
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ପବିତ୍ର ଉତ୍କଳ ଦିବସ ବା ଓଡିଶା ଦିବସ ମଙ୍ଗଳବାର ପାଳିତ ହୋଇଯାଇଅଛି । ଏହି ଉତ୍ସବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଉତ୍କଳର ବରପୁତ୍ର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ, ମଧୁସୂଦନ ଦାସଙ୍କ ତୈଳଚିତ୍ରରେ ପୁଷମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ କୁମାର ସାହୁ, ବିଶିଷ୍ଠ ଅତିଥି ଭାବେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ କେଳୁ ଚରଣ ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର ଯୋଗଦାନ କରି ପବିତ୍ର ଉତ୍କଳ ଦିବସ ପାଳନର ତାତ୍ପର୍ଯ୍ୟ ଓ ପ୍ରତ୍ୟେକ ଓଡି଼ଆଙ୍କ ପାଇଁ ଏହା ଗର୍ବ ଓ ଗୈାରବ ବିଷୟରେ ଆଲୋକପାତ କରିଥିଲେ । ଇଂରେଜ ଶାସନକାଳରେ ଓଡିଶା ବୋଲି ରାଜ୍ୟ କିଛି ନଥିଲା ଏହା ବିହାର ସହିତ ମିଶିକରି ଥିଲା । ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ପାଇଁ ଓଡିଶାର ବରପୁତ୍ର ଉତ୍କଳ ଗୈାରବ ମଧୁସୂଦନ ଦାସ ,ଉତ୍କଳ ମଣି ଗୋପବନ୍ଧୁ ଦାସ ,ମଣ୍ଡିତ ନିଳକଣ୍ଠ ଦାସ, ବ୍ୟାସକବି ଫକିରମୋହନ ସେନାପତି, ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି, ମହାରାଜ ସୁଢଳ ଦେବ, ସ୍ୱଭାବ କବି ଗଙ୍ଗାଧର ମେହେର, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ଆହୁରି ଅନେକ ଓଡି଼ଆ ଜାତିର ବରପୁତ୍ର ମାନେ ଓଡି଼ଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ରିତ କରି ଏକ ନୂତନ ଓଡିଶା ଗଠନ କରିବାକୁ ପଦକ୍ଷେପ ଗ୍ରହଣ କରିଥିଲେ । ଓଡିଶା ଭାରତର ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ୧୯୩୬ ମସିହା ଅପ୍ରେଲ ମାସ ୧ ତାରିଖ ଦିନ ଘୋଷିତ ହୋଇଥିଲା। ସେଥିପାଇଁ ପ୍ରତେକ ଓଡିଆ ନିଜକୁ ଗର୍ବ ଅନୁଭବ କରିବା ସହିତ ଓଡି଼ଆ ଭାଷାକୁ ରକ୍ଷା କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଞ୍ଚ ର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, ଉପଦେଷ୍ଟା ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ପରୀକ୍ଷିତ ପାତ୍ର, ପ୍ରଫେସର ଡ. ନରହରି ଲେଙ୍କା, ପ୍ରଫେସର ଗୋଲେଖ ଚନ୍ଦ୍ର ମହାରଣା, ଶିକ୍ଷାବିତ ଶଚିନନ୍ଦନ ଦାସ, ପ୍ରମୋଦ କୁମାର ନାୟକ, ଇପ୍ସ ତ୍ରିଲୋଚନ ସୁତାର, ଇପ୍ସ ତପନ କୁମାର ପାତ୍ର, ଇପ୍ସ ଗୁଣଧର ସାମଲ, ପଣ୍ଡିତ ତୈଲୋକ୍ୟ ପ୍ରସାଦ ମିଶ୍ର, ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ରାଉତ, ନାରାୟଣ ରାଉଳ, ସପ୍ସଗ୍ରାମ କେଶରୀ ରାଉତ ,ଗର୍ନ୍ଧବ ଲେଙ୍କା ,ବିଜୟ କୁମାର ମହାନ୍ତି, ସଞୟ କୁମାର ବର୍ମା, କହ୍ନାଇ ଚରଣ ପରିଡା, ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦାନ କରି ବରପୁତ୍ର ମାନେ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଦେଖିବାକୁ ଅକ୍ଳାନ୍ତ ପରିଶ୍ରମ କରି ଭାଷା ଭିତିକ ପ୍ରଥମ ପ୍ରଦେଶ ଭାବରେ ଘୋଷିତ ହେବା ପାଇଁ ଆନ୍ଦୋଳନ ରେ ସାମିଲ ହୋଇଥିଲେ ସେମାନଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରିବା ସହିତ ଓଡିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ବଜାୟ ରଖିବା ପାଇଁ ଏକ ପ୍ରାଣ ଏକ ମନ ହୋଇ କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
