ବଗଡ଼ା କୃଷି ସମବାୟ ସମିତିରେ ବୋର୍ଡ ବୈଠକ ଓ ମୁଗମଣ୍ଡି ଉଦ୍‌ଘାଟିତ

blank
କେନ୍ଦ୍ରାପଡ଼ା,୪ା୬: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବଗଡ଼ା ପ୍ରାଥମିକ କୃଷି ସମବାୟ ସମିତିର ପରିଚାଳନା ସମିତି ବୈଠକ ଓ ଚଳିତ ରବି ବିପଣନ ଋତୁ ୨୦୨୪/୨୫ ନିମନ୍ତେ ମୁଗମଣ୍ଡି ଉଦ୍‌ଘାଟନ ବିଧିମତେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମିତି ପରିସରରେ ସଭାପତି ଇଂ ଅକ୍ଷୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ କାଳନ୍ଦୀ ଚରଣ ବିଶ୍ୱାଳ ପୂର୍ବସଭାର ବିବରଣୀ ପଠନ କରିବା ପରେ ଏହାର ଦୃଢ଼ୀକରଣ କରାଯାଇଥିଲା। ଗତ ଖରିଫ ଋତୁରେ ସମିତିର ସମସ୍ତ ପଞ୍ଜୀକୃତ ଧାନ ଚାଷୀଙ୍କଠାରୁ ସରକାରୀ ଧାର୍ଯ୍ୟ ସର୍ବନିମ୍ନ ସହାୟକ ଦରରେ ୨୦ ହଜାର କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ସଂଗ୍ରହ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁଳ ବ୍ୟବହୃତ ଶାରଳା, ପୂଜା ଓ ୧୦୬୧ କିସମର ଧାନ ବିହନ ପର୍ଯ୍ୟାପ୍ତ ମହଜୁଦ ରଖାଯାଇଥିବାବେଳେ ସବସିଡି ଯୁକ୍ତ ରାସାୟନିକ ସାର ମଧ୍ୟ ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ ବୋଲି ବୈଠକରେ ସଭାପତି ପ୍ରକାଶ କରିଥିଲେ। ସମିତିର ଗୋଦାମଗୃହ ତଥା ସମ୍ମିଳନୀ କକ୍ଷ ନିର୍ମାଣ ନିମନ୍ତେ ସରକାରୀ ବ୍ୟୟ ବରାଦ ସତ୍ତ୍ୱେବ୍ଲକ ପ୍ରଶାସନ ଏହାର ଟେଣ୍ଡର ପ୍ରକ୍ରିୟାକୁ ବିଳମ୍ବ କରୁଥିବାରୁ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ବିପଦସଙ୍କୁଳ ଗୋଦାମଘରକୁ ତୁରନ୍ତ ଭାଙ୍ଗି ନୂତନ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଭାପତି କହିଥିଲେ। ସମିତିର ଚଳିତ ରବି ଋଣ ଆବେଦନ ଓ ଏହାର ସ୍ଥିତି ତଥା ନୂତନ ସଦସ୍ୟତା ଆବେଦନ ଗୁଡ଼ିକର ଅନୁମୋଦନ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ରବି ବିପଣନ ଋତୁ ୨୦୨୪/୨୫ ନିମନ୍ତେ ମୁଗ ଓ ବିରି କ୍ରୟ ମଣ୍ଡିର ଶୁଭ ଉଦ୍‌ଘାଟନ କରାଯାଇଥିଲା। ବର୍ଦ୍ଧିତ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଏଣିକି ଚାଷୀମାନେ ପଞ୍ଜିକରଣ କରି ନିଜ ନିଜର ବଳକା ମୁଗ ଓ ବିରି ବିକ୍ରୟ କରିପାରିବେ ବୋଲି ମଣ୍ଡି ଉଦ୍‌ଘାଟନ କରି ସଭାପତି ଇଂ ପାଣି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୋର୍ଡ ସଦସ୍ୟ ଧରଣୀଧର ପାତ୍ର, ପ୍ରତାପ ଜେନା, ଖଗେଶ୍ୱର ସ୍ୱାଇଁ, ପ୍ରଫୁଲ୍ଲ ରାଉଳ, ସୁଜିତ୍ ବେହେରା, ତପନ ନାୟକ, ପ୍ରମିଳା ସାହୁ, ସୁରେନ୍ଦ୍ର ମୋହନ ସାହୁ, ଜ୍ଞାନରଞ୍ଜନ ସାହୁ, ମାନସ ପ୍ରଧାନ, ଜୟନ୍ତ ପରିଡ଼ା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସହ ସମ୍ପାଦକ ଦୟାନିଧି ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଡାଟା ଏଣ୍ଟ୍ରି ଅପରେଟର ସଂଘମିତ୍ରା ସ୍ୱାଇଁ ତଥା କର୍ମଚାରୀ ଅମିତାଭ ସ୍ୱାଇଁ ପରିଚାଳନା କରିଥିଲେ।

Next Post

ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡା ଶିବାଜୀ ଟାଇକୋଣ୍ଡୋ ଏକାଡେମୀର ସଫଳତା

Wed Jun 4 , 2025
କେନ୍ଦ୍ରାପଡା ୪/୬- କେନ୍ଦ୍ରାପଡା ଜିଲ୍ଲା ଶିବାଜୀ ଟାଇକୋଣ୍ଡୋଆକାଡ଼େମୀର ପ୍ରତିଯୋଗୀମାନେ କଟକସ୍ଥିତ ଜବାହରଲାଲ ନେହୁର ଇନଡୋର ଷ୍ଟାଡିୟମରେ ନବମ ଜାତୀୟ ଓପେନ ଟାଇକୋଣ୍ଡୋ ଚମ୍ପିୟାନସିପ ପ୍ରତିଯୋଗୀତାରେ ଭାଗ ନେଇ ୪ଟି ପଦକ ହାସଲ କରିଛନ୍ତି । ଏହା ଗତ ମେ ମାସ ୩୦ତାରିଖରୁ ଆରମ୍ଭ ହୋଇ ଜୁନ ୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୦୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ବିଭିନ୍ନ ବର୍ଗ ଯଥା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading