
କେନ୍ଦ୍ରାପଡ଼ା ୧୧/୮: କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚଣ୍ଡିଆଗଡ଼ ଭାତୁଆଠାରେ ଏକ ବୋଲବମ୍ ସେବା ଶିବିର ଆୟୋଜିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି (ସଂଗଠନ) ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ଏହି ସେବା ଶିବିର ଆୟୋଜିତ ହୋଇଥିବାବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଡା. ଦେବସ୍ମିତା ଶର୍ମା ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆରଜିପିଆରଏସ କେନ୍ଦ୍ରାପଡ଼ା ଜିଲ୍ଲା ଅଧ୍ୟକ୍ଷ ରାଜେଶ କୁମାର ରାଉତ, ଯୁବ ସମାଜ ସେବୀ ବିକାଶ ଖୁଣ୍ଟିଆ,ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ଜ୍ଞାନ ରଞ୍ଜନ ରାଉତ, ତୁଷାର ସାହୁ, ଲଳିତ ଧଳ, ନୀଳମଣି ସେଠୀ, ଆଶିଷ ସାହୁ, ରାଜମୋହନ ସ୍ୱାଇଁ, ସୁଶାନ୍ତ ରାଉତ, ସୂରଜ କୁମାର ରାଉତ, ପ୍ରସନ୍ନ କୁମାର ସାହୁ, ଅଜୟ ବେହେରା, ଅଶ୍ୱିନୀ କୁମାର ସାହୁ, ଜ୍ୟୋତି ପ୍ରକାଶ ସାହୁ, ନିଗମ ଶର୍ମା, ଯୋଗେନ୍ଦ୍ର ମଳିକ, ଅଜୟ ମଳିକ, ଆଲୋକ ସେଠୀ, ବିଜୟ ମଳିକ, ଅକ୍ଷୟ କୁମାର ଲେଙ୍କା ଓ ମୁକୁନ୍ଦ ଲେଙ୍କାଙ୍କ ସମେତ କଂଗ୍ରେସ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ରହି ବୋଲବମ୍ ଭକ୍ତମାନଙ୍କୁ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିଥିଲେ। ଶ୍ରାବଣ ମାସରେ ବୋଲବମ୍ ଭକ୍ତମାନଙ୍କ ସୁବିଧା ଓ ସହଯୋଗ ପାଇଁ ଏଭଳି ସେବା ଶିବିର ଆୟୋଜନ କରାଯାଇଥିବାରୁ ଅଞ୍ଚଳବାସୀ ଓ ଭକ୍ତମାନେ କଂଗ୍ରେସ କମିଟିର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।
