ଗୋଷ୍ଠୀ ଶୌଚାଳୟ ପାଲଟିଛି ଶ୍ରମିକଙ୍କ ବାସଗୃହ

ପୌରପରିଷଦ ଯୋଜନାର ବାଟମାରଣା

blank
ପଟ୍ଟାମୁଣ୍ଡାଇ୧/୯ – ପଟ୍ଟାମୁଣ୍ଡାଇ ପୌରପରିଷଦ ଅଂଚଳରେ ସରକାରୀ ଯୋଜନାର ବାସ୍ତବ ରୂପରେଖକୁ ନେଇ ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରକୁ ସ୍ୱଚ୍ଛ, ନିର୍ମଳ ଏବଂ ବାହାରେ ମଳତ୍ୟାଗ ମୁକ୍ତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟଗୁଡ଼ିକ ଏବେ ସମ୍ପୂର୍ଣ୍ଣ ସେବାହୀନ ହୋଇପଡ଼ିଛି। ସବୁଠାରୁ ଦୁଃଖଦାୟକ ବିଷୟ ହେଉଛି ଯେଉଁ ଶୌଚାଳୟ ଲୋକଙ୍କ ଶୌଚ ପାଇଁ ବ୍ୟବହାର ହେବା କଥା, ସେଠାରେ ଏବେ କିଛି ମଜୁରିଆ ଶ୍ରମିକ ଶ୍ରେଣୀର ଲୋକ ରହୁଥିବା ଦେଖିବାକୁ ମିଳିଛି। ଶୌଚାଳୟ ପରିସର ମଧ୍ୟରେ ରାନ୍ଧିବା, ଖାଇବା, ଲୁଗାପଟା ଶୁଖାଇବା ଏବଂ ସାମଗ୍ରୀ ରଖାଯାଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ନିକଟସ୍ଥ ଲୋକେ ପୂର୍ବପରି ବାଧ୍ୟହୋଇ ଖୋଲାରେ ଶୌଚ ହେଉଛନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟରେ ସରକାରୀ ଅର୍ଥ ନିବେଶ କରାଯାଇଥିଲା, ତାହା ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୌରପରିଷଦର ପକ୍ଷରୁ ୨୦ଟି ୱାର୍ଡର ପ୍ରମୁଖ ଛକଗୁଡ଼ିକରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଗତ ୩ ବର୍ଷତଳେ ଏହି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା । ନିର୍ମାଣ ଶେଷ ହେବା ପରଠାରୁ ଅଧିକାଂଶ ଗୋଷ୍ଠୀ ଶୌଚାଳୟରେ ନିୟମିତ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ ଏବଂ ସଫେଇର କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଇ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ତାଲା ପଡ଼ିରହିବା କାରଣରୁ କିଛି ଅସାଧୁ ବ୍ୟକ୍ତି ଚାହାପଡା ଗୋଷ୍ଠି ଶୌଚାଳୟକୁ ବେଆଇନ ବେଆଇନ ଭାବେ ବ୍ୟବହାର କରୁଛନ୍ତି। ସେହିପରି ଅନେକ ସ୍ଥାନରେ ଲୋକେ ଜାଳେଣୀ ସାମଗ୍ରୀ ରଖିବ ଓ ଗୃହପାଳିତ ପ୍ରାଣୀଙ୍କୁ ମଧ୍ୟ ରଖୁଛନ୍ତି । ଫଳରେ ସରକାରୀ ଅର୍ଥର ବାଟମାରଣା ଏବଂ ପୌର ପ୍ରଶାସନର ଘୋର ଅବହେଳା ଯୋଗୁଁ ଯୋଜନାର ପ୍ରକୃତ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ସହରର ବ୍ୟବସାୟୀ, ପାଦଚଲା ଯାତ୍ରୀ ଏବଂ ବିଶେଷ କରି ମହିଳାମାନେ ଶୌଚପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସହରର ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛତା କେବଳ କାଗଜପତ୍ର ଓ ବ୍ୟାନରରେ ସୀମିତ ରହିଯାଇଛି। ପୌରପରିଷଦ କର୍ତୃପକ୍ଷ ତୁରନ୍ତ ଏହି ଘଟଣାପ୍ରତି ଧ୍ୟାନ ଦେବା ଆବଶ୍ୟକ। ଶୌଚାଳୟଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ବିକଳ୍ପ ରହଣି ବ୍ୟବସ୍ଥା କରାଯାଉ। ଏହାସହ ଶୌଚାଳୟଗୁଡ଼ିକର ପୁନରୁଦ୍ଧାର କରି ପାଣି ଓ ଆଲୋକ ଯୋଗାଇ ଦିଆଯାଉ, ଯାହାଦ୍ୱାରା ଏହା ସାଧାରଣ ଜନତାଙ୍କ ପ୍ରକୃତ ସେବାରେ ଲାଗିପାରିବ ବିଲି ସେମାନେ ଦାବୀ କରିଛନ୍ତି । ଏନେଇ ପୌରନୀର୍ବାହୀ ଅଧିକାରୀ ରଂଜନ ଦାଶଙ୍କୁ ପଚାରିବାରେ ଏପରି ଅଭିଯୋଗ ସମ୍ପର୍କରେ ଆଜି ଖବର ପାଇଲି ସେମାନଙ୍କୁ ହଟେଇ ଶୌଚାଳୟ କାର୍ଯ୍ୟକ୍ଷମ କରାଇବାକୁ ଚେଷ୍ଟା କରିବି ।

Leave a Reply

Next Post

ଗଞ୍ଜେଇ ଜବତ,୨ଗିରଫ

Tue Sep 1 , 2026
କେନ୍ଦ୍ରାପଡ଼ା,୧ା୯:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ କେନ୍ଦ୍ରାପଡା ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା। ଏହି କ୍ରମରେ କଚେରିପଡ଼ା ଗ୍ରାମରେ କଙ୍ଗୋ ସିଗାରେଟ୍ ଖୋଳ ମଧ୍ୟରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରାଯାଉଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ […]
blank

ଲୋକମତ

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading