
ପଟ୍ଟାମୁଣ୍ଡାଇ ତା ୧/୯- କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଓ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମ ପଞ୍ଚାୟତର ବନ୍ୟାବିପନ୍ନ ଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି Iମହାସଂଘର ସଭାପତି ଶରତ କୁମାର ବେହୁରାଙ୍କ ନେତୃତ୍ୱରେ ପୀତବାସ ବେହେରା, ସଂଗ୍ରାମ ଜେନା, ପ୍ରକାଶ ପରିଡ଼ା, ସୁଶୀଲ ସାମଲ, ତରୁଣ ପ୍ରଧାନ, ରାଜ କିଶୋର ରାଉତରାୟ, ବାବାଜୀ ଧଳ, ଜଗନ୍ନାଥ ଧଳ, ସୁକାନ୍ତ ମହାନ୍ତି, ସତ୍ୟଭାମା ସାହୁ, ଆଦୈତ୍ୟ ମଲ୍ଲିକ, ମହେନ୍ଦ୍ର ଧଳ, ବିଷ୍ଣୁ ସାହୁ, ପ୍ରଭାବତୀ ମହାନ୍ତି, ଜୟରାମ ରାଉତ, ପଟ୍ଟାମୁଣ୍ଡାଇ ନଗର ସଭାପତି ଜୟକୃଷ୍ଣ ରାଉତ ରାଜନଗର ବ୍ଲକ ସଭାପତି ସନ୍ତୋଷ ରାଉତ ଏବଂ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଶରତ କୁମାର ବେହୁରା, ମୁକ୍ତାର ଖାଁ,ସୟଦ ଇସ୍ମାଇଲ ହୁସେନ ସୁଭାଷ ମଲ୍ଲିକ, ପୀତବାସ ବେହେରା, ତରୁଣ ରଞ୍ଜନ ପ୍ରଧାନ, ସୁଶୀଲ ସାମଲ ଓ ଅଲିଆ ରାଉତ ପ୍ରମୁଖ ବଳଭଦ୍ରପୁର ପଂଚାୟତର ବନ୍ୟା ବିପନ୍ନ ୩୨୦ ପରିବାରକୁ ଚୁଡ଼ା, ଗୁଡ଼, ବିସ୍କୁଟ, ମୁଢ଼ି, ପାଣି ବୋତଲ, ମହମବତୀ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ରିଲିଫ ଆକାରରେ ବଣ୍ଟନ କରିଥିଲେ I
