
ପଟ୍ଟାମୁଣ୍ଡାଇ ତା ୮/୬ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡ଼ା ଗ୍ରାମରେ ସପ୍ତାହ ବ୍ୟାପି ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଭଜନ ସନ୍ଧ୍ୟା ଓ ପାଲା ପରିବେଷଣ ଆଦି ବିବିଧ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗତ ୪ ତାରିଖରେ ଶ୍ରୀ ଶ୍ରୀ ଠାକୁରଙ୍କ ଶୁଭ ଗମନ ଶୁଭାଧି ବାସ ୫ତାରିଖରେ ଶ୍ରୀ ଗୁରୁ ଓ ବାସୁଦେବ ପୂଜା ପୂଜକ ଅଶୋକ କୁମାର କରଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଏଥିରେ ବିଭୁତି ଭୂଷଣ ସାମଲ ଓ ସସ୍ମିତା ସାମଲ କର୍ତା ଭାବେ ସମସ୍ତ ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ । ବରାହ ଚରଣ ପଣ୍ଡା ଭାଗବତ ପାଠ କରିଥିଲେ । କରମଳା ଶାନ୍ତିଧାମର ସନ୍ଥ ସଦାନନ୍ଦ ଦାସ, ହରେକୃଷ୍ଣ ଦାସ, ଭୀମସେନ ଦାସ, ବନ ବିହାରୀ ଦାସ, ଦିବ୍ୟ ଚୈତନ୍ୟ ଦାସ ଭାଗବତ କଥାମୃତ ଭଜନ, ନାମ ସଂକ୍ରିତନ ଓ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । କଟକ ମହାବୀର ଭଜନ ସନ୍ଧ୍ୟା କଳାକାର ମାନେ ଭଜନ ପରିବେଷଣ କରିଥିଲେ । ଆଗାମୀ ୯, ୧୦ ତାରିଖରେ ବ୍ରହ୍ମ ଗିରି ଅଂଚଳର ପାଲା ଗାୟିକା ସୁଲୋଚନା ପଣ୍ଡା ଓ କରମଳା ସାଧୁ ସତ୍ୟ ପ୍ରଜ୍ଞାନନ୍ଦ ପାଲା ଓ ଭାବ ରସାତ୍ମକ ଦିବ୍ୟ ପ୍ରବଚନ ପ୍ରଦାନ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୧ ତାରିଖରେ ହରିହାଟ ଓ ନାମ ସଂକ୍ରିତନ ସହ ସପ୍ତାହ ବ୍ୟାପି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ନୂଆଦିଲ୍ଲୀ ଅଭିରାମ ସାଂସ୍କୃତିକ ପରିଷଦ ସଭାପତି ଆଇନଜିବୀ ବିଜୟ ସାମଲ, ବରାହ ଚରଣ ସାମଲ, ଅନ୍ତର୍ଯ୍ୟାମୀ ସାହୁ, ନୂଆଦିଲ୍ଲୀ ଓଡିଶା ସମାଜ ପ୍ରମୁଖ କର୍ମକର୍ତା ଜୟରାମ ସାମଲ,ସିବିଆଇଡି ଏସ ପି ସଞ୍ଜୟ ସାମଲ, ସତ୍ୟବ୍ରତ ସାମଲ, ଉମାକାନ୍ତ ପ୍ରଧାନ,ଅବିନାଶ ପ୍ରଧାନ, ସରପଂଚ ରଂଜିତା ସାହୁ, ବାସୁଦେବ ପଣ୍ଡା, ପୂର୍ବତନ ସମିତି ସଭ୍ୟ ଶ୍ରୀକାନ୍ତ ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶହ ଶହ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରସାଦ ସେବନ କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ଅକ୍ଷୟ ରାୟ, ବାବୁଲି ପ୍ରଧାନ, ସମାଜ ପ୍ରଧାନ ଓ ଶଶିକାନ୍ତ ସାମଲ ପରିଚାଳନା କରୁଛନ୍ତି ।
