
ପଟ୍ଟାମୁଣ୍ଡାଇ ତା ୨୩/୯- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ ପେଡ ମା କେ ଲିୟେ -୨କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଂସାରଫଳ ସରପଞ୍ଚ ଦମୟନ୍ତୀ ସାମନ୍ତରାୟ ଉଦଘାଟନ କରିଥିଲେ । ଏଇ ଅବସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସଂସାରଫଳ ପଂଚାୟତ ପି ଇ ଓ ତପନ ପ୍ରଧାନ, ଏ ଡି ଇ ଓ ଦୀପ୍ତି ମୟୀ ବେହୁରା,ସରପଞ୍ଚ ପ୍ରତିନିଧି ସୁଶାନ୍ତ ସାମନ୍ତରାୟ, ଉତିକଣ ଚାଷୀମୁଲିଆ ସଂଘ ଆବାହକ ଭାସ୍କର ରାଉତରାୟ, ଗୋବିନ୍ଦ ଦାସ, ସୁଦର୍ଶନ ପ୍ରଧାନ,ବିଜୟ ଦାସ, ଅର୍ଜୁନ ନାଥ, ଦୁଃଶାସନ ଗାହାଣ ଓ ଉର୍ମିଳା ନାଥ ପ୍ରମୁଖ ଯୋଗ ଦେଇ ସଂସାରଫଳ ପାର୍କ,ସଂସାରଫଳ ଗାଁ ରାସ୍ତା, ସିଂହପ୍ରହରଗାଁ ରାସ୍ତା ଓ ମଦନପୁର କଲେଜ ପଡିଆରେ ବୃକ୍ଷରୋପଣ କରିଥିଲେ ।
