![]()
![]()
![]()

କେନ୍ଦ୍ରାପଡା-କେନ୍ଦ୍ରାପଡା କ୍ରିଷ୍ଣା ଏକାଡେମୀ ଅଫଆର୍ଟ ଆଣ୍ଡ କଲ୍ଚର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ସୌମ୍ୟରଂଜନ ପଟ୍ଟନାୟକ ଜଣେ ନବ ପ୍ରଜନ୍ମର ସୃଜନ ଚିତ୍ରଶିଳ୍ପୀ ଭାବେ ଓଡିଶାରେ ବେଶ୍ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି । ସେ ଏକ ଅନନ୍ୟ ତଥା ବିସ୍ମୟକର ପ୍ରତିଭା । ସୌମ୍ୟଙ୍କ କୃତିତ୍ୱ ଓ ଖ୍ୟାତି କେବଳ ଓଡିଶା ଭିତରେ ସୀମିତ ହୋଇ ରହିନାହିଁ, ବରଂ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ବହୁ ଚର୍ଚ୍ଚିତ ଚିତ୍ରଶିଳ୍ପୀ ଭାବେ ପ୍ରତିପାଦନ କରି ପାରିଛନ୍ତି । ନିଜର ଅସାଧାରଣ କଳା ନୈପୁଣ୍ୟକୁ ରାଜ୍ୟ ଓ ଦେଶର ଅନେକ ଚିତ୍ର ପ୍ରଦର୍ଶିତ କରି ବେଶ୍ ପ୍ରଶଂସିତ ହୋଇ ୩୩ ତମ ମନୋମାନିନୀ ସମ୍ବର୍ଦ୍ଧନା-୨୦୨୫ ତଗ ମାର୍ଚ୍ଚ ୨୫ତାରିଖରେ ନାଟ୍ୟକାର ବିଭୁତି ଭୂଷଣ ମହାନ୍ତି ନାଟ୍ୟ ସ୍ମୃତି ସୃଜନ ବର୍ଣ୍ଣାଳୀ ଯୁବ ଚିତ୍ରଶିଳ୍ପୀ ଭାବେ ୨୦୨୫ ମସିହା ପାଇଁ ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡା ପାଇଁ ଗୌରବ ଆଣିଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ମନୋମାନିନୀର ସଂପାଦିକା କବିତା ମହାନ୍ତି, ବିଶିଷ୍ଟ ଚିତ୍ରଶିଳ୍ପୀ ସଂଜୟ ଭଟ୍ଟ, ଡ. ରମେଶ ପ୍ରସାଦ ପାଣୀଗ୍ରାହୀ, ଅଶୋକ ମିଶ୍ର, ମିହିର କୁମାର ମେହେର, ସଙ୍ଗୀତା ଗୋସାନୀ, ଦେବସ୍ମିତା ସାହୁ, ପ୍ରଫୁଲ୍ଲ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
