କେନ୍ଦ୍ରାପଡା କଲେଜ ପକ୍ଷରୁ ଉପଭୋକ୍ତା ସଚେତନତା ଅଭିଯାନ

blank
କେନ୍ଦ୍ରାପଡ଼ା,୧୩ା୩: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଉପଭୋକ୍ତା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଉପଭୋକ୍ତା ସୁରକ୍ଷା ଅଧିନିୟମ, ଉପଭୋକ୍ତା ଅଧିକାର, କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିବା ଏହି ଅଭିଯାନର ମୂଳ ଉଦେଶ୍ୟ ଥିଲା। ଛାତ୍ରଛାତ୍ରୀମାନେ ଉପଭୋକ୍ତା ସଚେତନତାକୁ ନେଇ ଗ୍ରାମବାସୀଙ୍କ ସମ୍ମୁଖରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଗ୍ରାମବାସୀମାନେ ଏହି ଅଭିଯାନକୁ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଦ୍ୟମକୁ ପ୍ରସଂଶା କରିଥିଲେ। ସ୍ଥାନୀୟ ସରପଞ୍ଚ ବିଦ୍ୟୁତପ୍ରଭା ସେଠୀ ୱାର୍ଡସଦସ୍ୟ ନିର୍ମଳ ମହାନ୍ତି, ପର୍ଶୁରାମ ଜେନା, ଯୁବକସଙ୍ଘ ସଦସ୍ୟ ଭରତ ଚନ୍ଦ୍ର ଲେଙ୍କା ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ଗ୍ରାମବାସୀ ଉପଭୋକ୍ତା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହିତ ନିଜ ଅଧିକାର ବିଷୟରେ ଅବଗତ ହୋଇ ପାରିଥିଲେ। ଏହି ଉପଲକ୍ଷେ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଭାରତଭୂଷଣ ସାହୁ, ଅଧ୍ୟାପିକା ୱାଇ. ପଦ୍ମାବତୀ, ଅଧ୍ୟାପକ ବିକାଶ କୁମାର ନାୟକ, ମନୋଜ ପ୍ରଧାନ, ଡ. ସୁରେଶ ଚନ୍ଦ୍ର ଦାସ, ରଞ୍ଜିତା ଗୋଡସରା, ଆର୍ଯ୍ୟସ୍ମିତା କର, ବାବୁଲା ବେହେରା, ଗିରିଶ କୁମାର ସାହୁଙ୍କ ନେତୃତ୍ୱରେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରଙ୍କାଳ ଗ୍ରାମରେ ଅନୁଷ୍ଠିତ ଉପଭୋକ୍ତା ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏଥିରେ ଛାତ୍ର ପ୍ରତିନିଧି ଗୋପିନାଥ ତ୍ରିପାଠୀ, ଆଶୁତୋଷ ସାହୁ, ମନୋଜ କୁମାର ଲେଙ୍କା, ରଶ୍ମୀଅଞ୍ଜନା ସାହୁ, ପି.ସି.ଶୁଭମଶେଖର ସାହୁ, ସତ୍ୟଜିତ ପ୍ରଧାନ ପ୍ରମୁଖ ଏହି ଅଭିଯାନକୁ ଅତ୍ୟନ୍ତ ସଫଳ ଭାବରେ ରୂପାୟନ କରିଥିଲେ।

Next Post

ବଡକୋଠା ଦୋଳ ମେଳଣ

Thu Mar 13 , 2025
କେନ୍ଦ୍ରାପଡ଼ା, ୧୩ା୩: କେନ୍ଦ୍ରାପଡା ସହରର ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ବଡକୋଠା ଠାରେ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । କାକଟର ରାଧାଗୋବିନ୍ଦଜୀଉଙ୍କ ନିମନ୍ତ୍ରଣରେ ସହର ଓ ଆଖାପାଖ ଅଞ୍ଚଳରୁ ୮ଟି ବିମାନରେ ରାଧାଗୋବିନ୍ଦଜୀଉ ଆସି ବଡକୋଠା ଠାରେ ଏକାଠି ହୋଇ ଭୋଗ ଖାଇଥିଲେ । ପ୍ରଥମେ କାକଟର ରାଧାଗୋବିନ୍ଦଜୀଉ ପୂର୍ବାହ୍ନ ୧୦ଟା ବେଳେ ଆସି ଦୋଳବେଦୀ ଉପରେ ବସିଥିଲେ । ଏହାପରେ ଇଚ୍ଛାପୁରର ରଘୁନାଥଜୀଉ, ଗଣାମାହାଲର ବିନୋଦବିହାରୀଜୀଉ, ବଣିଆମାଳର ତ୍ରିପାଠୀ ସାହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading