ବ୍ଲକ ଜିପିଏଲଏଫ କର୍ମୀ ସଂଘ ପକ୍ଷରୁ ଧାରଣା

blank
ପଟ୍ଟାମୁଣ୍ଡାଇ ୨୩/୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ବ୍ଲକ ଜିପିଏଲଏଫ ସଂଘ ପକ୍ଷରୁ ମଙ୍ଗଳବାର ବିଭିନ୍ନ ଦାବି ନେଇ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଧାରଣାରେ ବ୍ଲକ ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ର ମହିଳା କର୍ମଚାରୀମାନେ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି ।
ସୁଚନାନୁଯାଇ ସ୍ଥାୟୀ ଦରମା ପ୍ରଦାନ, ୬ମାସର ବକେୟା ଦରମା ସ୍ଥାୟୀ ଦରମାରେ ସାମିଲ କରିବା, ନିୟମିତ କାର୍ଯ୍ୟ ଛାଡି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପାରିଶ୍ରମିକ ବ୍ୟବସ୍ଥା କରିବା, ପ୍ରତ୍ୟେକ ମାସର ଦରମା ଆକାଉଂଟ ପେ କରିବା, ୬ଟି କମ୍ୟୁନିଟ ଷ୍ଟାଫଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଓ ରେଭିନ୍ୟୁ ଭିଲେଜ ପ୍ରୋତ୍ସାହନ ବନ୍ଦ କରିବା ଆଦି ଦାବୀ ନେଇ ଏଲ ଓଡିଶା ଜିପିଏଲଏଫ ସଂଘ ଆହ୍ୱାନରେ ପଟ୍ଟାମୁଣ୍ଡାଇ ବ୍ଲକ ଜିପିଏଲଏଫ ସଂଘ ପକ୍ଷରୁ ମଙ୍ଗଳବାର ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ଦିଆଯାଇଥିବା ଧାରଣାରେ ବ୍ଲକର ୩୧ଟି ପଂଚାୟତର ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଓ କୃଷି ମିତ୍ର ମାନେ ସାମିଲ ହୋଇ ଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଜିପିଏଲଏଫ ସଂଘ ସଭାନେତ୍ରୀ ବୈଦେହୀ ପାଗଳ, ସମ୍ପାଦିକା କଲ୍ୟାଣୀ ପରିଡାଙ୍କ ନେତୃତ୍ୱରେ ସଂଯୁକ୍ତା ବେହେରା, ଆଶାଲତା ନାୟକ, ସୁଶୀଳା ସାହୁ, ବୀଣାପାଣି ମହାନ୍ତି, ଲଷ୍ମୀପ୍ରିୟା ନାୟକ ଓ ମମତା ରାଉତ ପ୍ରମୁଖ ଶତାଧିକ ମହିଳା କର୍ମକର୍ତା ସାମିଲ ହୋଇ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ।

Next Post

ସଂସାରଫଳ ପଂଚାୟତରେ ଏକ ପେଡ ମା କେ ଲିୟେ କାର୍ଯ୍ୟକ୍ରମ

Tue Sep 23 , 2025
ପଟ୍ଟାମୁଣ୍ଡାଇ ତା ୨୩/୯- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ ପେଡ ମା କେ ଲିୟେ -୨କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମକୁ ସଂସାରଫଳ ସରପଞ୍ଚ ଦମୟନ୍ତୀ ସାମନ୍ତରାୟ ଉଦଘାଟନ କରିଥିଲେ ।  ଏଇ ଅବସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସଂସାରଫଳ ପଂଚାୟତ ପି ଇ ଓ ତପନ ପ୍ରଧାନ, ଏ ଡି ଇ ଓ ଦୀପ୍ତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading