କେନ୍ଦ୍ରାପଡ଼ା,୩ା୪: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲ୍ଲାର ଠାଉରୀ ଗ୍ରାମର ଦିନବନ୍ଧୁ ସାହୁଙ୍କ ଘରେ ପହଞ୍ଚି ତାଙ୍କୁ ଟ୍ରଷ୍ଟ […]

କେନ୍ଦ୍ରାପଡ଼ା,୩ା୪: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ଦ୍ୱାରା ସାରା ରାଜ୍ୟରେ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ ସି.ପି.ଆଇ. କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ରାପଡା ଟିପିସିଓଡିଏଲ ସହକାରୀ ସାଧାରଣ ପରିଚାଳକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଓଡିଶା ସରକାର ବିଦ୍ୟୁତ ଘରୋଇକରଣ କରିବା ପରେ ସମସ୍ତ ଦେଶି ଓ ବିଦେଶୀ କମ୍ପାନୀମାନେ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରି ନେଇ ପଳାଇଛନ୍ତି। ଏବେ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଉନ୍ନତମାନର ସେବା ଯୋଗାଇ […]

କେନ୍ଦ୍ରାପଡା-କେନ୍ଦ୍ରାପଡା କ୍ରିଷ୍ଣା ଏକାଡେମୀ ଅଫଆର୍ଟ ଆଣ୍ଡ କଲ୍‌ଚର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ସୌମ୍ୟରଂଜନ ପଟ୍ଟନାୟକ ଜଣେ ନବ ପ୍ରଜନ୍ମର ସୃଜନ ଚିତ୍ରଶିଳ୍ପୀ ଭାବେ ଓଡିଶାରେ ବେଶ୍ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି । ସେ ଏକ ଅନନ୍ୟ ତଥା ବିସ୍ମୟକର ପ୍ରତିଭା । ସୌମ୍ୟଙ୍କ କୃତିତ୍ୱ ଓ ଖ୍ୟାତି କେବଳ ଓଡିଶା ଭିତରେ ସୀମିତ ହୋଇ ରହିନାହିଁ, ବରଂ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ବହୁ ଚର୍ଚ୍ଚିତ ଚିତ୍ରଶିଳ୍ପୀ ଭାବେ ପ୍ରତିପାଦନ […]

କେନ୍ଦ୍ରାପଡା ୩/୪- ଏପ୍ରିଲ ୨ ତାରିଖ ବିଶ୍ୱ ଅଟିଜିମ ସଚେତନତା ଦିବସ ଅବସରରେ ଭିନ୍ନକ୍ଷମଙ୍କ ଥେରାପି ସେବା ଓ ସଶକ୍ତିକରଣ ପାଇଁ କାର୍ଯରତ ‘ପୁନର୍ବାସ’ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା, ତୁଳସୀ ମହିଳା ମହାବିଦ୍ୟାଳୟର ସମାଜ ବିଜ୍ଞାନ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ପବିତ୍ର ଉତ୍କଳ ଦିବସ ବା ଓଡିଶା ଦିବସ ମଙ୍ଗଳବାର ପାଳିତ ହୋଇଯାଇଅଛି । ଏହି ଉତ୍ସବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଉତ୍କଳର ବରପୁତ୍ର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ, ମଧୁସୂଦନ ଦାସଙ୍କ ତୈଳଚିତ୍ରରେ ପୁଷମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ନାଗରିକ ମଞ୍ଚ […]

କେନ୍ଦ୍ରାପଡ଼ା, ୨ା୪: କେନ୍ଦ୍ରାପଡା ଜିଲାରୁ ରେଳବାଇ ଡାକସେବା କାର୍ଯ୍ୟାଳୟ (ଆର. ଏମ. ଏସ.)କୁ ଉଛେଦ କରିବା ପାଇଁ ଯେଉଁ ଷଡଯନ୍ତ୍ର ହୋଇଥିଲା ତାହା ଏବେ ସାକାର ହେବାକୁ ଯାଉଛି। ଆଉ ଦିନ କେଇଟା ପରେ ଆର.ଏମ.ଏସ.ର ସମସ୍ତ କର୍ମଚାରୀ ଏଠାରୁ ଅପସାରିତ ହୋଇଯିବେ। ଏଣୁ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆର.ଏମ.ଏସ. କାର୍ଯ୍ୟାଳୟ ନଉଠାଇବା ପାଇଁ ଯେଉଁ ଦାବିପତ୍ର ଦିଆଯାଇଥିଲା ସେଥିରେ କିଛି ଲାଭ […]

ପଟ୍ଟାମୁଣ୍ଡାଇ ତା ୨/୪ – ରାଜ୍ୟ ସରକାର ପ୍ରଶାସନିକ ସୁବିଧା ପାଇଁ ବ୍ଲକ ପୁନଃ ଗଠନ କରିବା ପାଇଁ ଯୋଜନା କରୁଛନ୍ତି । ଏହି ପରିପେକ୍ଷିରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଠାରେ ବ୍ରାହ୍ମଣୀ ବ୍ଲକ ଗଠନ ଦାବୀ ନେଇ ଗଣସଂଗ୍ରାମ ସମିତି ପକ୍ଷରୁ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ୧୪ ଟି ପଂଚାୟତର ଧୋୟାଂଚଳବାସୀଙ୍କୁ ପ୍ରଶାସନିକ ସୁବିଧା ଯୋଗାଇ […]

ପଟ୍ଟାମୁଣ୍ଡାଇ ତା ୨/୪- ପଟ୍ଟାମୁଣ୍ଡାଇ ବ୍ଲକ ଅରଡପଲ୍ଲୀ ପଞ୍ଚାୟତ ସମିତି ସଭ୍ୟା ତଥା ବିଜେପି ନେତା ସୁନାକର ବେହେରାଙ୍କ ଭାତୃବଧୂ ସରିତା ବେହେରାଙ୍କର ଗତକାଲି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ସେ ଦୀର୍ଘଦିନ ହେବ କିଡ଼ିନି ରୋଗରେ ପୀଡ଼ିତ ଥିଲେ । ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ସେ ଅରଡପଲ୍ଲୀ ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ଥିଲେ । ସେ ଜଣେ […]

କେନ୍ଦ୍ରାପଡା,୨ା୪: ଡେରାବିଶ ବ୍ଲକ ଅନ୍ତର୍ଗତ ଠାକୁରପାଟଣା ପ୍ରକଳ୍ପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାକୁରହାଟଠାରେ ରାଜ୍ୟର ପିଲାମାନଙ୍କ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଶିକ୍ଷାନୀତି ୨୦୨୦ ଆଧାରରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ ଅବସରରେ ଏକ ଜିଲ୍ଲା ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ସକାଳ ୮ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାଂସଦଙ୍କ ପ୍ରତିନିଧି କିଶୋର କୁମାର ପଣ୍ଡା, ଜିଲ୍ଲା ପରିଷଦ […]

କେନ୍ଦ୍ରାପଡା,୨ା୪: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ “ଉତ୍କଳ ସାଂସ୍କୃତିକ ସମାଜ” ଦ୍ୱାରା ଆୟୋଜିତ ଉତ୍କଳ ଦିବସ ଉତ୍ସବରେ ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ ଏବଂ ଶ୍ରୀବଳଦେବଜୀଉ ଡ୍ୟାନ୍ସ ଏକାଡେମୀ ଅଫ୍ ଡ୍ରାମା ଆଣ୍ଡ୍ କଲ୍‌ଚର (Dance Academy of Drama and Culture)ଓଡିଶା ସରକାରଙ୍କ ଦ୍ୱାରା ପ୍ରେରିତ ହୋଇ ଆକର୍ଷଣୀୟ ଓଡିଶୀ ନୃତ୍ୟ ଓ ପଲ୍ଲୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡାର ଗୌରବ ବୃଦ୍ଧି […]

Breaking News