ପଟ୍ଟାମୁଣ୍ଡାଇ ସହର ପରିବା ବଜାର ବନ୍ଦ , ଲୋକେ ହଇରାଣ

blank
ପଟ୍ଟାମୁଣ୍ଡାଇ ୨୧/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହର ବାଇପାସ ପରିବା ବଜାର ବନ୍ଦ ରହିଥିବାରୁ ରବିବାର ହାଟ ପରିବା ପାଇଁ ଅଂଚଳରେ ହାହାକାର ପଡିଯାଇଛି । ସ୍ଥାୟୀ ଥଇଥାନ ଦାବି କରି ପରିବା ବ୍ୟବସାୟୀ ରବିବାର ବନ୍ଦ ପ୍ରଦର୍ଶନ କରିଛନ୍ତି । ଫଳରେ ହାଟ ପରିବା କିଣିବାକୁ ଆସି ବହୁ ଲୋକେ ହଇରାଣ ହୋଇ ଫେରିଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଯେ ଗତ ଦୁଇଦିନ ହେବ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଉଠା ଦୋକାନୀ ଉଛେଦ ପ୍ରକ୍ରିୟାରେ ଯାରି ରହିଛି । ପରିବା ଦୋକାନ ଉଚ୍ଚେଦ ହେବା ନେେଇ ପୌରପ୍ରଶାସନ ଓ ପରିବା ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ପ୍ରଶାସନ ନିଜ ସ୍ଥାନାନ୍ତର ଜିଦରେ ଅଟଳ ଥିବାବେଳେ ବ୍ୟବସାୟୀମାନେ ମଧ୍ୟ ନିଜ ସମସ୍ୟା କାରଣରୁ ରବିବାର ଦୋକାନ ବନ୍ଦ ରଖିଛନ୍ତି। ଫଳରେ ପଟ୍ଟାମୁଣ୍ଡାଇ ଅଂଚଳରେ ଲୋକେ ପନିପରିବା କିଣିବାକୁ ଆସି ଫେରିଥିବା ବେଳେ କେହିକେହି ପାଖ ବଡପଡା ଓ ଚଉଦକୁଲାଟ ବଜାର ଯାଇ ପରିବା ଆଣିଥିବା ଦେଖିବାକୁ ମିଳିଛି । ଗତ କୋଭିଡ-୧୯ ସମୟରେ ଦୈନିକ ପନିପରିବା ବଜାର ତହସିଲପାଖ ହାଟ ନିକଟରୁ ସ୍ତାନାନ୍ତରଣ କରାଯାଇ ବାଇପାସ କେନାଲ ପାଶ୍ୱ ନୂଆ ବନ୍ଧରେ ପରିବା ବଜାର ବସି ଆସୁଥିଲା। ହେଲେ ଏହି ପରିବା ଦୋକାନୀ ମାନେ ସେହି ସ୍ଥାନରୁ ଉଠି ବାଇପାସ ରାଜନଗର ରାସ୍ତା ପାଶ୍ୱରେ ଉଠା ଦୋକାନ କରି ବ୍ୟବସାୟ କରି ଆସୁଥିଲେ । କରୋନା କଟକଣା ଅପସରି ଯିବାପରେ ମଧ୍ୟ ବଜାର ପୂର୍ବସ୍ଥାନକୁ ଫେରି ନ ଥିଲା। ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ବହୁବାର ଦାବୀ ହୋଇଥିଲେ ମଧ୍ୟ ପରିବା ଦୋକାନୀ ଉକ୍ତ ସ୍ଥାନରେ ବ୍ୟାବସାୟ କରି ଆସୁଥିଲେ । ତେବେ ଗତ ଶୁକ୍ରବାର ଠାରୁ ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଜବର ଦଖଲ ଉଛେଦ ଅଭିଯାନରେ ସହରର ବିଭିନ୍ନ ସ୍ଥାନରେ ଉଛେଦ କରାଯାଇଥିଲା । ଏନେଇ ପରିବା ଦୋକାନୀ ମାନେ ନିଜ ନିଜ ଦୋକାନ ବନ୍ଦ କରିଥିବା ବେଳେ ବଜାରରେ ଥିବା ପରିବା ଦୋକାନ ମଧ୍ୟ ବନ୍ଦ ରହିଛି । ଯେ ପର୍ଯ୍ୟନ୍ତ ଆମକୁ ସ୍ଥାୟୀ ଦୋକାନ ନମିଳିଛି ସେ ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଶିଲୁଆ ଭୁୟାଁ, ବିପିଳା ଭୁୟାଁ, ଗେଟ କର, କିଶୋର ବିଶ୍ୱାଳ, ପତି ପାତ୍ର, ସଂଜୟ ମଳିକ, ଗୁଡୁଲ କର, ବାବୁନୀ ଗିରି, ମଂଟୁଆ ମଲିକ ପ୍ରମୁଖ କହିଛନ୍ତି । ଫଳରେ ଲୋକେ ପରିବା କିଣିବା ପାଇଁ ହଇରାଣ ହରକତ ହୋଇଥିବା ଦେଖିବାକୁ ମିଳିଛି ।

Next Post

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆହୋରାତ୍ର ଗଣଧାରଣା

Mon Sep 22 , 2025
କେନ୍ଦ୍ରାପଡ଼ା,୨୨ା୯: ପଦ୍ମ ଘୁଞ୍ଚି ଘଞ୍ଚି ଯାଉଛି। ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ନାହିଁ ନାହିଁର ଜିଲ୍ଲା କେନ୍ଦ୍ରାପଡା ସବୁଥିରୁ ବଞ୍ଚିତ। ଅର୍ଥନୈତିକ ବିକାଶର ୨୯ତମ ସ୍ଥାନରେ ଥିବା କେନ୍ଦ୍ରାପଡା ଜିଲ୍ଲାର ଲୋକେ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ। ଜିଲ୍ଲାର ଛାତି ଚିରି ୫୩ନମ୍ବର ଜାତୀୟ ରାଜପଥ ଏବଂ ରେଳପଥ ଯାଇଛି। କେନ୍ଦ୍ରାପଡାବାସୀ ଦେଶର ବିକାଶ ପାଇଁ ହଜାର ହଜାର ଏକର ଜମି ଦେଇଛନ୍ତି। ପାଇଛନ୍ତି କଣ ବୋଲି ଆଜି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading