ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ

blank
ପଟ୍ଟାମୁଣ୍ଡାଇ ୯/୯-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଞ୍ଚାୟତର ବନ୍ତୋଠାରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବେହେରା ପୌରୋହିତ୍ୟ କରିଥିଲେ। କେନ୍ଦ୍ରାପଡ଼ା ସହକାରୀ ଜିଲ୍ଲାପାଳ ଶୁଭଦର୍ଶନୀ ଦାସ ମୁଖ୍ୟଅତିଥି, ଶିକ୍ଷାବିତ କାଳୀ ପ୍ରସାଦ ନାୟକ ମୁଖ୍ୟବକ୍ତା, ଜିଲ୍ଲା ଇକୋ କ୍ଲବ ସଂଯୋଜକ ଗୋପୀନାଥ ଦାସ ପୂର୍ବତନ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା,କଷଣଅଣ୍ଟା ହାଇସ୍କୁଲ ପୂର୍ବତନ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ଜେନା ବନ ବିଭାଗ ଅଧିକାରୀ ମୈତ୍ରୀ ମଞ୍ଜିତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମାନସମ୍ପନ୍ନ ଶିକ୍ଷାଦାନ ସହ ଆଦର୍ଶ ନାଗରିକ ଓ ଛାତ୍ରୀଛାତ୍ର ତିଆରି କରିବାରେ ଏହି ବିଦ୍ୟାଳୟର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଗ୍ରାମାଞ୍ଚଳର ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେଇ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ । ଉତ୍ସବରେ ଅତିଥିମାନେ ବିଦ୍ୟାଳୟର ଗୌରବ ଓ ଗାରିମା ବୃଦ୍ଧି କରିବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ନିଷ୍ଠା, ପରିଶ୍ରମ ଓ ଅଧ୍ୟବସାୟର ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ପାଠପଢ଼ା ସହିତ ଖେଳକୁଦ, ସଂସ୍କୃତି ଓ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ମଧ୍ୟ ସେମାନେ ନିଜର ଦକ୍ଷତା ପ୍ରତିପାଦିତ କରିବାକୁ ନିବେଦନ କରାଯାଇଥିଲା।ବନ ବିଭାଗ ଅଧିକାରୀ ମୈତ୍ରୀ ମଞ୍ଜିତ ବିଶ୍ୱାଳ ସି ଆର ସି ସି ଶୁଭଶ୍ରୀ ମାଝୀ ପ୍ରଧାନଶିକ୍ଷକ କବି ଅନ୍ତର୍ଯ୍ୟାମୀ ବେଜ ପୂର୍ବତନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଶତପଥୀ ସହକାରୀ ଶିକ୍ଷୟତ୍ରୀ ସରୋଜିନୀ ଦାସ ଓ ପ୍ରଭାତ କୁମାର ବାରିକ ସମ୍ମାନିତଅତିଥି ଭାବେ ଯୋଗ  ଦେଇଥିଲେ ।  ଏଇ ଅବସରରେ ବିଭିନ୍ନ ବିଭାଗରେ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷକ ସୁଶୀଲ କୁମାର ଜେନା ସ୍ୱାଗତଭାଷଣ ଓ ଅନିଲ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସ୍ମୃତି ରଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଦୀପ୍ତିପ୍ରଭା ସାମନ୍ତରାୟ,ଅବନ୍ତୀ ସାହୁ ଜ୍ୟୋତିର୍ମୟୀ ରାଉତ, ପ୍ରତାପ ଜେନା ପରିଚାଳନା କରିଥିବାବେଳେ ମନୋରଞ୍ଜନ କର,ରତ୍ନମଞ୍ଜରୀ ମହନ୍ତ, ଅନିଲ ପଣ୍ଡା, ଜଗନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading