ଏସଏଚଜି ସଭ୍ୟାଙ୍କୁ ଶାଢୀ ଅର୍ଥ ବଂଟନରେ ଅବହେଳା , ବିଡିଓଙ୍କ ନିକଟରେ ଅଭିଯୋଗ

blank
ପଟ୍ଟାମୁଣ୍ଡାଇ ୧୦/୩ -ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲାଗି ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗାଁଠାରୁ ଆରମ୍ଭ କରି ସହରାଂଚଳର ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏପରିକି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି) ସଭ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ କେତେକ କ୍ଷେତ୍ରରେ ଏସଏଚଜି ସଭ୍ୟାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ କେତେକ ଏସଏଚଜିଙ୍କୁ ଶାଢୀଅର୍ଥ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ଏସଏଚଜିଙ୍କୁ ଶାଢୀ ମିଳିନାହିଁ । ଏନେଇ ସୋମବାର ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ପଂଚାୟତର ଥିବା କେତେକ ଏସଏଚଜିର ଶତାଧିକା ମହିଳା ବ୍ଲକ ବାରଣ୍ଡାରେ ଏକତ୍ରୀତ ହୋଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।
ସେମାନଙ୍କ କହିବା ଅନୁଯାଇ ସରକାର ଗତ ୨୦୨୪ ଜୁନ ମାସାରେ ପ୍ରତ୍ୟକ ମିଶନଶକ୍ତି ମହିଳା ମାନଙ୍କୁ ଶାଢୀ ଅର୍ଥ ପ୍ରଦାନ କରିଥିଲେ । ଯାହାକୁ ନେଇ ଏସଏଚଜି ମହିଳାମାନେ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ। କିନ୍ତୁ ପ୍ରାୟ ୯ ମାସ ବିତିଥିବା ବେଳେ ଏ ଯାଏଁ ଖଡିଅଂଟା ପଂଚାୟତ ମଧ୍ୟମରେ ଥିବା ଏସଏଚଜି ସଭ୍ୟାଙ୍କୁ ଶାଢୀଅର୍ଥ ପ୍ରଦାନ କରାଯାଇନାହିଁ । ଏନେଇ ବ୍ଲକ ମିଶନଶକ୍ତି ଅଧିକାରୀ ଓ ତତ୍କାଳିନ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳପ୍ରଦ ହେଲାନାହିଁ । ଖାଲି ବଳକା ଥିବା ସଭ୍ୟାମାନଙ୍କୁ ଶାଢୀ ଅର୍ଥ ପ୍ରଦାନ କରାଯିବ ବୋଲି ମିଶନ ଶକ୍ତି ବିପିସି ପ୍ରଭୁ ଧବଳେଶ୍ୱର ବରାଳ ଉତର ଦେଇଥିଲେ। ହେଲେ ସେନେଇ କୌଣସି ପଦେକ୍ଷପ ନିଆନଯିବାରୁ ସୋମବାର ଖଡିଅଂଟା ପଂଚାୟତର ଭିନ୍ନଭିନ୍ନ ଏସଏଚଜି ଗୃପର ମହିଳାମାନେ ଏକତ୍ରୀତ ହୋଇ ଧାରଣ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ ।

ଏହି ଧାରଣାରେ ମଶନଶକ୍ତି ସଭ୍ୟା ସୁଚିତ୍ରା ରାଉତ, ପ୍ରମିଳା ବିଶ୍ୱାଳ, ମିନତୀ ଦାଶ, ବିଭାଶିନି ସାମଲ, ଶାନ୍ତିଲତା ଦାସ, ସଞ୍ଜୁକ୍ତା ସାମଲ, ପ୍ରଭାତୀ ପରିଡା, ଅଲିଭା ସାମଲ, ଡଲ୍ଲୀ ଦାସ, ରିନା ରାଉତ, ଶାନ୍ତିଲତା ମଲିକ, ରୁକ୍ମଣୀ ନାୟକ, ସରୋଜିନୀ ବଳ, ରେବତୀ ବେହେରା, ଭାରତୀ ରାୟ ସମେତ ବହୁ ମଶନ ଶକ୍ତି ମହିଳା ଗୋଷ୍ଠି ସାମିଲ ହୋଇଥିଲେ । ଏନେଇ ଭାରାପ୍ରାପ୍ତ ବିଡିଓ ଅଶୋକ ମହାନ୍ତିଙ୍କୁ ପଚାରିବାରେ ବିଭାଗୀୟ ଅଧିକାରୀଙ୍କ ନିକଟରୁ ଯାହା ବୁଝାଯାଇଛି ସେମାନେ ଆଗରୁ କୌଣସି ଅଭିଯୋଗ କରିନାହାଁନ୍ତି । ଅଭିଯୋଗ ଆସିଛି ତଦନ୍ତ ପରେ ଯଦି ସେପରି କିଛି ନଜରକୁ ଆସେ କାର୍ଯ୍ୟାନୁଷ୍ଟାନ ନିଆଯିବ ।

Next Post

ଶ୍ରେଣୀ ଗୃହ ଭିତରେ ଦେଶର ଭବିଷ୍ୟତ : ଲୋକନାଥପୁର ମା 'ଛୁଆଳିଆପୀଠରେ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା

Mon Mar 10 , 2025
ପଟ୍ଟାମୁଣ୍ଡାଇ ୧୦/୩ -ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଲୋକନାଥପୁର ମା’ ଛୁଆଳିଆ ପୀଠ ନିକଟରେ ସିଦ୍ଧ ପରମହଂସ ନୋଡାଲ ୟୁପି ସ୍କୁଲ୍ ଓ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ଆନୁକୂଲ୍ୟରେ ମିଳିତ ସମ୍ବର୍ଦ୍ଧନା ସଭା ଏବଂ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ପୂର୍ବତନ ଶିକ୍ଷା ଅନୁନିରୀକ୍ଷକ ବିଜୟ କୁମାର ଜେନାଙ୍କ ପୌରହିତ୍ୟ ଓ ପ୍ରଧାନଶିକ୍ଷକ ଶୁଭ୍ରାଂଶୁ ଦାସଙ୍କ ସଂଯୋଜନାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading