ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ପଟ୍ଟାମୁଣ୍ଡାଇ ତା ୪/୧୦- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ ଗୃହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ପୌରହିତ୍ୟ କରି ବରିଷ୍ଠ ନାଗରିକମାନେ ସମାଜର ଅଭିଜ୍ଞତାର ସମ୍ବଳ। ସମାଜ ପାଇଁ ସେମାନଙ୍କ ଅଭିଜ୍ଞତାର ଦିଗଦର୍ଶନର ଆବଶ୍ୟକତା ରହିଛି। ସେମାନଙ୍କୁ ଅବହେଳା କଲେ ସମାଜ ଉପରେ ନକରାତ୍ମକ ପ୍ରଭାବ ପଡ଼ିବ ବୋଲି ପ୍ରକାଶ କରି ସବୁ ସ୍ତରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ କୋର୍ଟ ଜେଏମଏଫସି ଡି କେ ବାଲକ୍ରିଷ୍ଣନ ଯୋଗ ଦେଇ ଅଭିଜ୍ଞତା ମଣିଷକୁ ସିଦ୍ଧହସ୍ତ କରିଥାଏ । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବିଭିନ୍ନ ଦିଗ ଉପରେ ନିଖୁଣ ପାରଙ୍ଗମତା ରହିଛି। ସେମାନଙ୍କ ଉଚିତ ମାର୍ଗଦର୍ଶନରେ ସମାଜ ଚାଲିଛି। ଏହାର ସଦୁପଯୋଗ ହେବା ଆବଶ୍ୟକ। ବରିଷ୍ଠ ନାଗରିକମାନେ ସମାଜ ସଂସ୍କାରର ମଙ୍ଗୁଆଳ ବୋଲି ପ୍ରକାଶ କରି ସମାଜରେ ଅବହେଳିତ ହେଉଥିବା ବୃଦ୍ଧ ପିତା ମାତା ଓ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଏଥିରେ ଆଇନଜୀବୀ ଗୀତାଞ୍ଜଳି ପୃଷ୍ଟି, ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ,ଡା ବାସୁଦେବ ପାତ୍ର, କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ୱାଇଁ, ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡ଼ କେଳୁ ଚରଣ ସ୍ୱାଇଁ ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ରମେଶ ଜେନା, ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ପାବନୀ କୁମାର ରାଉତ, ପ୍ରାକ୍ତନ ସହକାରୀ ଶିକ୍ଷା ଧିକାରୀ ଅଭିମନ୍ୟୁ ପଢିଆରୀ, ଶିକ୍ଷାବିତ ସଚିତ୍ର ବେହୁରା, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ପ୍ରମୋଦ ନାୟକ, ଶିକ୍ଷାବିତ ବିଜୟ କୁମାର ସାହୁ, ବଂଶୀଧର ନାୟକ, ଇଂ ତପନ ପାତ୍ର, ତ୍ରିଲୋଚନ ଜେନା, ସନାତନ ତରାଇ, ପ୍ରଦୀପ ରଥ ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ଆଇନଜୀବୀ ଧିରେନ ସାହୁ ଧନ୍ୟବାଦ ଦେଇଥିଲେ ।
