ମେଡ଼ିକାଲ କଲେଜ ଆନ୍ଦୋଳନକୁ ଚାରିଦିନ , ପୁରିଲା ଧାରଣାକାରୀମାନେ ଜିଦରେ ଅଟଳ

blank
କେନ୍ଦ୍ରାପଡ଼ା,୨୫ା୯: ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନ ଏବେ ଜିଲ୍ଲାବାସୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ଗତକାଲି ବିଧାନସଭାରେ ଏ ସମ୍ପର୍କରେ ଉତ୍ଥାପିତ ପ୍ରଶ୍ନ ଉପରେ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଦିଆନଯାଇ ଅଧିବେଶନକୁ ସ୍ଥଗିତ ରଖାଯାଇଥିବାରୁ ଆଜି ଆନ୍ଦୋଳନକାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ତିନିଦିନ ପୂର୍ବରୁ ବିଧାନସଭାରେ ଏ ସମ୍ପର୍କିତ ଅନ୍ୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଉଚ୍ଚ ସ୍ତରୀୟ କମିଟି ଗଠନ କରିବା ବିଷୟକୁ ନେଇ ମଧ୍ୟ ଆନ୍ଦୋଳନକାରୀମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ଅନେକବାର ଏକାଧିକ ମନ୍ତ୍ରୀଙ୍କ ସମେତ ଖୋଦ୍ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ମେଡ଼ିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ସରକାର ମତ ଦେଇଥିବା ବେଳେ ଏବେ ପୁଣି ଉଚ୍ଚ ସ୍ତରୀୟ କମିଟି ଗଠନ ନାଁରେ କେନ୍ଦ୍ରାପଡାବାସୀଙ୍କୁ ଭଣ୍ଡେଇବା ଜିଲ୍ଲାବାସୀଙ୍କ ପ୍ରତି ସରକାରଙ୍କ ଛଳନା ପୂର୍ଣ୍ଣ ଆଚରଣକୁ ଧାରଣା ସ୍ଥଳରେ ଆୟୋଜିତ ପ୍ରତିବାଦ ସଭାରେ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ। କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନଙ୍କ ସମେତ ମହିଳା କଙ୍ଗ୍ରେସ ରାଜ୍ୟ ସମ୍ପାଦିକା ସଶ୍ମିତା ପଣ୍ଡା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ମେଜର ଭରତ ଚନ୍ଦ୍ର ଜେନା, ଅର୍ଜିତ କୁମାର ରାଉତ, ଆଇଏନ୍ ଟିୟୁସି ନେତା ମୁକ୍ତାର ଖାଁ, ସନ୍ତୋଷ ବେହେରା, ରବୀନ୍ଦ୍ର ପ୍ରସାଦ ଜେନା, ସିପିଆଇ(ଏମ୍‌) ନେତା କିଶୋର କୁମାର ସାହୁ, ଡ. ଦିଲ୍ଲୀପ ମିଶ୍ର, ଡ. ଚୈତନ୍ୟ ପରିଡା, ଧିରେନ୍ଦ୍ର କୁମାର ବେହେରା, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ବିଜୟ କୁମାର ପରିଡ଼ା, ବ୍ରଜବନ୍ଧୁ ଦାଶ, ବସନ୍ତ ସେଠୀ, ନିମାଇଁ ଚରଣ କର, ବିଜୟ କୁମାର ଦାସ, ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷାଧିକାରୀ ସଂଘ ସଭାପତି ନରୋତ୍ତମ ଜେନା, ଫକୀର ଚରଣ ଖଟୁଆ, ନାରୀନେତ୍ରୀ ଦ୍ରୈାପଦୀ ରାଉତ, ନିରୂପମା ମହାନ୍ତି, ବିକାଶ ଚନ୍ଦ୍ର ବେଉରା, ପ୍ରକାଶ ମହାନ୍ତି, ସାଗର ଜେନା, ଶ୍ରୀଧର ମହାନ୍ତି, ଶକ୍ତିକାନ୍ତ ପାତ୍ର, ଗାନ୍ଧିବାଦୀ କର୍ମୀ ଅଭିମନ୍ୟୁ ରାଉତ, ବୈଷ୍ଣବ ସ୍ୱାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ଏହି ଆନ୍ଦୋଳନକୁ କ୍ରିୟାନୁଷ୍ଠାନ କମିଟିର ଆବହକମଣ୍ଡଳୀ ପରିଚାଳନା କରିଥିଲେ।

Next Post

ମହିଳା ମାନେ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ

Fri Sep 26 , 2025
ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଓ ବିଶେଷଜ୍ଞ ସମ୍ମିଳନୀ ପଟ୍ଟାମୁଣ୍ଡାଇ ତା ୨୬/୯ କଳ୍ପତରୁ ନାୟକ– ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ। ମହିଳାମାନେ ପରିବାର ସଦସ୍ୟଙ୍କ ଆଦରଯତ୍ନ କରନ୍ତି। ମହିଳାମାନେ ଅନେକ ସମୟରେ ଗୃହ କାର୍ଯ୍ୟରେ ବ୍ୟସ୍ତ ହୋଇ ନିଜ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ମହିଳା ମାନେ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ । ତେବେ ମହିଳାମାନଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading