ଶ୍ରୀରାମପୁର ଶ୍ରୀରାମ ମନ୍ଦିର ୨ୟ ବାର୍ଷିକ ଉତ୍ସବ

blank
ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଶ୍ରୀରାମ ମନ୍ଦିର ୨ୟ ବାର୍ଷିକ ଉତ୍ସବ ଗତ ୫, ୬, ୭ ତାରିଖ ୩ଦିନ ବ୍ୟାପି ପବିତ୍ର ଶ୍ରୀରାମ ନବମୀ ଅବସରରେ ପାଳିତ ହୋଇଯାଇଛି । ମନ୍ଦିର ପୂଜକ ରବୀନ୍ଦ୍ର ପଣ୍ଡା ପ୍ରଭୁ ଶ୍ରୀରାମ ମା ସୀତା ପ୍ରଭୁ ଲଷ୍ମଣ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାବିଧି ପୂଜାର୍ଚନା କରିଥିଲେ । ଏଇ ଅବସରରେ ୩ଦିନ ବ୍ୟାପି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଯୋଗ ଦେଇ ଯଜ୍ଞ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ । ୩ଦିନ ବ୍ୟାପି ଆୟୋଜିତ ଶ୍ରୀରାମ ମନ୍ଦିର ବାର୍ଷିକ ଉତ୍ସବରେ ପ୍ରତ୍ୟେହ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଉତ୍ସବର ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡିଶାର ପ୍ରସିଦ୍ଧ ପ୍ରବଚକ ବାବା ଦିବାକର ଦାସ ମହାରାଜ ଓ ମନୋଜ ପ୍ରଧାନ ଦିବ୍ୟ ପ୍ରବଚନ ପ୍ରଦାନ କରିବା ସହିତ କଟକ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଗାୟକ ନରେନ୍ଦ୍ର କୁମାର ଭକ୍ତି ରସାତ୍ମକ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀରାମପୁର ଗ୍ରାମବାସୀମାନେ ପରିଚାଳନା କରିଥିଲେ ।

Next Post

 ପୁରୁଣା ବସଷ୍ଟାଣ୍ଡ ପାଖ ଅର୍ବାନ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ

Wed Apr 9 , 2025
କେନ୍ଦ୍ରାପଡ଼ା, ୯ା୪: କେନ୍ଦ୍ରାପଡା ପୌରାସଂସ୍ଥା ଅନ୍ତର୍ଗତ ବଳଗଣ୍ଡିରେ ଥିବା କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟି ବିଭିନ୍ନ ଜିନିଷପତ୍ର ନଷ୍ଟ ହୋଇଛି। ଖବର ନେବାରୁ ଜଣାପଡିଛି ଯେ ବ୍ୟାଙ୍କର ପୁରୁଣା ବସଷ୍ଟାଣ୍ଡ ଶାଖାରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ହଠାତ୍ ବ୍ୟାଙ୍କ ପରିସରରେ ନିଆଁ ଲାଗି ଯାଇଥିଲା । ବ୍ୟାଙ୍କ ପରିସରରେ ନିଆଁ ବ୍ୟାପିି ଯିବାରୁ ସେଠାରେ ଥିବା ନଥିପତ୍ରରେ ନିଆଁ ଲାଗି ଯାଇଥିଲା। ନିଆଁରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading