କେନ୍ଦ୍ରାପଡା,୩୦ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଉତ୍ସବ ସକାଳ ୧୧ ଘଟିକାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି […]

କେନ୍ଦ୍ରାପଡ଼ା,୩୦ା୩ : ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆଶ୍ରମର ଭକ୍ତମାନଙ୍କ ଗହଣରେ ହିନ୍ଦୁ ନବବର୍ଷର ପ୍ରାରମ୍ଭ ଦିବସରେ ବିଶ୍ୱସ୍ରଷ୍ଟାଙ୍କୁ ବିଶ୍ୱ ତଥା ସମସ୍ତଙ୍କର ମଙ୍ଗଳ ଓ ଶାନ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଏହି ଦିବସର ବୈଶିଷ୍ଟ ସମ୍ପର୍କରେ ଶ୍ରୀମା ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିକ୍ରମାଦିତ୍ୟ ସମ୍ବତ୍ସର ଆରମ୍ଭ ଏବଂ ଧର୍ମରାଜ ଯୁଧିଷ୍ଟିରଙ୍କର […]

ଭୁବନେଶ୍ୱର, ୨୯/୩-ରାଜ୍ୟ ବିଧାନସଭାରେ ମହିଳା ଓ ଶିଶୁ ବିକାଶ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଶନିବାର ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ମୋଟ ୯୫,୪୪୩ ଜଣ ଶିଶୁ ଗୁରୁତର କୁପୋଷଣ (ଏନଏଏମ)ରେ ପୀଡିତ ହୋଇଛନ୍ତି। ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୯-୨୦ରେ ଓଡ଼ିଶାରେ ମୋଟ ୨୬,୮୨୭ ଜଣ ଶିଶୁ ଏସଏଏମରେ ପୀଡିତ ଥିଲେ। […]

କେନ୍ଦ୍ରାପଡା,୨୯ା୩: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ଡଃ ଉପେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସ୍‌ରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌରସଂସ୍ଥାର ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘର ନାନା ଜନହିତକର କାର୍ଯ୍ୟପାଇଁ ପ୍ରଶଂସା କରିଥିଲେ । ସମ୍ପାଦକ କରୁଣାକର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ […]

କେନ୍ଦ୍ରାପଡ଼ା,୨୯ା୩: ବାରୁଣୀ ତିଥିରେ ବୁଡ ପକାଇଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ପ୍ରତ୍ୟେକ ଓଡିଆଙ୍କ ବିଶ୍ୱାସ ରହିଛି। ଅପେକ୍ଷା ଥାଏ ଏହି ତିଥିକୁ। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଯାତ୍ରା ଗୁରୁବାର ଆରମ୍ଭ ହୋଇଛି। ବିରୂପା, କେଲୁଅ, ବ୍ରାହ୍ମଣୀ ନଦୀର ସଙ୍ଗମ ସ୍ଥଳରେ ବୁଧବାର ରାତି ୪ଟାରୁ ଅନୁଷ୍ଠିତ ହୋଇଥିଲା ବାରୁଣୀ ସ୍ନାନ। ଏଥିପାଇଁ ଜିଲ୍ଲା ସମେତ ବାହାର ଜିଲ୍ଲାର ଶ୍ରଦ୍ଧାଳୁମାନେ ଇନ୍ଦୁପୁର ଘାଟରେ […]

କେନ୍ଦ୍ରାପଡା,୨୯ା୩ : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଇଥିବା ଡକ୍ଟର ସଞ୍ଜୀବ କୁମାର ମହାନ୍ତିଙ୍କୁ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଲେଜର ଉଭୟ ଏନସିସି ବାଳକ ଓ ବାଳିକା, କ୍ୟାପଟେନ ସୀମା ମହାନ୍ତି, ସିଟିଓ ସତ୍ୟରଞ୍ଜନ ମିଶ୍ର, ଆସୋସିଏସନର ସଭାପତି ପ୍ରଭାସିନୀ ସାହୁ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ଅନୁପ କୁମାର ରାଉତ, ମିତ୍ରଭାନୁ ସାହୁ, ବର୍ଷା ପ୍ରିୟଦର୍ଶିନୀ ମିଶ୍ରଙ୍କ […]

ଭୁବନେଶ୍ୱର,୨୯/୩- ଦୁଇହଜାର ମସିହାର ଆଇଏଏସ ଅଧିକାରୀ ତଥା ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ରାଉତ କାର୍ତିକେୟନ ଆଗୁଆ ଅବସର ନେଇଛନ୍ତି । ତାଙ୍କ ଆଗୁଆ ଅବସର ଆବେଦନକୁ ଗତକାଲି କେନ୍ଦ୍ର ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି। ଏବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ଖବର ପରେ ଏବେ ତାଙ୍କର ଆଗାମୀ ଷ୍ଟେପ ଉପରେ ସମସ୍ତଙ୍କ ନଜର ରହିଛି ।ସୁଜାତା ରାଉତ କର୍ତିକେୟନ ପାଣ୍ଡିଆନ ପ୍ରାୟ ଗୋଟେ ମାସ […]

କେନ୍ଦ୍ରାପଡ଼ା,୨୮ା୩-କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସମିତିସଭ୍ୟ ଓ ସରପଞ୍ଚଙ୍କ ଦସ୍ତଖତ ମେଳକ କରିଛନ୍ତି ଉପଜିଲ୍ଲାପାଳ। ଏ ନେଇ ଅନାସ୍ଥାରେ ଦସ୍ତଖତ କରିଥିବା ୪୨ ଜଣ ସମିତିସଭ୍ୟ ଓ ସରପଞ୍ଚ ଶୁକ୍ରବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସେମାନଙ୍କ ଦସ୍ତଖତ ମେଳ କରିଥିଲେ। ସମସ୍ତଙ୍କ ଦସ୍ତଖତ ମେଳ ଖାଇଥିଲା ବୋଲି ଉପଜିଲ୍ଲାପାଳ ଶ୍ରୀ ନାୟକ […]

କେନ୍ଦ୍ରାପଡ଼ା,୨୮ା୩: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଗ୍ରାମର କର୍କଟରେ ପିଡିତ ଧ୍ରୁବ ଚନ୍ଦ୍ର ରାଉତଙ୍କ ପତ୍ନୀ […]

କେନ୍ଦ୍ରାପଡା,୨୮ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୀର୍ଘଦିନର ଅଚଳାବସ୍ଥା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଡ. ସଞ୍ଜୀବ କୁମାର ମହାନ୍ତିଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି। ଗତ ୨୨ତାରିଖରେ ଡ. ମହାନ୍ତି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କର ନିଷ୍ଠା ଓ ଦକ୍ଷତା ବଳରେ ବିଗତ ୪ବର୍ଷ ଧରି ଏହି ମହାବିଦ୍ୟାଳୟ (college) ରେ ହଜିଯାଇଥିବା ଶୈକ୍ଷିକ ବାତାବରଣ ପୂନର୍ବାର ଫେରିଆସିଥିବା ଦେଖିବାକୁ ମିଳିଛି। […]

Breaking News