ଏସପିଙ୍କୁ ଅଭିଯୋଗ କଲେ ମହାକାଳପଡାବାସୀ : ରାଜନୀତି କରୁଛନ୍ତି ପୋଲିସବାବୁ

blank
କେନ୍ଦ୍ରାପଡ଼ା,୪ା୪:ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଥାନାରେ କାର୍ଯ୍ୟରତ ପୋଲିସ ବାବୁମାନେ ଅପରାଧ ନିୟନ୍ତ୍ରଣ କରିବା ପରିବର୍ତ୍ତେ ରାଜନୀତିରେ ମୁଣ୍ଡ ଖେଳାଉଛନ୍ତି। ବିଜେଡିର ଜନ ପ୍ରତିନିଧି ଓ ତୁଙ୍ଗ ନେତାମାନଙ୍କ ବିରୋଧରେ ମିଛ ମାମଲା ରୁଜୁକରି ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ବିଜେପି ନେତାଙ୍କ କଥାରେ ପୋଲିସ ବାବୁମାନେ ପରିଚାଳିତ ହେଉଛନ୍ତି। ନିକଟରେ ମହାକାଳପଡା ବ୍ଲକ ର ରାଜଗଡ ପଞ୍ଚାୟତର ସରପଞ୍ଚଙ୍କୁ ଦୁର୍ନୀତି କରିବା ପାଇଁ କେତେକ ବିଜେପି ନେତା ବାଧ୍ୟ କଲେ। କିନ୍ତୁ ସେ ଏଥିରେ ରାଜି ନହେବାରୁ ତାଙ୍କ ବାସଭବନକୁ ଯାଇ ଧମକଚମକ ଦିଆଗଲା। ମହିଳା ସରପଞ୍ଚ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଶୁଣାଗଲା ନାହିଁ। ଓଲଟା ତାଙ୍କ ସ୍ୱାମୀଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଗଲା। ଅଶୋକଙ୍କ ଘର ଚାରିପଟେ ପୋଲିସ ଚକ୍କର କାଟିଲା। ଇତିମଧ୍ୟରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଲା।  ପିତାଙ୍କ ସୁଧକ୍ରୀୟାରେ ଯୋଗଦେଇ ପାରିଲେ ନାହିଁ। କାରଣ ପୋଲିସ ତାଙ୍କୁ ଗୋଡାଇଲା। ପୋଲିସ ତାଙ୍କ ମୋବାଇଲ ନମ୍ବର ଓ ଲୋକେସନ ଟ୍ରାକ କରି ଗୋଡାଇଲା। ଏଭଳି ଅନେକ ଘଟଣା ମାର୍ଶାଘାଇ ଓ ମହାକାଳପଡା ଥାନା ଅଞ୍ଚଳରେ ଘଟୁଛି। ଲୋକମାନେ ନିର୍ଯ୍ୟାତିତ ହୋଇ ଥାନାକୁ ଗଲେ ସେମାନଙ୍କ ଅଭିଯୋଗ ପୋଲିସ ଶୁଣିବା ବଦଳରେ ସେମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ଗିରଫ କରିବାକୁ ଗୋଡାଉଛି। ଏଭଳି ଘଟଣାକୁ ନେଇ ସମଗ୍ର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ମାର୍ଶାଘାଇ ଓ ମହାକାଳପଡା ବ୍ଲକରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବା ଅଭିଯୋଗ ହୋଇଛି। ବିଜେଡି ସମର୍ଥିତ ସାଧାରଣ ଲୋକମାନଙ୍କୁ ଆକ୍ରୋଶ ରଖି ପୁଲିସ ନିର୍ଯ୍ୟାତନା ଦେବା ଘଟଣାକୁ ବନ୍ଦ କରାନଗଲେ ଆଗାମୀ ଦିନରେ ବିଜେଡି ଓ ମହାକାଳପଡା, ମାର୍ଶାଘାଇ ଅଞ୍ଚଳର ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପୁଲିସ ପ୍ରଶାସନକୁ ଚେତାବନୀ ଦିଆଯାଇଛି। ଏସପିଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜିଲା ବିଜେଡି ସଭାପତି ଶିବପ୍ରସାଦ ଭଳ, ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ), ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ମହାକାଳପଡା ବ୍ଲକ ଉପାଧ୍ୟକ୍ଷ ବିଜୟ ଶୁକ୍ଳା, ପୂର୍ବତନ ସରପଞ୍ଚ ନିମାଇଁ ଚରଣ ସ୍ୱାଇଁ, ପୂର୍ବତନ ଜିଲା ପରିଷଦ ସଭ୍ୟା କବିତା ମଲ୍ଲିକଙ୍କ ସମେତ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନର ଜିଲା ପରିଷଦ ସଭ୍ୟ,ସଭ୍ୟା, ପୂର୍ବତନ ସରପଞ୍ଚ, ଏକଶହରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ, ରାଜଗଡ ପଞ୍ଚାୟତର ୧୪ରୁ ଉର୍ଦ୍ଧ୍ୱ ୱାର୍ଡସଭ୍ୟ,ସଭ୍ୟା ଉପସ୍ଥିତ ଥିଲେ।

Next Post

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ

Sat Apr 4 , 2026
କେନ୍ଦ୍ରାପଡ଼ା,୪ା୪:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସ୍କୁଲ ପ୍ରବେଶ ଓ ଖଡିଛୁଆଁ ଦିବସ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ବିଶିଷ୍ଟ ଅତିଥି ଓ ଜିଲ୍ଲାପାଳ ରଘୁରାମ ଆର. ଆୟର ସମ୍ମାନିତ ଅତିଥି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading