ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ସ୍କ୍ରିନଙ୍ଗ କ୍ୟାମ୍ପ

blank

କେନ୍ଦ୍ରାପଡ଼ା,୨୧ା୯:ଜିଲ୍ଲାପାଳ କେନ୍ଦ୍ରାପଡ଼ା ରଘୁରାମ.ଆର. ଆୟାରଙ୍କ ପରାମର୍ଶ କ୍ରମେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜ଼ିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ମହିଳା କର୍ମଚାରୀ ଓ଼ ସେମାନଙ୍କର ପରିବାର ପାଇଁ ଏକ ସ୍ୱତନ୍ତ୍ର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନ୍ତର୍ଗତ ଏକ ସ୍କ୍ରିନିଙ୍ଗ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରିଣୀ ଆସି ସେମାନଙ୍କର ବ୍ଲଡ଼ ସୁଗାର, ରକ୍ତଚାପ ଏବଂ ହେମୋଗ୍ଲୋବିନ ସ୍ତର ପରୀକ୍ଷା କରିଥିଲେ। ଉପସ୍ଥିତ କିଛି ପୋଲିସ କର୍ମଚାରୀ ମଧ୍ୟ ସେମାନଙ୍କର ପରୀକ୍ଷା କରାଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମମତା ମହାନ୍ତି ଓ଼ ଏନଆଇସି ଡିଜିଏମ ଜ୍ଞାନରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଗୌରାଙ୍ଗ ଚରଣ ଗିରି ଉପସ୍ଥିତ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ମନୋରଞ୍ଜନ ରାଉତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ସଚ୍ଚିଦାନନ୍ଦ ମିଶ୍ର ଓ଼ ଡ଼ିପିଏମ ଡ଼. ମନୋରଞ୍ଜନ ସାହୁ ପ୍ରମୁଖ ତଦାରଖ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଓ଼ ଆସିଷ୍ଟାଣ୍ଟ ମ୍ୟାନେଜର ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ମମତା ଦାଶ ପରିଚାଳନା କରିଥିଲେ। ଏହି ସ୍ୱାସ୍ଥ୍ୟ କ୍ୟାମ୍ପରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ଼ ଶୁଭଶ୍ରୀ ଜେନା, ମହିଳା ସ୍ୱାସ୍ଥ୍ୟ କର୍ମୀ, ନର୍ସିଙ୍ଗ ଅଫିସର, ପରାମର୍ଶପ୍ରଦାନକାରି ଓ଼ ଆଶାକର୍ମୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ମ୍ୟାନେଜେର ଶ୍ୟାମସୁନ୍ଦର ବରାଳ, ଜ୍ୟୋସ୍ନାରାଣୀ ନାୟକ, ଜିତେନ୍ଦ୍ର ଖଡ଼ିରତ୍ନ, ଅମିତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିବା ସହିତ ସରକାରୀ ଏ.ଏନ.ଏମ. ତାଲିମ କେନ୍ଦ୍ରର ଦ୍ୱିତୀୟ ବର୍ଷର ଦଶଜଣ ଛାତ୍ରୀଙ୍କ ସହିତ ତାଙ୍କ ପ୍ରିନସିପାଲ ଭାରତୀ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Next Post

ପ୍ରକଳ୍ପ ଅଛି, ପାନୀୟ ଜଳ ମିଳୁନି

Sun Sep 21 , 2025
ନାଳ ଭିତରେ ଯାଇଛି ପାଣି ପାଇପ୍‌, ଜଳ ପ୍ରଦୂଷଣ ହେବା ସହ ଧନଜୀବନ କ୍ଷତି ହେବାର ଆଶଙ୍କା କେନ୍ଦ୍ରାପଡା ୨୧/୯-ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏବେ ପ୍ରତି ଘରକୁ ପାଇପ ଜଳ ଯୋଗାଣ ପାଇଁ ବିଭିନ୍ନ ଗ୍ରାମରେ ପ୍ରକଳ୍ପ କରିଛନ୍ତି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ୩୧ ପଂଚାୟତକୁ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading