ବିଶିଷ୍ଟ ଯୁବ ସମାଜସେବୀଙ୍କ ଅକାଳ ବିୟୋଗ

blank
କେନ୍ଦ୍ରାପଡ଼ା,୨୨ା୫: କେନ୍ଦ୍ରାପଡା ଗରାପୁର ବଉଳବିହାର ନିକଟ ଯୁବ ସମାଜସେବୀ ଦାମୋଦର ପାଣିଙ୍କ ପୁତ୍ର ରମେଶ ପାଣି(୪୮)ଙ୍କ ହୃଦ୍‌ଘାତରେ ବୁଧବାରଦିନ ଦେହାନ୍ତ ହୋଇଯାଇଛି । ଗତ ଦୁଇ ଦିନ ହେବ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଓ ଭୂବନେଶ୍ୱର ଏକ ଘରୋଇ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର ବହୁ ଚେଷ୍ଟା କରି ମଧ୍ୟ ବୁଧବାର ଦିନ ଶେଷତ୍ୟାଗ କରିଥିଲେ । ରମେଶ କେନ୍ଦ୍ରାପଡାରେ ରହି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ସହିତ କାର୍ଯ୍ୟକରି ବହୁ ସମାଜସେବା କରିବା ସହିତ ରାଜନିତିରେ ସକ୍ରିୟ ଭାଗ ନେଇ ସୁନାମ ଅର୍ଜନ କରିଥିଲେ । ତାଙ୍କର ଶେଷ କୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ସାନ ଭାଇ ସୁରେଶ ପାଣୀ ମୁଖାଗ୍ନୀ ଦେଇଥିଲେ । ରମେଶଙ୍କ ଘର ଅଙ୍ଗୁଳାଇ କୁହୁଡି ଅଞ୍ଚଳର । ସେ ଗତ ୩ ବର୍ଷ ତଳେ ବିବାହ କରି ଦୁଇ ବର୍ଷର ଶିଶୁ ଅଛନ୍ତି । ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ କିଶୋର ତରାଇ, ଯୁବ ନେତା ରାଜେଶ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭିର ଦୁଖଃ ପ୍ରକାଶ କରିଥିଲେ ।

Next Post

ଅପରେସନ ସିନ୍ଦୁର ସଫଳତା ,ଚନ୍ଦନନଗରରେ ଭାଜପା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

Fri May 23 , 2025
ପଟ୍ଟାମୁଣ୍ଡାଇ ୨୩/୫ – ‘ଅପରେସନ ସିନ୍ଦୂର’ର ସଫଳତାକୁ ପାଳନ କରିବା ଏବଂ ଆତଙ୍କବାଦ ବିରୋଧରେ ଦେଶର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗତ ୧୩ ତାରିଖ ଠାରୁ ୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୦ ଦିନ ବ୍ୟାପି ତ୍ରିରଙ୍ଗା ଯାତ୍ରା ପ୍ରଦର୍ଶନ କରିବାକୁ ଘୋଷଣା କରାଯାଇଥିଲା । ଏହିପରିପେକ୍ôଷିରେ ଭାରତବର୍ଷର ଏକତା ଅଖଣ୍ଡତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଠାରେ ତ୍ରିରଙ୍ଗା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading