
ପଟ୍ଟାମୁଣ୍ଡାଇ ତା ୧୫/୧୧- ପଟ୍ଟାମୁଣ୍ଡାଇ କଲେଜ ଇଂରାଜୀ ବିଭାଗ ପକ୍ଷରୁ ଇଣ୍ଟର ଉୟରିଂ ଆଇଡେଣ୍ଟଟିଟି, ଜେନେରାଲ କଲଚର ଲିଟ୍ରେଚର ଇନ ଇଣ୍ଡିଆନ କଣ୍ଟେଣ୍ଟ ଶୀର୍ଷକ ୨ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଜାତୀୟ ସମ୍ମିଳନୀରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଡ଼ କଳ୍ପନା ରାଉତ,ଦକ୍ଷିଣ ଗୁଜୁରାଟ ବୀର ନର୍ମଦ ବିଶ୍ୱବିଦ୍ୟାଳୟର ଡ଼ ମହେଶ ଦେ, ବାରିପଦା ମହାରାଜା ରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଡ଼ ବସନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ବିଷୟ ଭିତ୍ତିକ ଆଲୋଚନା କରିଥିଲେ । କଲେଜ ଆଇ କ୍ୟୁ ଏ ସି ସଂଯୋଜକ ଅଧ୍ୟାପକ ସୁଭାଶିଷ ମିଶ୍ର ଚିନ୍ତନପୂର୍ଣ୍ଣ ଅଭିଭାଷଣ ଦେଇଥିଲେ । ଅଧ୍ୟାପକ ସରୋଜକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ୭ଟି ଟେକ୍ନିକାଲ ସେସନ ଓ ଗବେଷଣା ପ୍ରସ୍ତୁତି ସେସନରେ ୬୦ରୁ ଅଧିକ ଗବେଷକ ପ୍ରବନ୍ଧ ପାଠ କରିଥିଲେ । ପ୍ରତ୍ୟେକ ଅଧିବେଶନ ନୂତନ ଧାରଣା ଓ ଶାସ୍ତ୍ରୀୟ ଚର୍ଚ୍ଚାରେ ସମୃଦ୍ଧ ହୋଇ ଭାରତୀୟ ସାହିତ୍ୟ ଗବେଷଣାର ଗତିଶୀଳତା କୁ ପ୍ରମାଣିତ କରିଥିଲା । ଉଦଯାପନୀ ଅଧିବେଶନରେ ଅଂଶ ଗ୍ରାହୀମାନଙ୍କୁ ସମ୍ମାନିତ ଓ ଶ୍ରେଷ୍ଠ ପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି ଜାତୀୟ ସମ୍ମିଳନୀରେ ଦେଶର ବିଭିନ୍ନ ଅଂଚଳରୁ ଖ୍ୟାତନାମା ଶିକ୍ଷାବିତ, ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସରୋଜକାନ୍ତ ନାୟକ, ଡ଼ ଆଲୋକ ସାହୁ, ପ୍ରଦ୍ୟୁମ୍ନ ପ୍ରଧାନ, ରୋହିତ ବଗର୍ତି ଓ ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ପରିଚାଳନା କରିଥିଲେ ।
