କେନ୍ଦ୍ରାପଡା ମହାବିଦ୍ୟାଳୟରେ ଯୁବରେଡକ୍ରସର ନବାଗତଙ୍କୁ ସ୍ୱାଗତ

blank
କେନ୍ଦ୍ରାପଡ଼ା,୧୬ା୧୦:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ପରିଚୟ ଓ ସ୍ୱାଗତ ନିମନ୍ତେ ଏକ ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ତଥା ଜିଲ୍ଲା ରେଡକ୍ରସର ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକ ସଂଯୋଜନା କରିଥିଲେ। ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜାତୀୟ ଯୁବପ୍ରକଳ୍ପର ରାଜ୍ୟ ସଂଯୋଜକ ସତ୍ୟଶ୍ରୀ ସୈାମ୍ୟକାନ୍ତ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆଇ.କ୍ୟୁ.ଏ.ସି. ସଂଯୋଜିକା ଡ. ଦିପ୍ତୀ ରାୟ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଯୁବରେଡକ୍ରସରେ ନୂଆ କରି ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିବା ବେଳେ ସେମାନେ ନିଜ ନିଜର ପରିଚୟ ପ୍ରଦାନ କରି ରେଡକ୍ରସରେ ଯୋଡିହେବାର କାରଣ ଦର୍ଶାଇଥିଲେ। ମୁଖ୍ୟବକ୍ତା ନିଜ ବକ୍ତବ୍ୟରେ ନବାଗତଙ୍କୁ ସମ୍ମୋହିତ କରିବା ସହ ରେଡକ୍ରସ ଚିହ୍ନିତ ଟୋପି ପ୍ରଦାନ କରି ଉତ୍ସାହିତ କରିଥିଲେ। ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଶ୍ରୀ ନାୟକ ରେଡକ୍ରସ ସ୍ୱେଛାସେବୀଙ୍କୁ ନିଜ କର୍ତ୍ତବ୍ୟ ପ୍ରତି ଅବଗତ କରାଇଥିଲେ। କଲେଜ ଅଧ୍ୟକ୍ଷ ପ୍ରଫେସର ଜେନା ରେଡକ୍ରସ ୟୁନିଟକୁ ମହାବିଦ୍ୟାଳୟର ଗୈାରବ ବୋଲି ଅଭିହିତ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଯୁବରେଡକ୍ରସର ସ୍ୱେଛାସେବୀ ମନୋଜ କୁମାର ଲେଙ୍କା, ଭବାନିଶଙ୍କର ପ୍ରଧାନ,ଉମେଶ ଆଚାର୍ଯ୍ୟ, ପ୍ରତିଭା ରାୟ, ଅର୍ପିତା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Next Post

କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ କଳାଉତ୍ସବ ଅନୁଷ୍ଠିତ

Thu Oct 16 , 2025
କେନ୍ଦ୍ରାପଡ଼ା,୧୬ା୧୦:ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୁର ସରକାରୀ ଉଚ୍ଚବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ କଳାଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଲାଲବାହାଦୁର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସ,ସହମଣ୍ଡଳ ଶିକ୍ଷାଧିକାରୀ ତଥା ମଣ୍ଡଳ ସାଧନକେନ୍ଦ୍ର ସଂଯୋଜକ ବଳଦେବ ପ୍ରସାଦ ଜେନା, ବୁଢୀ ବିଳାଶୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ ଓ ମା’ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading