ମେଡ଼ିକାଲ କଲେଜ ଦାବିରେ ଗଣସମ୍ମେଳନ ୨୨ରୁ ଅହୋରାତ୍ର ଗଣଧାରଣା

blank
କେନ୍ଦ୍ରାପଡ଼ା,୧୩ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ସରକାର ଯେତିକି ବିଳମ୍ବ କରିଚାଲିଛନ୍ତି ସରକାରଙ୍କ ବିରୋଧରେ ଅସନ୍ତୋଷ ସେତିକି ତୀବ୍ର ହେବାରେ ଲାଗିଛି। ଆର୍ôଥକ ଦୃଷ୍ଟିରୁ ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା କେନ୍ଦ୍ରାପଡ଼ାର ଏହି ସ୍ଥିତିରେ ପରିବର୍ତ୍ତନ ପାଇଁ ଗତ ପାଞ୍ଚ ବର୍ଷ ଧରି ଏଥିଲାଗି ଲଗାତର ଦାବି କରି ଆସୁଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ଏବେ ପୁଣି ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ସରକାର ସମୟରେ ବ୍ଲକ ସ୍ତରରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ବାର ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ତତ୍କାଳୀନ ସରକାର ଏଥିପ୍ରତି ଅଣଦେଖା କରିଥିଲେ। ଜିଲ୍ଲାବାସୀ ଆଶା କରିଥିଲେ ନୂଆ ସରକାର ଜିଲ୍ଲାର ଏହି ନ୍ୟାର୍ଯ୍ୟ ଦାବି ପ୍ରତି ଗୁରୁତ୍ୱ ଦେବ। ମାତ୍ର ଏବର ସରକାର ରାଜ୍ୟରେ ଚାରିଗୋଟି ନୂଆ ମେଡିକାଲ କଲେଜ ପାଇଁ ଘୋଷଣା କରିଥିଲେ ମଧ୍ୟ ସେଥିରେ କେନ୍ଦ୍ରାପଡ଼ାର ନାମ ରହିଲା ନାହିଁ। କେବେ ହେବ ସେଥିଲାଗି ନିର୍ଦ୍ଦିଷ୍ଟତା ନାହିଁ। ଏହା ଜିଲ୍ଲାବାସୀଙ୍କ ପାଇଁ କେବଳ ଅବିଚାର ନୁହେଁ ବରଂ ଅପମାନ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଆଜିର ଗଣସମ୍ମେଳନରେ ଅଭିଯୋଗ କରାଯାଇ ଦାବି ହାସଲ ପାଇଁ ଆନ୍ଦୋଳନକୁ ଜୋରଦାର କରିବାକୁ ସ୍ଥିର କରାଯାଇଛି। ଗରାପୁର ସ୍ଥିତ ଦି ପ୍ୟାଲେସ ପରିସରରେ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗଣସମ୍ମେଳନରେ ବିଧାୟକ ଗଣେଶ୍ୱର ବେହେରା, ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳ, କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆବାହକ ମଣ୍ଡଳୀ ସଭ୍ୟ ଗୟାଧର ଧଳ, ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ଆପ୍ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, କଂଗ୍ରେସ ନେତା ଭାଗୀରଥି ଜେନା, କର୍ମଚାରୀ ସଂଘ ନେତା ଡ. ଉପେନ୍ଦ୍ର ନାଥ ପ୍ରଧାନ, ଧୋୟାଞ୍ଚଳ ବିକାଶ ପରିଷଦ ସମ୍ପାଦକ ରାଜକୁମାର ବିଶ୍ୱାଳ, କେଦାର ସାମନ୍ତରାୟ, ଶ୍ରମିକ ନେତା ପ୍ରକାଶ ମହାନ୍ତି, ନବନିର୍ମାଣ କୃଷକ ସଂଘ ନେତା ଦାଶରଥି ସାହୁ, ଅକ୍ରୁର ପଲାଇ, ସର୍ବୋଦୟ ନେତା ମହେନ୍ଦ୍ର ପଟ୍ଟନାୟକ, ବିଜୟ ନାୟକ, ବୈଷ୍ଣବ ସ୍ୱାଇଁ, ସୁରେଶ ପଟ୍ଟନାୟକ, ସୀତାକାନ୍ତ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଆଲୋଚନାରେ ଅଂଶଗ୍ରହଣ କରି ଆସନ୍ତା ବିଧାନସଭା ଅଧିବେଶନ କାଳରେ ସରକାର ଏ ସମ୍ପର୍କରେ ଘୋଷଣା କରିବା ପାଇଁ ଦାବି କରିଥିଲେ। ସରକାରଙ୍କୁ ଜିଲ୍ଲାବାସୀଙ୍କ କ୍ଷୋଭ ଜଣାଇଦେବା ସହ ଆସନ୍ତା ୨୨ ତାରିଖ ଠାରୁ ଦାବି ହାସଲ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା ଆନ୍ଦୋଳନ ସଙ୍ଗଠିତ କରାଯିବା ପାଇଁ ଏଠାରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ଅଧିକାର ହାସଲ ପାଇଁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଜିଲ୍ଲାର ସବୁ ବର୍ଗର ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି।

Next Post

୧୮ରେ ଗୁରୁ ଗର୍ଜ୍ଜନ କରିବେ ମିଳିତ ମଞ୍ଚ ଏନପିଏସ ମାଧ୍ୟମିକ ଶିକ୍ଷକ ସଙ୍ଘ

Sat Sep 13 , 2025
କେନ୍ଦ୍ରାପଡ଼ା,୧୩ା୯:ମିଳିତ ମଞ୍ଚ ଏନପିଏସ ମାଧ୍ୟମିକ ଶିକ୍ଷକ ସଙ୍ଘ,କେନ୍ଦ୍ରାପଡା ସଂଗଠନ କେନ୍ଦ୍ରାପଡା ଜିଲ୍ଲାର ମାଧ୍ୟମିକ ସରକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ୪ଦଫା ଦାବି ପୁରଣ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ରଘୁରାମ ଆର.ଆୟାର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ୱାଗତିକା ସ୍ୱାଇଁ, ଦିପ୍ତୀ ନାୟକ ଓ ଶୁଭସ୍ମିତା ତ୍ରିପାଠୀଙ୍କୁ ଜିଲ୍ଲା ମିଳିତ ମଞ୍ଚ ଏନପିଏସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading