ଖବରଦାତା ନାରାୟଣ ସାହାଣୀଙ୍କୁ ଶ୍ରଦ୍ଧାଞ୍ଜଳି

ପଟ୍ଟାମୁଣ୍ଡାଇ ୬/୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ଖବରଦାତା ତଥା ସମାଜସେବୀ ନାରାୟଣ ଚନ୍ଦ୍ର ସାହାଣୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁ୍ଷ୍ଠିତ ହୋଇଯାଇଛି । ଏହି ସଭାରେ ବହୁ ବରିଷ୍ଠ ବିଶିଷ୍ଠ, ସାହିତ୍ୟକ ତଥା ସ୍ତମ୍ଭକାର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇ ସ୍ୱର୍ଗତ ସାହାଣୀଙ୍କ ସ୍ମୃତିଚାରଣ କରିଥିଲେ ।

ବିଶିଷ୍ଠ ଶିକ୍ଷକ ସଂଜୀବ କୁମାର ତରାଇଙ୍କ ଅଧ୍ୟକ୍ଷତା ଗଣେଶ୍ୱର ଗାହାଣଙ୍କ ସଂଜୋଯନାରେ ଆୟୋଜିତ ସଭାରେ ବରିଷ୍ଠ ଖବରଦାତା ଭାସ୍କର ରାଉତରାୟ, କୃଷକ ନେତା ଗୟାଧର ଧଳ, ବିଜୟ ଦାସ, ଦାଶରଥି ସାହୁ, ଦୋଳଗୋବିନ୍ଦ ସାହୁ, ମହେଶ୍ୱର ସାମଲ, ଯଦୁମଣୀ ଦାସ, ପଣ୍ଡିତ ପ୍ରମୋଦ ତ୍ରିପାଠୀ, ସୁରେନ୍ଦ୍ର ପରିଡା, ଶିକ୍ଷାବିତ ଅରକ୍ଷିତ ସାହୁ,ଖବରଦାତା ସରୋଜ ପରିଡା, କୁମାରେଶ ନାୟକ, ପ୍ରକାଶ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାରାୟଣ ଚନ୍ଦ୍ର ସାହାଣୀ ଜଣେ ଉଚ୍ଚକୋଟୀର ଖବରଦାତା ହୋଇଥିବା ବେଳେ ଏକ ଅମ୍ଳାନ ପ୍ରତିଭା ଥିଲେ। ଖବର କରିବା ସହିତ ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରଥିଲେ । ସେ ପ୍ରଥମେ ଦୈନିକ ଖବରକାଗଜ ମାତୃଭୂମୀରୁ ଖବରଦାତା ଜୀବନୀ ଆରମ୍ଭ କରିଥିଲେ। ପରେ ପଜାତନ୍ତ୍ର, ଧରିତ୍ରୀ ଭଳି ଦୈନିକ ଖବରକାଗଜରେ ପତ୍ରକାର ଭାବେ କାମ କଲାପରେ ଜିଲ୍ଲାର ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ଇଟିଭିର ପ୍ରତିନିଧି ରୂପେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ଜିଲ୍ଲାରେ ବେଶ୍ ସୁନାମ ଅର୍ଜନ କରିଥିଲେ। ଗଣମାଧ୍ୟମ କ୍ଷେତ୍ରରେ ସେ ନିଜକୁ ପ୍ରତିଷ୍ଠିତ କରିବା ସହିତ ନିର୍ଭୀକ ଖବର ପରିବେଷଣ କରି ଲୋକଙ୍କ ସ୍ୱର ହୋଇପାରିଥିଲେ । ଏହା ବ୍ୟତୀତ ତାଙ୍କର ବିଭିନ୍ନ ଖବର ନିରବଚ୍ଛିନ୍ନ ଭାବେ ସର୍ବଦା ନିଷ୍ପେସିତଙ୍କ ଲାଗି ଉତ୍ସର୍ଗୀକୃତ ଥାଏ ବୋଲି କହିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାକୁ ବିଜୟ ଜେନା, କାର୍ତିକ ଦାସ,ଅଭିଳାଷ ପାତ୍ର, ଅକ୍ଷୟ ସ୍ୱାଇଁ, ବିକ୍ରମ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ବିଜୟ ଦାଶ ଧନ୍ୟବାଦ ଦେଇଥିଲେ ।

ସେହିପରି ପଟ୍ଟାମୁଣ୍ଡାଇ ଏସୟୁଜେ ଖବରଦାତା ସଂଘ ପକ୍ଷରୁ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ସ୍ୱର୍ଗତ ନାରାୟଣ ସାହାଣୀଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଟ୍ଟାମୁଣ୍ଡାଇ ଏସୟୁଜେର ଖବରଦାତା ମାନେ ଯୋଗ ଦେଇ ସାଧାରଣ ଜନତାଙ୍କ ସ୍ୱର ପାଲଟି ଯାଇଥିବା ନାରାୟଣ ସାହାଣୀଙ୍କ ବୃତିଗତ ଜୀବନ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରଥିଲେ। ତେଣୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅତି କମ୍ରେ ତାଙ୍କ ଭଳି ନିଡର ହୋଇ ଖବର ପ୍ରକାଶ କରିବାକୁ ହେବ ବୋଲି କହି ସାହାଣୀଙ୍କ ପଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
