ମାର୍କେଟ ୟାର୍ଡ଼ ଓ ସାପ୍ତାହିକ ହାଟର ଉନ୍ନତି କରଣ ନେଇ ବୈଠକ ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା,୨୧ା୯:ଆରଏମସି ଅଧିନସ୍ତ ସାପ୍ତାହିକ ହାଟର ଉନ୍ନତି କରଣ ତଥା ଭଡା ସୂତ୍ରରେ ଦିଆଯାଉଥିବା ଦୋକାନ ଗୃହ ଗୁଡିକର ବକେୟା ଭଡା ଓ ନିୟମିତ ଭଡା ପ୍ରଦାନ ସଂକ୍ରାନ୍ତରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆରଏମସି ଅଧିନସ୍ତ ମାର୍ଶାଘାଇ, ନଇଁନ୍ଦିପୁର, ହରିପୁର, ଆଳି, ଚାନ୍ଦୋଳ ଓ ପଟ୍ଟାମୁଣ୍ଡାଇ ମାର୍କେଟ ୟାର୍ଡ଼ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣି ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା, ବିଦ୍ୟୁତ, କଂକ୍ରିଟ ରାସ୍ତା, ଦୋକାନ ଗୃହ ଗୁଡିକର ମରାମତି ସମେତ ବକେୟା ଘର ଭଡା ପ୍ରଦାନରେ ଅହେତୁକ ଅବହେଳା ପାଇଁ ନୋଟିସ ପ୍ରେରଣ, ଦୋକାନ ଘରର ଆଲଟମେଣ୍ଟ ଆଦେଶ ଖାରଜ ସମେତ ଅନ୍ୟାନ୍ୟ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।

ବିଭିନ୍ନ ମାର୍କେଟ ୟାର୍ଡ଼ର ସଦସ୍ୟ ଯଥା ରଣେନ୍ଦ୍ର କୁମାର ସ୍ୱାଇଁ, ସୁନାକାର ଗାହାଣ, ସୁରେନ୍ଦ୍ରନାଥ ଦାସ, ପ୍ରଶାନ୍ତ ବେହେରା, ପ୍ରକାଶ କୁମାର ଶତପଥୀ, ରବୀନ୍ଦ୍ର କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ, ଅଭିମନ୍ୟୁ ସାହୁ, ଲିଙ୍ଗରାଜ କୁମାର ଓଝା, ହବେଶ ପଲ୍ଲାଇ, ଶିବାଶିଷ ମହାନ୍ତି, ଲଲାଟେନ୍ଦୁ ନାୟକ, ବିଶ୍ୱମୋହନ ଦାସ, ସୁଦୀପ୍ତ କୁମାର ନାୟକ, ବସନ୍ତ କୁମାର ନାୟକ, ସଞ୍ଜୟ କୁମାର ଗିରି, ସଞ୍ଜୟ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦିଗାମ୍ବର ତରା଼ଇ,ବୀରକିଶୋର ସ୍ୱାଇଁ, ନରେନ୍ଦ୍ର କୁମାର ମଲ୍ଲିକ, ମୁରଲୀଧର ସାହୁ, ଜିତେନ୍ଦ୍ର କୁମାର ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ଆରଏମସି ସମ୍ପାଦକ ବିଦ୍ୟାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ସ୍କ୍ରିନଙ୍ଗ କ୍ୟାମ୍ପ

Sun Sep 21 , 2025
କେନ୍ଦ୍ରାପଡ଼ା,୨୧ା୯:ଜିଲ୍ଲାପାଳ କେନ୍ଦ୍ରାପଡ଼ା ରଘୁରାମ.ଆର. ଆୟାରଙ୍କ ପରାମର୍ଶ କ୍ରମେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜ଼ିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ମହିଳା କର୍ମଚାରୀ ଓ଼ ସେମାନଙ୍କର ପରିବାର ପାଇଁ ଏକ ସ୍ୱତନ୍ତ୍ର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନ୍ତର୍ଗତ ଏକ ସ୍କ୍ରିନିଙ୍ଗ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରିଣୀ ଆସି ସେମାନଙ୍କର ବ୍ଲଡ଼ ସୁଗାର, ରକ୍ତଚାପ ଏବଂ ହେମୋଗ୍ଲୋବିନ ସ୍ତର ପରୀକ୍ଷା କରିଥିଲେ। ଉପସ୍ଥିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading