ସଡକ ଦୁର୍ଘଟଣାରେ ଯୁବକ ମୃତ

blank
କେନ୍ଦ୍ରାପଡ଼ା,୧୮ା୮:ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ପାରାଦୀପ- ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ଅଳାବାଙ୍କ ଛକ ନିକଟରେ ଏକ ଟ୍ରଲର ଧକ୍କାରେ ଜଣେ ଯୁବକଙ୍କର ମୃତ ହୋଇଥିବା ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାଇ ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ଚଣ୍ଡୀଖୋଲ ଆଡୁ ପାରାଦ୍ୱୀପ ଅଭିମୁଖେ ଆସୁଥିବା ଜଣେ ସ୍କୁଟି ଆରୋହୀ ଅଳାବାଙ୍କ ଛକ ଆଗକୁ ଥିବା ଏକ ଡାଇଭର୍ସନ ନିକଟରେ ବୁଲାଣି ବୁଲୁଥିବା ବେଳେ ସେହି ଦିଗରୁ ଆସୁଥିବା ଏସଭିଟି ଲଜିଷ୍ଟିକର ଏକ ଟ୍ରଲର ନଂ(ଓଡି୦୨ବିସି ୬୦୪୨) ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଆରୋହୀ ଜଣଙ୍କ କିଛି ଦୂରକୁ ଛିଟିକି ପଡିଥିବା ବେଳେ ଟ୍ରଲରର ମଝି ଦୁଇଚକ ଯୁବକଙ୍କ ପେଟ ଉପରେ ଚଢ଼ି ଯାଇଥିଲା। ତେବେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରଲର ଚାଳକକୁ ଲୋକେ କାବୁ କରିନେଇ ପୋଲିସ ଜିମା ଦେଇଥିଲେ। ମୃତ ଯୁବକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଡ଼ଗପୁର ଅଞ୍ଚଳର ଅଟୋ ଚାଳକ ବୁଢା ପାତ୍ରଙ୍କ ପୁଅ ଆଶିଷ ପାତ୍ର ବୋଲି ଜଣାପଡିଛି। ସେ କୌଣସି କାମରେ କେନ୍ଦ୍ରାପଡା ଆଡକୁ ଯାଉଥିଲେ ବୋଲି ସୂଚନା ମିଳିଛି। ଦୂର୍ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲର ଓ ସ୍କୁଟିକୁ ଜବତ କରିବା ସହ ଆଶିଷଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସଦର ଥାନା ସୁତ୍ରରୁ ଜଣାପଡିଛି।

Next Post

ମହିଳାଙ୍କୁ ଆକ୍ରମଣ-ଅସଦାଚରଣ ଅଭିଯୋଗ , ଥାନାରେ ପହଁଚିଲା ମାମଲା

Mon Aug 18 , 2025
ପଟ୍ଟାମୁଣ୍ଡାଇ ୧୬/୮ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନ ଅଧିନ ଚଉଦକୁଲାଟ ଫାଣ୍ଡି ଅଂଚଳରେ ଜଣେ ମହିଳାଙ୍କୁ ଅସଡାଚଣ ସହ ଆକ୍ରମଣ ହୋଇଛି। ଏନେଇ ମହିଳା ଜଣଙ୍କ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତି କରି ପୋଲିସ ଉଭୟ ପକ୍ଷଙ୍କୁ ଡାକି ଅଭିଯୋଗର ଛାନବିନ ଜାରି ରଖିଛି । ମିଳିଥିବା ସୂଚନା ମୁତାବକ ରବିବାରେ ମହିଳା ଜଣକ କୌଣସି କାମରେ ଚଉଦକୁଲାଟରୁ ଘରକୁ ତାଙ୍କ ପୁଅ ଗାଡିରେ ଫେରୁଥିଲେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading