କେନ୍ଦ୍ରାପଡା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୨୧ା୬:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇନ୍‌ଡୋର ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡା ପତଞ୍ଜଳି ଯୋଗସମିତି ଓ ମହାବିଦ୍ୟାଳୟର ମିଳିତ ଅନୁକୂଲ୍ୟରେ ଏକାଦଶତମ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ଅନୁଷ୍ଠିତ ଯୋଗ ଶିବିର ଶନିବାର ସକାଳ ୭ଟାରେ ଆରମ୍ଭ ହୋଇ ୭ଟା ୪୫ମିନିଟରେ ଶେଷ ହୋଇଥିଲା। ଏହି ଶିବିରକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ ଓ ବିଜେପି ନେତା କିଶୋର ପଣ୍ଡା । କ୍ୟାଡେଟ ସରିତା ପଲାଇ ଓ ଯୋଗଗୁରୁ ବିଭୂପ୍ରସାଦ ଦାସଙ୍କ ତତ୍ୱାବଧାନରେ ଉପସ୍ଥିତ ସମସ୍ତ କ୍ୟାଡେଟ, କର୍ମଚାରୀ, ଅଧ୍ୟାପକ,ଅଧ୍ୟାପିକା ଓ ଅନ୍ୟମାନେ ବିଭିନ୍ନ ଯୋଗାସନ ପ୍ରଦର୍ଶନ କରିଥିଲେ। ଏନସିସି କ୍ୟାପଟେନ (ବାଳିକା ବିଭାଗ) ସୀମା ମହାନ୍ତି, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ସତ୍ୟରଞ୍ଜନ ମିଶ୍ର,କ୍ରୀଡା ଶିକ୍ଷୟିତ୍ରୀ ପ୍ରତିମାରାଣୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଯୋଗ ଗୁରୁ ଶ୍ରୀ ଦାସ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡେଟ(ବାଳକ,ବାଳିକା), ଏନଏସଏସ ଓ ୱାଇଆରସିର ସ୍ୱେଛାସେବୀମାନେ ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ ।

Next Post

ନବୀନବାବୁଙ୍କ ଆରୋଗ୍ୟକାମନା କରି ମନସୁରବାବାଙ୍କ ପୀଠରେ ଚାଦର ଅର୍ପଣ

Sun Jun 22 , 2025
କେନ୍ଦ୍ରାପଡ଼ା,୨୨ା୬ :ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ହଜରତ ସୟଦ ମନସୁର ସାହା ବାବାଙ୍କ ପୀଠସ୍ଥଳୀରେ ରବିବାର ଚାଦର ଅର୍ପଣ କରାଯାଇଛି। ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ(ଚନ୍ଦନ)ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ବିଜେଡି ନେତା ରଞ୍ଜିତ କୁମାର ସାହୁ,ମୁକ୍ତାର ଖାଁ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading