
କେନ୍ଦ୍ରାପଡା ୧୪/୪ – ପଣାସଂକ୍ରାନ୍ତି ଓ ନବବର୍ଷ ଉପଲକ୍ଷେ ପ୍ରଭୁ ଶ୍ରୀରାମ ଦୂତ ମହାବୀର ହନୁମାନଙ୍କ ଜନ୍ମୋତ୍ସବ ଅବସରରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କେନ୍ଦ୍ରାପଡା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଜାତି, ଧର୍ମ ଓ ବୈଷମ୍ୟକୁ ଦୂର କରି ସମସ୍ତ ହିନ୍ଦୁ ସମାଜ ଏକତ୍ରିତ କରାଇବା ଉଦ୍ଦେଶ୍ୟରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଗୋପିନାଥ ତ୍ରିପାଠୀ, ଜିଲ୍ଲା ସମ୍ପାଦକ ବିରେନ୍ଦ୍ର କୁମାର ସାମଲ, ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ନିରଞ୍ଜନ ସୁଆରଙ୍କ ପୌରୋହିତ୍ୟରେ ଏକ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧବଳଦେବଜୀଉ ତୁଳସୀ କ୍ଷେତ୍ରର ମାଉସୀ ମା’ ମନ୍ଦିରରୁ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଶାନ୍ତିଶୃଙ୍ଖଳାର ସହ ତିନିମୁହାଣୀସ୍ଥିତ ଶ୍ରୀରାମଙ୍କ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା । ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡା ସହର ସମେତ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସନାତନୀ ହିନ୍ଦୁମାନେ ଆସି ସାମିଲ୍ ହୋଇଥିଲେ । ଏହି ଶୋଭାଯାତ୍ରାରେ ଆଧୁନିକ ଡାକବାଜି ଯନ୍ତ୍ର ସହିତ ବହୁ ପାରମ୍ପାରିକ ବାଦ୍ୟରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ଉକ୍ତ ଶୋଭାଯାତ୍ରାରେ ଏକ ସୁସଜ୍ଜିତ ରଥରେ କୁନିକୁନି ପିଲାମାନଙ୍କୁ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ ସୁସଜ୍ଜିତ କରାଇ ଶୋଭାଯାତ୍ରାରେ ସାମିଲ କରାଯାଇଥିଲା । ଏଥି ସହିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତଉା ଦାସ, କେନ୍ଦ୍ରାପଡା ପୌରସଭ୍ୟା ସରିତା ସାହୁ, ସମାଜସେବୀ ରଞ୍ଜିତ ସାହୁ, କାଉଁସିଲର ଉମେଶ ନାୟକ, ଚୌଧୁରୀ ସୁକୁମାର ଦାସ, ମୁକ୍ତାର ଖାଁ, ସଲିମ ଖାଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶୋଭାଯାତ୍ରା କାରୀମାନଙ୍କୁ ଥଣ୍ଡା ପାଣି ବଣ୍ଟନ କରିଥିଲେ । ଉକ୍ତ ଶୋଭାଯାତ୍ରାରେ କନ୍ତିଆ ମଠର ମହନ୍ତ ମହାରାଜ ସିଦ୍ଧାର୍ଥ ଶଙ୍କର ଦାସ, ଛେଦରା ମଠର ବାବା ଯଶୋବନ୍ତ ମହାରାଜ, ପୂର୍ବ ପ୍ରାନ୍ତସେବା ପ୍ରମୁଖ ହରିଶ୍ଚନ୍ଦ୍ର ପ୍ରଧାନ, ପୂର୍ବ ପ୍ରାନ୍ତ ଉପସଭପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବ ପ୍ରାନ୍ତ ବଜରଙ୍ଗ ଦଳ ସଂଯୋଜକ ପ୍ରଭାତଭୂଷଣ ତ୍ରିପାଠୀ, ପ୍ରାନ୍ତ ବାଳ୍ ଉପାସନା ପ୍ରମୁଖ ରାଜକିଶୋର ନାୟକ ଧର୍ମ ଜାଗରଣ ସମନ୍ୱୟର ଜିଲ୍ଲା ସଂଯୋଜକ ବିବେକାନନ୍ଦ ମହାରଣା, ଭାରତୀୟ ମଜ୍ଦୁର ସଂଘର ସଭାପତି ପ୍ରଭାତ କୁମାର ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋଲଖ ଚନ୍ଦ୍ର ବେହେରା ଓ ରମେଶ ଚନ୍ଦ୍ର ଦାସ, ବିଶ୍ୱହିନ୍ଦୁ ପରିଷଦର ଉପସଭାପତି ପ୍ରଭାତ ରଞ୍ଜନ ଦାସ, ଜିଲ୍ଲା ସହସମ୍ପାଦକ ଶ୍ରୁତି ଅନୁପମ ସେଠୀ, ସମନ୍ୱୟ ମଞ୍ଚ ପ୍ରମୁଖ ପ୍ରଦୀପ୍ତ କିଶୋର ନାୟକ, ବଜରଙ୍ଗ ଦଳର ସୁରକ୍ଷା ପ୍ରମୁଖ ଲୋକନାଥ ଦାସ, କାହ୍ନୁଚରଣ ଲେଙ୍କା, ନଗର ସଂଯୋଜକ ନୀଳକଣ୍ଠ ସ୍ୱାଇଁ, ସହସଂଯୋଜକ ଶିବ ପ୍ରସାଦ ଦାସ, ସିଲନ କୁମାର ମହାନ୍ତି, ପଟ୍ଟାମୁଣ୍ଡାଇ ପ୍ରମୁଖର ଦେବାଶିଷ ପଣ୍ଡା ଓ ଶୁଭକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
