ଲକ୍ଷ୍ମୀନାରାୟଣପୁର ଶିଳ୍ପାଞ୍ଚଳ ରାସ୍ତା ବିପର୍ଯ୍ୟସ୍ତ , ପାନୀୟ ଜଳ ପାଇଁ ଲୋକେ ଛଟପଟ

blank

କେନ୍ଦ୍ରାପଡ଼ା୨୦ା୬:ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବଳଭଦ୍ରପୁରରେ ଥିବା ଶିଳ୍ପାଞ୍ଚଳ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡିଛି। ଏହି ଶିଳ୍ପାଞ୍ଚଳକୁ ଜାଳେଣି କାଠ ଓ କାଠ ପଟା ସଂଗ୍ରହ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାର ୯ଟି ବ୍ଲକ, ଯାଜପୁର ଜିଲା ଓ କଟକ ଜିଲାରୁ ଲୋକେ ଆସିଥାନ୍ତି। ପ୍ରତିଦିନ ଶତାଧିକ ଲୋକ ଏହି ଶିଳ୍ପାଞ୍ଚଳକୁ ଆସିଥାନ୍ତି। ହେଲେ ଶିଳ୍ପାଞ୍ଚଳ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ଗାଡିମୋଟର ଚଳାଚଳ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଏହାଦ୍ୱାରା ଧନଜୀବନ ହାନି ଘଟୁଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଛନ୍ତି। ଏହା ସହ ନିକଟରେ ଏହି ଅଞ୍ଚଳର ଲୋକମାନେ ଓ କରତକଳ ମାଲିକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଗୁହାରୀ କରିଛନ୍ତି ରାସ୍ତା ନିର୍ମାଣ ଓ ପାନୀୟ ଜଳ ସୁବିଧା କରିବା ପାଇଁ। ହେଲେ ଏହି ସମସ୍ୟା ସମାଧାନ ହୋଇପାରୁନାହିଁ ବୋଲି କହିଛନ୍ତି ଏକ କରତକଳର ମ୍ୟାନେଜର ଉପେନ୍ଦ୍ର ଜେନା। ସେ କହିଛନ୍ତି ପ୍ରତିଦିନ ଶତାଧିକ ଲୋକ ଏହି ଶିଳ୍ପାଞ୍ଚଳକୁ ଯିବା ଆସିବା କରୁଛନ୍ତି। ଏହାସହ ପ୍ରତିଦିନ ଶତାଧିକ ଶ୍ରମିକ ମଧ୍ୟ କାମ କରିବା ପାଇଁ ଏହି ଶିଳ୍ପାଞ୍ଚଳକୁ ଆସୁଛନ୍ତି। ହେଲେ ସେମାନଙ୍କ ପିିଇବା ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ। ତେଣୁ ପାଣି ଟୋପେ ପିଇବା ପାଇଁ ଶ୍ରମିକମାନେ ନାହିଁ ନ ଥିବା ସମସ୍ୟାରେ ପଡୁଛନ୍ତି। ଏହି ଶିଳ୍ପାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ପାନୀୟ ଜଳ ସହ ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Next Post

ସହରର ବିଭିନ୍ନ ହୋଟେଲ ଉପରେ ଚଢାଉ

Fri Jun 20 , 2025
କେନ୍ଦ୍ରାପଡ଼ା,୨୦ା୬:କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍ଥାନରେ ଡାଇରିଆ ବ୍ୟାପୁଥିବା ବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହି ଅନୁଯାୟୀ କେନ୍ଦ୍ରାପଡା ସହର ଓ ଉପକଣ୍ଠରେ ଥିବା ବିଭିନ୍ନ ହୋଟେଲ ଗୁଡିକ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିବା ସହ ଖାଦ୍ୟପଦାର୍ଥକୁ ଯାଞ୍ଚ କରିଥିଲା। ଏଥିସହିତ ହୋଟେଲ ଗୁଡିକରେ ଥିବା ବାସୀଖାଦ୍ୟ ଗୁଡିକୁ ନଷ୍ଟ କରାଯାଇଛି। ଏହାସହ ଆବଶ୍ୟକ ସ୍ଥଳେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading