
କେନ୍ଦ୍ରାପଡା ୨୯/୪- ଓଡିଶା ତଥା କେନ୍ଦ୍ରାପଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଳଚର ଆର୍ଟ ଏକାଡେମୀ ତରଫରୁ ରଜ୍ୟସ୍ତରୀୟ ମା ଝଙ୍କଡ଼ ମହୋତ୍ସବ ଜିଲ୍ଲା ସଂସ୍କୃତି ଭବନ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ଝଙ୍କଡ଼ ମହୋତ୍ସବର ଲକ୍ଷ ଉପରେ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ ଉତ୍ସବରେ ରାଷ୍ଟପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ । ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଶଶଧର ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସଭାପତି ଓଡ଼ିଆ ସାହିତ୍ୟ ସମାଜ ତାପସ ରାଜ ମହାରଣା, ସମ୍ମାନୀତ ଅତିଥି ଭାବେ ନବ କିଶୋର ଦାସ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଖିଲେଶ ମହାନ୍ତି, ଆଲବମ୍ ଓ ଚଳଚ୍ଚିତ୍ର ଏଞ୍ଜୋଲା ମିଶ୍ର, ଚଳଚ୍ଚିତ୍ର ଅଭିନେତା ସମ୍ବିତ କୁମାର ସାହୁ, ସମାଜସେବୀ ନଗେନ୍ଦ୍ର ନାଥ ସ୍ୱାଇଁ, କେଶବ ଚନ୍ଦ୍ର ରାଉତ,ଗୀତିକାର ସୁବାସ ପାତ୍ର, ବ୍ୟଙ୍ଗ କବି ସମ୍ପଦ ରଥ ସଭାପତି ଭାଗବତ ଟୁଙ୍ଗି ପ୍ରଚାର ସମିତି ଶ୍ରୀ ନଙ୍ଗୁଳି ବାବା, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବା କଳାକାର,କବି,ସମାଜସେବୀ ମାନଙ୍କୁ ମା ଶାରଳା ସମ୍ମାନ ଓ ବାଣୀ କ୍ଷେତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚ ଉପସ୍ଥାପନାଁରେ ପ୍ରଦୀପ କୁମାର ବିହାରୀ, ସୁଧାଶ୍ରୀ ପଣ୍ଡା କରିଥିବା ବେଳେ ସୁଶାନ୍ତ ପରିଡ଼ା, ମୋନାଲିସା ମୁଦୁଲି, କଳ୍ପନା ବିଶ୍ୱାଳ ,ବିଜୟ କେତନ ସାହୁ ଓ କ୍ରିଷ୍ଣା ଦତ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
