ନତି ପାଇଁ ଆମେରିକା ପ୍ରଫେସରଙ୍କ ଏକଲକ୍ଷ ଟଙ୍କା ପ୍ରଦାନ

blank
କେନ୍ଦ୍ରାପଡ଼ା,୧୨ା୫ : କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଡାଇମଣ୍ଡ ଜୁବଲି ପାଠାଗାରର ଉନ୍ନତି ପାଇଁ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଡ. ଦାସ କହିଛନ୍ତି ଡାଇମଣ୍ଡ ଜୁବଲି ପାଠାଗାରରେ ଅଧ୍ୟୟନ କରି ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଦେଶବିଦେଶରେ ପ୍ରତିଷ୍ଠାଲାଭ କରିଛନ୍ତି। ସେ ମଧ୍ୟ ତାଙ୍କ ଛାତ୍ର ଜୀବନରେ ଏହି ପାଠାଗାରରେ ଅଧ୍ୟୟନ କରିଥିଲେ। ତେଣୁ ପାଠାଗାର ହେଉଛି ମଣିଷ ତିଆରି କାରଖାନା। ପାଠାଗାରର ଉନ୍ନତି ପାଇଁ ପ୍ରତିବ୍ୟକ୍ତିଙ୍କ ଯୋଗଦାନ ରହିବା ଉଚିତ। ଏହି ଅର୍ଥରାଶିକୁ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କ ଝିଆରୀ ମମତା ଦାସ ଓ ପୁତୁରା ଭୁବନମୋହନ ଦାସ ପାଠାଗାରର ସଭାପତି ଆଇନଜୀବୀ ସରୋଜରାଜ ସିଂ ଓ ସମ୍ପାଦକ ବୈଦ୍ୟନାଥ ଚାଟାର୍ଜୀଙ୍କୁ ପ୍ରଦାନ କରିଥିଲେ। ଅର୍ଥରାଶି ପ୍ରଦାନ ସମୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ସ୍ୱାଧୀନ ଦାଶ, ସଚ୍ଚିଦାନନ୍ଦ ବେହେରା, ଧିରେନ ସାହୁ, ମୁକ୍ତାର ଖାଁ, ଆଶିଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Next Post

ବଳଦେବଜୀଉଙ୍କ ଭଜନରେ ଶ୍ରଦ୍ଧାଳୁ ଭାବବିହ୍ୱଳ ସଖିବଟରେ ‘ସଖିବଟ’ ଶୀର୍ଷକ ଆଲବମ୍ ଲୋକାର୍ପଣ ଉତ୍ସବ

Mon May 12 , 2025
କେନ୍ଦ୍ରାପଡା,୧୨ା୫: ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଗୁପ୍ତକ୍ଷେତ୍ର ସଖିବଟ ପରିସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଭକ୍ତି ସଙ୍ଗୀତ ଆଲବମ୍ ‘ସଖିବଟ’ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସିଦ୍ଧ ବଳଦେବଜୀଉଙ୍କୁ ସମର୍ପଣ କରାଯିବା ପରେ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ କଣ୍ଠଶିଳ୍ପୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ବଳିଷ୍ଠ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ରେଡ଼ିଓ ଭାବଗ୍ରାହୀର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading