ଓଡିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ସମିତିର ଏକ ଜରୁରୀ ବୈଠକ

blank
କେନ୍ଦ୍ରାପଡା,୧୪ା୪: ଓଡିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଏକ ଜରୁରୀ ବୈଠକ କେନ୍ଦ୍ରାପଡା ଜିଲ୍ଲାର ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦୁହୁରିଆସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଓଷ୍ଠା ସଭାପତି ଅଶୋକ କୁମାର ପରିଜାଙ୍କ ସଭାପତିତ୍ୱରେ ସରକାରଙ୍କ ଦ୍ୱାରା ପ୍ରଚଳିତ ୟୁଏଏସ୍ ପୋର୍ଟାଲ ସିଷ୍ଟମ୍ ବ୍ୟବସ୍ଥାକୁ ତୀବ୍ର ବିରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଏପ୍ରିଲ ୪ ତାରିଖଠାରୁ ରାଜ୍ୟ ସମସ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକ, ଶିକ୍ଷିକା ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ଅନ୍‌ଲାଇନ୍ ମାଧ୍ୟମରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଏ ବାବଦରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ ସରକାର କରିନାହାଁନ୍ତି । ଅନ୍‌ଲାଇନ୍ ଉପସ୍ଥାନ ପାଇଁ ଆବଶ୍ୟକୀୟ ଉପକରଣ ୱାଇ-ଫାଇ ସେବା, ଡାଟାଏଣ୍ଟ୍ରି ଅପରେଟର ସମସ୍ତ ବିଦ୍ୟାଳୟକୁ ବିଦ୍ୟୁତ୍ ବିଲ୍ ପ୍ରଦାନ ନକରି ଅନ୍‌ଲାଇନ୍ ଉପସ୍ଥାନ ପାଇଁ ଚିଠି କରିବା ଶିକ୍ଷକମାନଙ୍କୁ ଗଭୀର ବ୍ୟଥିତ କରିଛି । ଓଡିଶାର ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ସରକାର ପ୍ରଥମେ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଚାକିରୀ ସର୍ତ୍ତାବଳୀ ପୂର୍ବକ ପେନସନ ପ୍ରଦାନ ସହିତ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ, ବିଜୁଳି ବ୍ୟବସ୍ଥା, ଇଣ୍ଟରନେଟ ପ୍ୟାକେଜ୍‌, ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ସହିତ ଭିତ୍ତିଭୂମି ସୁଦୃଢ କରି ୟୁଏଏସ୍ ପୋର୍ଟାଲ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ଓଡିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି କେନ୍ଦ୍ରାପଡା ଜିଲ୍ଲା ଆବାହକ ଓଷ୍ଟା ସମ୍ପାଦକ ଭଗବାନ ସାହୁ, ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ କୁମାର ଜେନା, ଅଲୋଷ୍ଟା ଶିକ୍ଷକ ଦର୍ପଣ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, ରାଜ୍ୟ ଉପସଭାପତି ଧନେଶ୍ୱର ପାତ୍ର, ୬୬୨ ବର୍ଗ କଲେଜର କର୍ମଚାରୀ ସମନ୍ୱୟ ସମିତି ସଭାପତି ସୁଚେନ୍ଦ୍ର କୁମାର ପଢିଆରୀ, ୧୯୪ ଅଣଅନୁଦାନର ଶିକ୍ଷକ ନେତା ପଙ୍କଜ କୁମାର ବେହୁରା, ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଜିଲ୍ଲା ଯୁଗ୍ମ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, ଟିଟିକାନ୍ତ ନାୟକ, କାର୍ଯ୍ୟକାରୀ ସଦସ୍ୟ ମହେଶ୍ୱର ସାହୁ, ବିପିନ ଚରଣ ବେଉରା, ମଦ୍ରାସା ଶିକ୍ଷକ ସଂଘର ସମ୍ପାଦକ ମହମ୍ମଦ ଫାରୁକ୍ ପ୍ରମୁଖ ଦାବି କରିଛନ୍ତି ।

Next Post

ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ କେନ୍ଦ୍ରାପଡାରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର ଏକ ବିଶାଳ ହିନ୍ଦୁ ଶୋଭାଯାତ୍ରା

Mon Apr 14 , 2025
କେନ୍ଦ୍ରାପଡା ୧୪/୪ – ପଣାସଂକ୍ରାନ୍ତି ଓ ନବବର୍ଷ ଉପଲକ୍ଷେ ପ୍ରଭୁ ଶ୍ରୀରାମ ଦୂତ ମହାବୀର ହନୁମାନଙ୍କ ଜନ୍ମୋତ୍ସବ ଅବସରରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କେନ୍ଦ୍ରାପଡା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଜାତି, ଧର୍ମ ଓ ବୈଷମ୍ୟକୁ ଦୂର କରି ସମସ୍ତ ହିନ୍ଦୁ ସମାଜ ଏକତ୍ରିତ କରାଇବା ଉଦ୍ଦେଶ୍ୟରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଗୋପିନାଥ ତ୍ରିପାଠୀ, ଜିଲ୍ଲା ସମ୍ପାଦକ ବିରେନ୍ଦ୍ର କୁମାର ସାମଲ, ବଜରଙ୍ଗ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading