ଅରଡପଲ୍ଲୀ ସମିତିସଭ୍ୟାଙ୍କ ପରଲୋକ

blank
ପଟ୍ଟାମୁଣ୍ଡାଇ ତା ୨/୪- ପଟ୍ଟାମୁଣ୍ଡାଇ ବ୍ଲକ ଅରଡପଲ୍ଲୀ ପଞ୍ଚାୟତ ସମିତି ସଭ୍ୟା ତଥା ବିଜେପି ନେତା ସୁନାକର ବେହେରାଙ୍କ ଭାତୃବଧୂ ସରିତା ବେହେରାଙ୍କର ଗତକାଲି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ସେ ଦୀର୍ଘଦିନ ହେବ କିଡ଼ିନି ରୋଗରେ ପୀଡ଼ିତ ଥିଲେ । ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ସେ ଅରଡପଲ୍ଲୀ ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ଥିଲେ । ସେ ଜଣେ ପରୋପକାରୀ ଓ ମିଷ୍ଠଭାଷୀ ମହିଳା ଭାବରେ ପଂଚାୟତ ସମିତିରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ଆଜି ସକାଳୁ ତାଙ୍କ ମର ଶରୀର ନିଜ ଗାଁ ଅରଡପଲ୍ଲୀରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିତାଙ୍କୁ ଶେଷଦର୍ଶନ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷ ଜୟନ୍ତୀ ସ୍ବାଇଁ,ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ବିଶ୍ଵାଳ,ଅରଡ଼ପଲ୍ଲୀ ସରପଞ୍ଚ ବୁଦ୍ଧିରାମ ବେହେରା, ସମିତି ସଭ୍ୟ ସଂଘ ସଭାପତି ଅଭୟ ସ୍ବାଇଁ,ସମିତି ସଭ୍ୟା ଲିଲି ମଳିକ, ପ୍ରଦୀପ ସାହୁ,ବିଜେପି ଯୁବ ନେତା ଶଶିକାନ୍ତ ସ୍ଵାଇଁ, ଜ୍ୟୋତି ପ୍ରକାଶ ପ୍ରଧାନ, ମନୋଜ ନାୟକ ,ସଞ୍ଜୟ ସ୍ବାଇଁ, ବରିଷ୍ଠ ନେତା ଶ୍ରୀକାନ୍ତ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦିବଙ୍ଗତା ସରିତାଙ୍କ ମର ଶରୀରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଗାଁ ଶ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Next Post

ବ୍ରାହ୍ମଣୀ ବ୍ଲକ ଗଠନ ଦାବୀ ନେଇ ବୈଠକ

Wed Apr 2 , 2025
ପଟ୍ଟାମୁଣ୍ଡାଇ ତା ୨/୪ – ରାଜ୍ୟ ସରକାର ପ୍ରଶାସନିକ ସୁବିଧା ପାଇଁ ବ୍ଲକ ପୁନଃ ଗଠନ କରିବା ପାଇଁ ଯୋଜନା କରୁଛନ୍ତି । ଏହି ପରିପେକ୍ଷିରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଠାରେ ବ୍ରାହ୍ମଣୀ ବ୍ଲକ ଗଠନ ଦାବୀ ନେଇ ଗଣସଂଗ୍ରାମ ସମିତି ପକ୍ଷରୁ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ୧୪ ଟି ପଂଚାୟତର ଧୋୟାଂଚଳବାସୀଙ୍କୁ ପ୍ରଶାସନିକ ସୁବିଧା ଯୋଗାଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading