ତୁଳସୀକ୍ଷେତ୍ରରେ ଶ୍ରୀବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା

blank
କେନ୍ଦ୍ରାପଡା,୨୯ା୬: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ବଳଦେବଜୀଉ ମନ୍ଦିର ଦେବୋତ୍ତର ଟ୍ରଷ୍ଟ ପକ୍ଷରୁ ସ୍ଥିର କରାଯାଇଥିବା ନିର୍ଘଣ୍ଟ ଅନୁଯାଇ ନୀତିକାନ୍ତୀ କରାଯାଇଛି। ସୋମବାର ସକାଳ ୭ଟା ଭିତରେ ବଳଭଦ୍ର, ସାନ ଭାଇ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା। ସକାଳ ୭ଟା ୩୦ରେ ସ୍ନାନ ମଣ୍ଡପରେ ଜୟ ମଙ୍ଗଳା ଆଳତୀ କରାଯିବା ପରେ ପୂର୍ବାହ୍ନ ୧୦ଟାରେ ସ୍ନାନ ବେଦୀରେ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୧୦୮ କଳସୀ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା। ମଧ୍ୟାହ୍ଣ ୧୨ଟାରେ ବଲ୍ଲଭ ମଣୋହୀ ନୀତି ସମ୍ପନ୍ନ ହୋଇଥିଲା। ଅପରାହ୍ନ ଗୋଟାଏରେ ମଙ୍ଗଳାର୍ପଣ କରାଯିବା ପରେ ଦିନ ସାଢେ ଗୋଟାଏରେ ଗଜାନନ ବା ହାତୀ ବେଶରେ ତିନି ଠାକୁରଙ୍କୁ ସଜ୍ଜାଇ ଦିଆଯାଇଥିଲା। ଗଜାନନ ବେଶରେ ଶ୍ରୀଜୀଉଙ୍କୁ ଦେଖି ଭକ୍ତମାନେ ଭାବବିହ୍ୱଳ ହୋଇପଡିଥିଲେ। ଦିନ ୨ଟାରେ ଖେଚୁଡ଼ି ଧୂପ ଅନୁଷ୍ଠିତ ହେବା ପରେ ରାତ୍ର ୯ଟାରେ ତିନି ଠାକୁର ଅଣବସର ଘରେ ପ୍ରବେଶ କରିଥିଲେ ବୋଲି ଶ୍ରୀବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି। ପ୍ରବଳ ଜନ ଗହଳିକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ସ୍ନାନ ପୂର୍ଣ୍ଣିର୍ିମା ଅବସରରେ ହଜାର ହଜାର ଭକ୍ତ ସ୍ନାନ ବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ।

Next Post

ବାଲିପାଟଣା ଉଚ୍ଚ ବିଦ୍ୟାଳୟ ୧୯୯୫ ବ୍ୟାଚର "ମହା ବନ୍ଧୁ ମିଳନ’

Mon Jun 29 , 2026
କେନ୍ଦ୍ରାପଡ଼ା,୨୯ା୬: କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବାଲିପାଟଣା ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ଓ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପୁରାତନ ଛାତ୍ର ତଥା ଯୁବ ସମାଜସେବୀ ଅକ୍ଷୟ ତରାଇଙ୍କ ସଂଯୋଜନାରେ ଅନୁଷ୍ଠିିତ ସଭାରେ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ପ୍ରଧାନ ଶିକ୍ଷୟତ୍ରୀ ବିଦୁଲତା ମଲିକ, ସ୍କୁଲ ପରିଚାଳନା ସମିତିର ସୈାମେନ୍ଦ୍ର ନାୟକ, ପଞ୍ଚସଖା ଶିକ୍ଷାସେତୁ ଅଧ୍ୟକ୍ଷ ସଞ୍ଜୀବ ଜେନା, ଉପାଧ୍ୟକ୍ଷା ସବିତା ଜେନା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading