ବନ୍ୟା ଦୁର୍ଗତଙ୍କ ସେବାରେ ମାନବିକତାର ହାତ , ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ, ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ରିଲିଫ ବଣ୍ଟନ

ପଟ୍ଟାମୁଣ୍ଡାଇ ତା ୧/୯- କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଓ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମ ପଞ୍ଚାୟତର ବନ୍ୟାବିପନ୍ନ ଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି Iମହାସଂଘର ସଭାପତି ଶରତ କୁମାର ବେହୁରାଙ୍କ ନେତୃତ୍ୱରେ ପୀତବାସ ବେହେରା, ସଂଗ୍ରାମ ଜେନା, ପ୍ରକାଶ ପରିଡ଼ା, ସୁଶୀଲ ସାମଲ, ତରୁଣ ପ୍ରଧାନ, ରାଜ କିଶୋର ରାଉତରାୟ, ବାବାଜୀ ଧଳ, ଜଗନ୍ନାଥ ଧଳ, ସୁକାନ୍ତ ମହାନ୍ତି, ସତ୍ୟଭାମା ସାହୁ, ଆଦୈତ୍ୟ ମଲ୍ଲିକ, ମହେନ୍ଦ୍ର ଧଳ, ବିଷ୍ଣୁ ସାହୁ, ପ୍ରଭାବତୀ ମହାନ୍ତି, ଜୟରାମ ରାଉତ, ପଟ୍ଟାମୁଣ୍ଡାଇ ନଗର ସଭାପତି ଜୟକୃଷ୍ଣ ରାଉତ ରାଜନଗର ବ୍ଲକ ସଭାପତି ସନ୍ତୋଷ ରାଉତ ଏବଂ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଶରତ କୁମାର ବେହୁରା, ମୁକ୍ତାର ଖାଁ,ସୟଦ ଇସ୍ମାଇଲ ହୁସେନ ସୁଭାଷ ମଲ୍ଲିକ, ପୀତବାସ ବେହେରା, ତରୁଣ ରଞ୍ଜନ ପ୍ରଧାନ, ସୁଶୀଲ ସାମଲ ଓ ଅଲିଆ ରାଉତ ପ୍ରମୁଖ ବଳଭଦ୍ରପୁର ପଂଚାୟତର ବନ୍ୟା ବିପନ୍ନ ୩୨୦ ପରିବାରକୁ ଚୁଡ଼ା, ଗୁଡ଼, ବିସ୍କୁଟ, ମୁଢ଼ି, ପାଣି ବୋତଲ, ମହମବତୀ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ରିଲିଫ ଆକାରରେ ବଣ୍ଟନ କରିଥିଲେ I

Next Post

ସ୍ୱତନ୍ତ୍ର ସଘନ ସଂଶୋଧନ- ୨୦୨୬କୁ ନେଇ ରାଜନୈତିକ ଦଳ ଗୁଡିକ ସହ ବୈଠକ

Thu Sep 3 , 2026
କେନ୍ଦ୍ରାପଡ଼ା,୩ା୯:୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading