୧୭ଜୁଲାଇ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କୁ କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ନିବେଦନ

blank
କେନ୍ଦ୍ରାପଡ଼ା,୧୬ା୭ :ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ବ୍ୟବସ୍ଥାକୃତ ହତ୍ୟାର ନ୍ୟାୟିକ ତଦନ୍ତ ଓ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା ଦାବିରେ ଆସନ୍ତା କାଲି ଆହୁତ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ବୁଧବାର ପୂର୍ବାହ୍ନରେ କଜଳାସ୍ଥିତ କଂଗ୍ରେସ ଭବନରେ କଂଗ୍ରେସ ,ସିପିଆଇ(ଏମ୍‌) ଓ ସିପିଆଇ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଜନସାଧାରଣ, ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର ଏବଂ ସମାଜର ସମସ୍ତ ବର୍ଗଙ୍କୁ ଜୁଲାଇ ୧୭ରେ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ନିବେଦନ କରାଯାଇଛି। ଡବଲ ଇଞ୍ଜିନ ବିଜେପି ସରକାରଙ୍କ କୁଶାସନ ବିରୁଦ୍ଧରେ ଏହି ବନ୍ଦ ଓଡ଼ିଶା ଲୋକଙ୍କର ବନ୍ଦ ହେଉ ବୋଲି ମିଳିତ ବିରୋଧୀ ଦଳ ନିବେଦନ କରିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, କଂଗ୍ରେସ ସଂଖ୍ୟାଲଘୁ ସେଲ ନେତା ସୟଦ ଅବଦୁଲ ସତ୍ତାର, ଯୁବକଂଗ୍ରେସ ନେତା ଉମେଶ ପାଢ଼ୀ,ସି ପି ଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଅନ୍ୟତମ ନେତା ଜଗତଜୀବନ ଦାଶ, ସି ପି ଆଇ ରାଜ୍ୟ ସମ୍ପଦକମଣ୍ଡଳୀ ସଭ୍ୟ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଜିଲ୍ଲା ନେତୃବୃନ୍ଦ ବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଥିଲେ।

Next Post

ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

Wed Jul 16 , 2025
କେନ୍ଦ୍ରାପଡ଼ା,୧୬ା୭:କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ବିଶ୍ୱ ଜନସଂଖ୍ୟା ଦିବସ ଜିଲ୍ଲା ତାଲିମ ୟୁନିଟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ. ମନୋରଞ୍ଜନ ରାଉତ ଅଧ୍ୟକ୍ଷତା କରିଥଲେ। ଚଳିତବର୍ଷର ଶୀର୍ଷକ -“ମା ହେବାର ବୟସ ଠିକ- ଯେତେବେଳେ ଶରୀର ଓ ମନର ପ୍ରସ୍ତୁତି ଠିକ୍‌’ ଉପରେ ଗୁରୁତ୍ୱ ରଖିଥିଲେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading