
କେନ୍ଦ୍ରାପଡ଼ା,୨୬ା୯:ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ, ଆଳି, କେନ୍ଦ୍ରାପଡ଼ା ସଦର, ପଟ୍ଟାମୁଣ୍ଡାଇ ଟାଉନ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, ନିକିରାଇ, ଡେରାବିଶ ଓ କୁଦାନଗରୀ ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପାଣିସାଉରିଆ ଗ୍ରାମର ସରୋଜିନୀ ମଳିକ(୩୨)ଙ୍କ ଠାରୁ ୧୪ ଲିଟର ବିଦେଶୀ ମଦ, ମାଟିଆ ଗ୍ରାମର ସଞ୍ଜୁଲତା ମଳିକ(୩୫)ଙ୍କ ଠାରୁ ୧୧ ଲିଟର ଦେଶୀ ମଦ, ଅଢ଼ାଜୋରି ଗ୍ରାମର ସଦାନନ୍ଦ ମଳିକ(୪୫)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ନାନକର ଗ୍ରାମର ସନ୍ତୋଷ କୁମାର ସ୍ୱାଇଁ(୫୨)ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ଚାଟରାଚକଡା ଗ୍ରାମର ଚିନ୍ମୟ ମହାନ୍ତି(୪୦)ଙ୍କ ଠାରୁ ୨୦ ଲିଟର ବିଦେଶୀ ମଦ, ଆୟତପୁର ଗ୍ରାମର କାଳୁ ମଳିକ(୫୫)ଙ୍କ ଠାରୁ ୧୫ ଲିଟର ଦେଶୀ ମଦ, ବାରୁଅ ଗ୍ରାମର ସଞ୍ଜୟ ପରିଡା(୪୪)ଙ୍କ ଠାରୁ ୨୨ ଲିଟର ଦେଶୀମଦ, କନ୍ଧାସାହି ଗ୍ରାମର ଅଜୟ କୁମାର ବେହେରା(୩୭)ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ ଓ ତେରାଗାଁ ଗ୍ରାମର ଦେବାଶିଷ ସାହାଣୀ(୩୬)ଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ ସହ ଗୋଟିଏ ମୋଟର ସାଇକଲ ଜବତ କରାଯାଇ ୯ଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ସମୁଦାୟ ୧୮୫ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।
