ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ।

blank
କେନ୍ଦ୍ରାପଡା,୧୨ା୪: ସମାଜସେବା କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସ୍ୱ ସ୍ଥାନୀୟ ଗରାପୁରସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭିନ୍ନ ଏକ ବିଶ୍ୱକର୍ମା କାର୍ଯ୍ୟକ୍ରମ ରେ ଭୁବନେଶ୍ୱରର ଏସ.ସି.ଇ.ଆର.ଟି. ଆସିଷ୍ଟାଷ୍ଟ୍ ଡାଇରେକ୍ଟର ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ହରିହର କ୍ଷେତ୍ର ମାହାଳର ଦେବଦାସୀ ମୋହିନୀ ମା’, ଉତ୍ତର ପ୍ରଦେଶର ହରିଦ୍ୱାର ସ୍ମୃତିପୁର ଆଶ୍ରମର ମହନ୍ତ ସନ୍ତୋଷ ଚୈତନ୍ୟ, ‘ହିମ୍ମତ୍‌’ର ସମ୍ପାଦକ କମଳାକାନ୍ତ ଦାସ, ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମର ମହନ୍ତ ଚେତନାନନ୍ଦ ଦାସ ମହାରାଜ, ବ୍ରହ୍ମଚାରୀସ୍ୱରୂପ ଚୈତନ୍ୟ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ ମଞ୍ଚ ପରିଚାଳନା କରିଥିଲେ । “ଭିନ୍ନ ଏକ ବିଶ୍ୱକର୍ମା” ରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି, ତୁଳସୀ ମହିଳା ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପିକା ଶାନ୍ତି ମା’, ଶାବର ଶ୍ରୀକ୍ଷେତ୍ର କୋରାପୁଟ ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ନାୟକ, ବଳଦେବଜୀଉଙ୍କ ଆଦ୍ୟସେବକ ମାଧବ ଚନ୍ଦ୍ର ପତି, ବଳଦେବ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ନରହରି ଦାସ, ଶିକ୍ଷକଙ୍କର ଶିକ୍ଷକ ବର୍ଷୀୟାନ ବନବିହାରୀ ଦାସ, ଜଗନ୍ନାଥଙ୍କ ସେବକ ନନ୍ଦକିଶୋର ମିଶ୍ର, ସମାଜସେବୀ କେଶବ ଚନ୍ଦ୍ର ସୂତାରଙ୍କୁ ଟ୍ରଷ୍ଟ ପକ୍ଷରୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପୂର୍ଣ୍ଣା ସାମଲ ସ୍ୱାଗତ ନୃତ୍ୟାଞ୍ଜଳୀ ପରିବେଷଣ ଓ ଶ୍ରୀକାନ୍ତ କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। “ଛାଟ ନାହିଁ ତ ପାଠ ନାହିଁ” ନାଟକ ଦର୍ଶକମାନଙ୍କୁ ବିମୋହିତ କରିଥିଲା । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଧର୍ମରାଜ ଦାସ ଓ ତୁଳସୀ ମହିଳା ମହାବିଦ୍ୟାଳୟର ସୁମିତ୍ରା ପାଣିଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ସତ୍ୟ, ପ୍ରଭାତ ଓ ଗୌତମ ସଙ୍ଗୀତ ମାଧ୍ୟମରେ ସାମାଜିକ ବାର୍ତ୍ତା ପ୍ରଦାନ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାର ଟୁଇଟର୍ ବୟ ପ୍ରଭାତ କୁମାର ଜେନା ଓ ଦଣ୍ଡ ପ୍ରଣାମୀ ଭକ୍ତ ଗଙ୍ଗାଧର ସାମଲ, ଦୃଷ୍ଟିହୀନ ମଙ୍ଗୁଳି ବସନ୍ତିଆ, ଦିବ୍ୟଚକ୍ଷୁ ବଳରେ ଆଖିରେ କଳାପଟି ବାନ୍ଧି ଦେଖିପାରୁଥିବା ବିସ୍ମୟ ବାଳକ ମୃତୁ୍‌ଞ୍ଜୟ ମଲ୍ଲିକ, ‘ହିମ୍ମତ୍‌’ ଖବରକାଗଜର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ସହିତ ଟ୍ରଷ୍ଟର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଟ୍ରଷ୍ଟର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜେଶ କୁମାର ବାରିକ, ସଂଗ୍ରାମ କୁମାର ଦାସ, ତପନ କୁମାର ନାଥ, ସତ୍ୟବ୍ରତ ପ୍ରଧାନ, କାଳିନ୍ଦୀ ମଲ୍ଲିକ, ମନୋଜ କୁମାର ରାଉତ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଶିକ୍ଷାବିତ୍ ଇନ୍ଦ୍ରମଣି ନାୟକ, ଗୁରୁମା ମମତା ମଲ୍ଲ, ହିମାଂଶୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଅଞ୍ଚଳବାସୀ, ଟ୍ରଷ୍ଟର ଶୁଭେଚ୍ଛୁ, ସହଯୋଗୀ ଗଣ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Next Post

ମେଡିକାଲ କଲେଜ ଆନ୍ଦୋଳନ ଜୋର୍‌ଦାର୍ କରିବାକୁ ବିଜେଡିର ପ୍ରସ୍ତୁତି

Sat Apr 12 , 2025
କେନ୍ଦ୍ରାପଡ଼ା,୧୨ା୪: କେନ୍ଦ୍ରାପଡା ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ବିଧାୟକ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ କାକଟ ଲକ୍ ନିକଟସ୍ଥ ସ୍ୱୟଂ ସେଲିବ୍ରେସନ୍ ମଣ୍ଡପରେ ଅନୁଷ୍ଠିତ ହୋଇ ଆସନ୍ତା ଏପ୍ରିଲ ୧୬ରେ ମେଡିକାଲ କଲେଜ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକ ସମେତ କେନ୍ଦ୍ରାପଡା ନଗର ବିଜେଡି ନେତାମାନେ ଏକାଠି ହୋଇ କେନ୍ଦ୍ରାପଡା ପ୍ରତି ମେଡିକାଲ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading