
କେନ୍ଦ୍ରାପଡ଼ା,୨୨ା୯: ଆଜକୁ ୫ ଦିନ ହେଲା ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଳିକଙ୍କ ବିରୋଧରେ ସ୍ୱର ଉେଉାଳନ କରିଥିବା ମହିଳାମାନେ କେନ୍ଦ୍ରାପଡ଼ା ଏସ୍.ପି. ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସି ରହିଛନ୍ତି। କିନ୍ତୁ ଦୁଃଖର କଥା, ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜି ସେମାନଙ୍କ ଦାବି ପ୍ରତି କଣ୍ଣର୍ପାତ କରୁନାହିଁ ବୋଲି କେନ୍ଦ୍ରାପଡ଼ାର ବହୁ ବୁଦ୍ଧିଜୀବୀ କ୍ଷୋଭପ୍ରକାଶ କରି କହିଛନ୍ତି। ପୋଲିସ ଡିଜି, ୠହ ବିଭାଗ ସଚିବ, ମୁଖ୍ୟ ଶାସନସଚିବ ପ୍ରମୁଖ ମଧ୍ୟ ସରକାରଙ୍କର ନାରୀ ନିର୍ଯ୍ୟାତନା ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣେଇଥିବା କଥା କହୁଥିବା ବେଳ ତାହାକୁ ଏକ୍ଷେତ୍ରରେ କାର୍ଯ୍ୟକାରୀ କରୁନାହାନ୍ତି। ନିର୍ଯ୍ୟାତିତା ମହିଳାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ସେମାନଙ୍କୁ ନାଲି ଆଖି ଦେଖାଇ କେନ୍ଦ୍ରାପଡ଼ା ପୋଲିସ୍ ପ୍ରଶାସନ ଯେଉଁ ଅପଚେଷ୍ଟା କରୁଛନ୍ତି ତାହାର ଉଚିତ୍ ଜବାବ୍ ଆଗାମୀ ଦିନରେ ଦିଆଯିବ ବୋଲି ଆମରଣ ଅନଶନେର ବସିଥିବା ମହିଳା ମଲ୍ଲି ମଳିକ, ଝରଣା ମଳିକ, ସନ୍ଧ୍ୟାରାଣୀ ପଲାଇ, ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖଙ୍କୁ ସମର୍ଥନ କରି ବସିଥିବା ଶତାଧିକ ମହିଳା ଗଣମାଧ୍ୟମକୁ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଯେ ପର୍ଯ୍ୟନ୍ତ ରାଜକନିକା ଥାନା ଅଧିକାରୀଙ୍କୁ ବହିଷ୍କାର କରାନଯାଇଛି ଏବଂ ନିର୍ଯ୍ୟାତିତା ମହିଳାଙ୍କୁ କ୍ଷତିପୂରଣ ପ୍ରଦାନ କରାନଯାଇଛି ଏବଂ ସେମାନଙ୍କ ନାମରେ ଥିବା ମିଥ୍ୟା କେସ୍କୁ ପ୍ରତ୍ୟାହାର କରାନଯାଇଛି ଓ ଦୋଷୀକୁ ଦଣ୍ଡ ଦିଆନଯିବା ପର୍ଯ୍ୟନ୍ତ ଆମରଣ ଅନଶନ ଅବ୍ୟାହତ ରହିବ ବୋଲି ଅନଶନକାରୀ ମହିଳାମାନେ କହିଛନ୍ତି। ଦୀର୍ଘ ୫ ଦିନ ହେବ ସନ୍ଧ୍ୟାରାଣୀ ପଲାଇ, ଝରଣା ମଳିକ ଓ ମଲ୍ଲିମଳିକ ପ୍ରମୁଖ ଆମରଣ ଅନଶନରେ ବସିଥିବା ବେଳ ଆଜି ପୁର୍ନବାର ବିଜୟିନୀ ନାୟକ, ସରସ୍ୱତୀ ରାଉତ, ପ୍ରମିଳା ମଲ୍ଲିକ, ତିଳୋତ୍ତମା ମଲ୍ଲିକ ଓ ପାବର୍ତୀ ସାମଲ ପ୍ରମୁଖ ଶତାଧିକ ମହିଳା ଆମରଣ ଅନଶନରେ ସାମିଲ୍ ହୋଇଛନ୍ତି। ନ୍ୟାୟ ପାଇଁ ଦରକାର ପଡ଼ିଲେ ନିର୍ଯ୍ୟାତିତା ମହିଳାମାନେ ମହାମହିମ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବାକୁ ପଛାେଇବ ନାହିଁ ବୋଲି କହିଛନ୍ତି।
