ସ୍ୱଚ୍ଛତାର ସହ ବିକାଶ ତ୍ୱରାନ୍ୱିତ କରିଯିବ : ପୌର ପରିଷଦ ବୈଠକ

blank
ପଟ୍ଟାମୁଣ୍ଡାଇ ୧୩/୮- ପଟ୍ଟାମୁଣ୍ଡାଇ ପୌର ପରିଷଦର ପ୍ରତ୍ୟେକ ଜନକଲ୍ୟାଣ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ସ୍ୱଛତାର ସହ କାଉନସିଲ ପ୍ରତିନିଧିଙ୍କ ସହଯୋଗରେ ତ୍ୱରାନ୍ୱିତ କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦର ୧୭ତମ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ବିଧାୟକ କହିଲେ ବହୁ ଆଶା ଭରସା ନେଇ ପୌରାଂଚଳର ଜନସାଧାରଣ ପଟ୍ଟାମୁଣ୍ଡାଇ ପୌର ପରିଷଦକୁ ନିର୍ବାଚିତ କରିଛନ୍ତି । ପ୍ରତ୍ୟେକ ସରକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ସର୍ବୋପରି ଜଳନିଷ୍କାସନ ଓ ବୁଲା ଗାଇ ଗୋରୁ ହଟାଇବା ଓ ଉଠାଦୋକାନୀ ଥଇଥାନ ପ୍ରତି ବିଶେଷ ଦୃଷ୍ଟି ଦେଇ ସମସ୍ତ କାର୍ଯ୍ୟକ୍ରମକୁ ସ୍ୱଚ୍ଛତାର ସହ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ ପୌର ପରିଷଦର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ବିଗତ ବୈଠକର ବିବରଣୀ ପାଠ କରିଥିଲେ । କାଉନସିଲର ଗୋପୀବଲ୍ଲଭ ନାୟକ, ପ୍ରଶାନ୍ତ ବାରିକ, ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ, ବନିତା ମଲିକ, ମଧୁସ୍ମିତା ମଲିକ, ସୁଧାମୟ ମଲିକ, ମଳୟ ଓଝା ପ୍ରିୟଙ୍କା ସେଠୀ ବିଦ୍ୟାଧର ସେଠୀ, ସାନିଆ ପରମିନ ସାହେବା,ଝରଣା ବେହେରା, ଲାସ୍ୟମୟୀ ସାହୁ, ମୃତ୍ୟୁଞ୍ଜୟ ପାଢ଼ୀ, ସୁବାଷ ମଲିକ ପ୍ରମୁଖ ଯୋଗ ଦେଇ ନିଜ ନିଜ ୱାର୍ଡର ସମସ୍ୟା ଉତ୍ଥଅପନ କରିଥିଲେ । ଶେଷରେ ପୌର ଉପାଧ୍ୟକ୍ଷା ଅନୁପ୍ରିୟା ସାହୁ ଧନ୍ୟବାଦ ଦେଇଥିଲେ । ଏହି ବୈଠକକୁ ସରୋଜ ପଣ୍ଡା, ପ୍ରଫୁଲ୍ଲ ଦାଶ ତପସ୍ୱିନୀ ଦାଶ, ହୃଷିକେଶ ନାଥ, ଗଙ୍ଗାଧର ନାୟକ, ଗଣେଶ ଦାସ ଓ ମନୋରଞ୍ଜନ ଦାଶ ପରିଚାଳନା କରିଥିଲେ ।

Next Post

ରାଜ୍ୟର ପ୍ରଥମ ଏନ.ସି.ସି. ଆଲୁମିନି ପ୍ୟାରେଡ ଗ୍ରୁପ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଇତିହାସ ରଚିଲେ

Wed Aug 13 , 2025
କେନ୍ଦ୍ରାପଡା ୧୩/୮- କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଏନସିସି କ୍ୟାଡେଟ ମାନଙ୍କୁ ନେଇ ଗଠିତ ଏକ ସମାଜ ସେବାକାରୀ ସଂଘ ଯେଉଁଥିରେ ପ୍ରାୟ ୨୫୦ ରୁ ଅଧିକ ସଦସ୍ୟ ଓ ସଦସ୍ୟା ମିଳିତ ଭାବେ ସମସ୍ତ କାର୍ଯ୍ୟକ୍ରମ ପରସ୍ପରର ସହଯୋଗରେ ସମ୍ପନ୍ନ କରନ୍ତି। ଆସୋସିଏସନର ସଭାପତି ହେଉଛନ୍ତି ପ୍ରଭାସିନୀ ସାହୁ, ଉପସଭାପତି ସୂଚିତ୍ରବୀର୍ଯ୍ୟ ଦାସ, ସମ୍ପାଦକର କାର୍ଯ୍ୟ ନିର୍ବାହ କରନ୍ତି ଚିନ୍ମୟ କୁମାର ବିଶ୍ୱାଳ, ଉପସମ୍ପାଦକ ବିରେନ କୁମାର ସ୍ୱାଇଁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading