ମହିଳା ମାନେ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ

ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଓ ବିଶେଷଜ୍ଞ ସମ୍ମିଳନୀ

blank
ପଟ୍ଟାମୁଣ୍ଡାଇ ତା ୨୬/୯ କଳ୍ପତରୁ ନାୟକ– ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ। ମହିଳାମାନେ ପରିବାର ସଦସ୍ୟଙ୍କ ଆଦରଯତ୍ନ କରନ୍ତି। ମହିଳାମାନେ ଅନେକ ସମୟରେ ଗୃହ କାର୍ଯ୍ୟରେ ବ୍ୟସ୍ତ ହୋଇ ନିଜ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ମହିଳା ମାନେ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ । ତେବେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ସୁସ୍ଥ ନାରୀ ଓ ସଶକ୍ତ ଅଭିଯାନରେ ସଚେତନତା ସୃଷ୍ଟି କାରାଯାଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଶୁକ୍ରାବାର ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ନିରାକାର ପରିଡାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସମାଜର ତଳପାହାଚରେ ଥିବା ପ୍ରତ୍ୟେକ ଲୋକ ନିକଟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଂଚାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମାଜସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏଇ ଅବସରରେ ଏକ ବିଶେଷଜ୍ଞ ଡାକ୍ତର ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ଶିଶୁ ରୋଗ ବିଶେଷଜ୍ଞ ଡା ପ୍ରଶାନ୍ତ ଜେନା, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା ଅନୁଜା ଜେନା, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା ଅଭିଷେକ ଦ୍ୱିବେଦୀ, ଦନ୍ତ ରୋଗ ବିଶେଷଜ୍ଞ ଡା ପ୍ରଦ୍ୟୁମ୍ନ ପଣ୍ଡା, ଚକ୍ଷୁ ଟେକ୍ନିସିଆନ ସୁଧାଂଶୁ ନାୟକ ପ୍ରମୁଖ ଯୋଗ ଦେଇ ରୋଗୀ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଗୌରାଙ୍ଗ ଗିରି ଓ ଡା ଅଶୋକ ନାୟକ ଯୋଗ ଦେଇଥିଲେ । ଏଥିରେ ମାନସିକ ରୋଗ, ଏନସିଡି, ଯକ୍ଷ୍ମା ରୋଗ କୁଷ୍ଠ ରୋଗ ଆଦି ପରୀକ୍ଷା କରାଯାଇଥିଲା । ଅଙ୍ଗନବାଡି କର୍ମୀ ପୋଷଣ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଏଇ ଅବସରରେ ବୟ ବନ୍ଦନା କାର୍ଡ ବଂଟନ ସହ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଯୋଜନା ଖାଦ୍ୟ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଓ ବିଶେଷଜ୍ଞ ଡାକ୍ତର ସମ୍ମିଳନୀରେ ବହୁ ରୋଗୀ ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

Next Post

ସରକାରୀ ଅଧିକାରୀ ଓ କାଉନସିଲରଙ୍କୁ ନଜଣାଇ ରାତି ଅଧରେ ଉଦଘାଟନ

Fri Sep 26 , 2025
କେନ୍ଦ୍ରାପଡ଼ା,୨୬ା୯:କେନ୍ଦ୍ରାପଡା ପୈାରପରିଷଦ ଅଧିନ ୧୨ନମ୍ବର ୱାର୍ଡରେ ରାତିଅଧିଆ ଅତ୍ୟନ୍ତ ତରବରିଆ ଭାବେ ଏକ କମ୍ୟୁନିଟି ସେଣ୍ଟର(ଗୋଷ୍ଠିକେନ୍ଦ୍ର)କୁ କାହାକୁ ନଜଣାଇ ପୈାରାଧ୍ୟକ୍ଷାଙ୍କ ସ୍ୱାମୀ ହାତଗଣତି କେତେ ଜଣ ସମର୍ଥକଙ୍କୁ ଧରି ଉଦଘାଟନ କରିଥିବା ଅଭିଯୋଗ ହୋଇଛି। ଏନେଇ ସେହି ୱାର୍ଡର କାଉନସିଲର ରିହାନା ଖାତୁନ ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ ଗତ ବୁଧବାର ରାତି ପ୍ରାୟ ସାଢେ ଦଶଟା ସମୟରେ ପୈାରାଧ୍ୟକ୍ଷାଙ୍କ ସ୍ୱାମୀ କେତେକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading