ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

blank
କେନ୍ଦ୍ରାପଡ଼ା,୨୦ା୨: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡାରେ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି ହେବା ସହିତ ଆମ ଜିଲ୍ଲାରେ ବହୁ କ୍ରୀଡାବୀତ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଡା. ସମି ସଲିମ ଯୋଗଦେଇ ଏଭଳି ପ୍ରତିଯୋଗିତା ଦ୍ୱାରା ଆମ ଅଞ୍ଚଳର କ୍ରୀଡାବିତଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ ଓ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ସମ୍ବଲପୁରର ବ୍ରଦର ଏଫସି, କୁଚିଣ୍ଡାକୁ ୨-୧ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଆଜିର ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ୍‌ରେ କଟକର ତାର୍ଜନ କ୍ଲବ କେନ୍ଦ୍ରାପଡାର ଏସଆରଏଫସିକୁ ଭେଟିଥିଲା। କ୍ଲବର ସମ୍ପାଦକ ସେକ ଲିୟାକତ ଅଲ୍ଲୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ମୀର ବକ୍କାଉଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ। ସହସମ୍ପାଦକ ସେକ ସଇଫୁଲ୍ଲା ଓ ସେକ ସିରହାନ ଅଲ୍ଲୀ, ଉପଦେଷ୍ଟା ସୟଦ ଅବଦୁଲ ସତ୍ତାର, ଟିକା ଖାନ୍‌,ମୀର ଖୁବେର, ଜାହିଦ୍ ଖାନ୍‌, ଜୁମା ଖାନ୍‌, ମୀର ୟାସିର, ଅବଦୁଲ ମଲ୍ଲିକ, ମହମ୍ମଦ ଜାକିର, ସେକ ଅକ୍ତର, କଲିମ ଖାନ୍‌, ନୁରୁଲ ହକ୍‌, ମୀର ଫାରୁକ୍‌, ବସ ଖାନ୍‌, ସୟଦ ଅହେସାନ ଅଲ୍ଲୀ, ଅବଦୁଲ ମଜିଦ, ସେକ କମିଲ, ପ୍ରଦୀପ କୁମାର ବେହେରା, ସେକ ୱାସିମ, ସେକ କମିଲ, ସାଜେଦୁର ରହେମାନ, ଖାଜା ରମଜାନୀ, ଅସିଫ ଖାନ୍‌, ସେକ ପରୱେଜ ଅକ୍ତର, ସେକ ଅମୀର ଅହମ୍ମଦ, ଫୁରକାନ ଖାନ, ମହମ୍ମଦ ଅମୀର, ନଫିସ ଅହେମ୍ମଦ, ନୁର ଖାନ୍‌, ଅଝାରୁଦ୍ଦିନ ଖାଁ, ସେକ ନସିରୁଦ୍ଦିନ୍‌, ରହେମତ ଖାନ୍‌, ଲାଲାବାବୁ, ସେକ ଫରହାନ୍‌, ମୁନା ଖାନ୍‌, ବାବା ଖାନ୍‌, ଅସିଫ୍ ଖାନ୍‌, ଅହେମ୍ମଦ ଖାନ୍‌, ରାଜୁ ଖାନ, ଅଦିବ ଖାନ, ଉସମାନ ଖାନ, ସଫିଉର ରହେମାନ, ସାହାବାଜ୍‌, ସେକ ଗୁଡୁ, ରାକେଶ ମହାପାତ୍ର, ଆୱାସ, ୱାସିମ୍‌, ମେହେବୁବ୍ ଅଲ୍ଲୀ, ଫାୟାଜ୍‌, ଅଲି ଖାନ, ଜସ୍ମିନ୍‌, ତାଜ ମହମ୍ମଦ, ଇସମାଇଲ, ରିଙ୍କୁ, କରନ, ମୋଜୋ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Next Post

ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ ଜିଲ୍ଲା ବିଜେଡିର ନିର୍ବାଚନ ଅଧିକାରୀ ନିଯୁକ୍ତ

Thu Feb 20 , 2025
କେନ୍ଦ୍ରାପଡ଼ା,୨୦ା୨: ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁଙ୍କୁ ବିଜୁ ଜନତା ଦଳର ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ରାଜ୍ୟ ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିବାରୁ ଶ୍ରୀ ଭୂୟାଁ ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ କୃତଜ୍ଞତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading