ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ

blank
ପଟ୍ଟାମୁଣ୍ଡାଇ ତା ୨୩/୯- ସମ୍ପ୍ରତି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଏମ ଏନ ହାଇସ୍କୁଲର ୪ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ରାଉତରାୟ, ସହକାରୀ ଶିକ୍ଷକ ଅଶୋକ ଦାଶ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀବଲ୍ଲଭ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତପନ ଦାଶ, ଅଭିଭାବକ ସଂଘ ସଭାପତି ଗୋପୀନାଥ ତ୍ରିପାଠୀ ଓ ପୁରାତନ ଛାତ୍ର ସଂସଦ ସଦସ୍ୟ ଚିତ୍ରକାର ରାଜେନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଶଶାଙ୍କଶେଖର ସାହୁ, ସରୋଜ ସ୍ୱାଇଁ, ତାପସ ବେହେରା ଓ ଅନିତା ଧଳଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Next Post

ବ୍ଲକ ଜିପିଏଲଏଫ କର୍ମୀ ସଂଘ ପକ୍ଷରୁ ଧାରଣା

Tue Sep 23 , 2025
ପଟ୍ଟାମୁଣ୍ଡାଇ ୨୩/୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ବ୍ଲକ ଜିପିଏଲଏଫ ସଂଘ ପକ୍ଷରୁ ମଙ୍ଗଳବାର ବିଭିନ୍ନ ଦାବି ନେଇ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଧାରଣାରେ ବ୍ଲକ ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ର ମହିଳା କର୍ମଚାରୀମାନେ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading