ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ନେଇ ନିବେଶକ ସଚେତନତା କାର୍ଯ୍ୟକ୍ରମ

blank
କେନ୍ଦ୍ରାପଡ଼ା,୧୦ା୧୦:ଇଚ୍ଛାପୁର ଗ୍ରାମରେ ରାଇଡ ପକ୍ଷରୁ ଅଭ୍ୟୁଥାନ ଫାଇନାନ୍ସସିୟାଲ ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ଆନୁକୂଲ୍ୟରେ ନିବେଶ(ଇନଭେଷ୍ଟର) ଉପରେ ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ସଚେତନତା କରାଯାଇଛି। ଏହି ଚାରିଟେବୁଲ ଟ୍ରଷ୍ଟ ସେବୀ (ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ) ଅଧିନରେ କାର୍ଯ୍ୟ କରୁଅଛି। ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଆୟର ଅଂଶଗ୍ରହଣକାରୀମାନଙ୍କୁ ସରକାରଙ୍କ ଦ୍ୱାରା ଅନୁମୋଦିତ ଯୋଜନାରେ ସେମାନଙ୍କ ପାଣ୍ଠି ବିନଯୋଗ କରିବା ସହିତ ସମୟ ସମୟରେ ସରକାର ପ୍ରଦାନ କରୁଥିବା ସୁବିଧା ସୁଯୋଗର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ। କୌଣସି ଠକ ସଂସ୍ଥା ଦ୍ୱାରା ଦିଆଯାଉଥିବା ମିଥ୍ୟା ପ୍ରଲୋଭନ ଏବଂ ସାଇବର ଅପରାଧରୁ ଦୁରେଇ ରହିବାକୁ ଜିଲ୍ଲାପାଳ କହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟୁଥାନ ଫାଇନାନ୍ସସିୟାଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ସିଜିଏମ ଦାସରଥି ମିଶ୍ର, ସେବୀର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ମିଶ୍ର, ଉଚ୍ଚ ଶିକ୍ଷା ବିଭାଗର ଅବସରପ୍ରାପ୍ତ ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀଧର ମହାନ୍ତି, ଇଣ୍ଡିଆନ ବ୍ୟାଙ୍କର ଅବସରପ୍ରାପ୍ତ ମୁଖ୍ୟ ପରିଚାଳକ କ୍ଷୀରୋଦ ଚନ୍ଦ୍ର ପାତ୍ର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ମ୍ୟାନେଜର ପ୍ରମୋଦ କୁମାର ସ୍ୱାଇଁ, ରାଇଡର ସମ୍ପାଦକ କିଶୋର କୁମାର ସାହୁ ପ୍ରମୁଖ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା, ଅର୍ଥନୈତିକ ସଚେତନତା ଓ ସାଇବର ଅପରାଧ ସମ୍ପର୍କରେ ବୁଝାଇଥିଲେ ।

Next Post

ଏଆଇ କ୍ୟାମେରା ନଜରରେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ସ୍ଥିତି ସମୀକ୍ଷା କରି ଫ୍ଲାଗମାର୍ଚ୍ଚ କଲେ ଡିଆଇଜି

Sat Oct 11 , 2025
କେନ୍ଦ୍ରାପଡ଼ା,୧୧ା୧୦:ଏଆଇ କ୍ୟାମେରା ନଜରରେ ରହିଛି କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା। ଯାହା ଫଳରେ ପୂଜାରେ ବିଶେଷ କିଛି ଅଘଟଣ ଘଟିନାହିଁ। ଶନିବାର ପୂଜାର ଷଷ୍ଠ ଦିନରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ କେନ୍ଦ୍ରାପଡାରେ ସ୍ଥିତି ସମୀକ୍ଷା କରିଛନ୍ତି। ଜଜାଙ୍ଗସ୍ଥିତ ପ୍ରଦକ୍ଷଣଭବନରେ ସ୍ଥିତି ସମୀକ୍ଷା କରିବା ପରେ ଡିଆଇଜି ଶ୍ରୀ ନାୟକସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ । ଏହାପରେ ଡିଆଇଜି ଶ୍ରୀ ନାୟକ ପୁରୁଣା ବସଷ୍ଟାଣ୍ଡ ଫାଣ୍ଡି ନିକଟରେ ପତ୍ରକାରମାନଙ୍କୁ ସୂଚନା ଦେଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading