ଦେଶପ୍ରେମୀ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଉତ୍ସବ

blank
କେନ୍ଦ୍ରାପଡ଼ା,୬/୭- ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଏବଂ ଭାରତ ସରକାରଙ୍କ କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟ ଅଧୀନସ୍ତ ମେରା ଯୁବ ଭାରତ ସଙ୍ଗଠନ ସହାୟତାରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ମହାନ୍ ଦେଶପ୍ରେମୀ ଜାତୀୟତାବାଦୀ ନେତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଭବ୍ୟ ଜୟନ୍ତୀ ଉତ୍ସବ ଯଥାବିଧି ପାଳିତ ହୋଇଯାଇଛି। କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ, ମୁଖ୍ୟ ଅତିଥି,ବିଶିଷ୍ଟ ଅତିଥି ଭାବରେ ବରିଷ୍ଠ ବିଜେପି ନେତା ତଥା ସମାଜସେବୀ କିଶୋର ପଣ୍ଡା, ମୁଖ୍ୟ ବକ୍ତା ଭାବରେ ବାଣୀବିନୋଦ ସାହିତ୍ୟ ସେବା ନିକେତନର ସଭାପତି ତଥା ସମାଜସେବୀ ହରିଶ୍ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଅଜୟ କୁମାର ସ୍ୱାଇଁ, ନାଟ୍ୟକାର ଭୀମସେନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶ୍ୟାମାପ୍ରସାଦଙ୍କ ତ୍ୟାଗପୂତ ଜୀବନ, ଆଦର୍ଶ ଦେଶପ୍ରେମ ଏବଂ କାଶ୍ମୀର ଆନ୍ଦୋଳନ ସମେତ ଅଖଣ୍ଡ ଭାରତ ଗଠନ ପାଇଁ ସେ ଦେଖିଥିବା ସ୍ୱପ ସମ୍ପର୍କରେ ଆଲୋକପାତ କରିଥିଲେ। ଗୀତିକାର ତଥା କଣ୍ଠଶିଳ୍ପୀ ବିମଳ ପରିଡା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଯୁ୍ୱ୍ୱର୍ଗ ମହାନ ଜନନାୟକ ଶ୍ୟାମାପ୍ରସାଦଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ବିକଶିତ ଭାରତ ବର୍ଷ ଗଠନ ପାଇଁ ଅଧିକ ସମୟ ଲାଗିବ ନାହିଁ ବୋଲି କହିଥିଲେ। ଆରମ୍ଭରେ ଅତିଥିମାନେ ଶ୍ୟାମାପ୍ରସାଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ନିରୁପମା ଜେନା ବନ୍ଦେ ମାତରଂ ସଙ୍ଗୀତ ଗାନ କରିଥିଲେ। ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ଇଂଜିନିୟର ବିଶ୍ୱଜିତ ପରିଡା, ସୁଶ୍ରୀ ସଙ୍ଗୀତା ଜେନା, ପ୍ରଭାତ ବେହେରା, ଅଙ୍କିତା ପରିଡା, ପ୍ରତୀକ୍ଷା ନାୟକ, ନୃତ୍ୟ ଗୁରୁ ପ୍ରକାନ୍ତ ମହାରଣା, ସଙ୍ଗୀତ ଗୁରୁ ପ୍ରମୋଦ କୁମାର ଦାସ, ଚିତ୍ର ଗୁରୁ ପବନ କୁମାର ଧଳ, ସ୍ମୃତିରେଖା ପ୍ରିୟଦର୍ଶିନୀ, ମାନସ ମୁଦୁଲି, କୃଷ୍ଣଚନ୍ଦ୍ର ଜେନା, ରେଖାଞ୍ଜଳି ଜେନା, ପାୟଲ ପ୍ରିୟଦର୍ଶିନୀ ବାରିକ, ପ୍ରଭୁ ପ୍ରସାଦ ଦାସ , ଅର୍ଚ୍ଚନା ପରିଡା, ରୂପାଲି ସୂତାର ପ୍ରମୁଖ ଉପସ୍ଥିତ ରହି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ରେଡ଼ିଓ ଭାବଗ୍ରାହୀର ଶିଳ୍ପୀମାନେ ବିମଳ ପରିଡାଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଦେଶାତ୍ମବୋଧକ ସଙ୍ଗୀତ ଗାଇଥିଲେ ଏବଂ ପ୍ର୍ୱଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Next Post

ପ୍ରାଣୀ ଚିକିତ୍ସାଳୟରେ ପାଣି ପଶି ଅଫିସ କାର୍ଯ୍ୟ ଅଚଳ

Mon Jul 7 , 2025
କେନ୍ଦ୍ରାପଡା ୭/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାଣୀ ଚିକିତ୍ସାଳୟ ବର୍ଷା ପାଣି ଜମି ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷା ପାଣି ଭର୍ତି ହୋଇ ଡାକ୍ତରଖାନା ପରିସରରେ ଅଧାଆଣ୍ଠୁ ପାଣି ରହିଥିବା ବେଳେ ଅଫିସ ମଧ୍ୟରେ ଅପରିଷ୍କାର ଜଳ ପ୍ରବେଶ କରି ପଶୁ ଚିକିତ୍ସାରେ ବାଧା ସୃଷ୍ଟି କରୁଛି । ପଶୁ ଡାକ୍ତରଖାନା ନୂତନ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଜଳ ନିଷ୍କାସନ ପଥ ବନ୍ଦ ହୋଇଯାଇଛି । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading