ଯନ୍ତ୍ରୀଙ୍କ ଘରୁ ୩୦ଲକ୍ଷ ଟଙ୍କାର ସୁନାଅଳଙ୍କାର ଚୋରି

blank
କେନ୍ଦ୍ରାପଡ଼ା,୧୬ା୭ :କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ରାମିଆଗଞ୍ଜ ଗ୍ରାମରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ୩୦ ଳକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି। ଏ ନେଇ କନିଷ୍ଠ ଯନ୍ତ୍ରୀ ଜଣକ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। କନିଷ୍ଠ ଯନ୍ତ୍ରୀ କମଳ ଲୋଚନ ଲେଙ୍କା କୌଣସି କାର୍ଯ୍ୟରେ ମଙ୍ଗଳବାର କେନ୍ଦ୍ରାପଡ଼ା ଯାଇଥିଲେ। ରାତିରେ ଫେରି ନଥିଲେ। ଘରେ ମଧ୍ୟ ତାଙ୍କର ଆଉ କେହି ସଦସ୍ୟ ନ ଥିଲେ। ଏହାର ସୁଯୋଗ ନେଇ ଚୋରମାନେ ତାଙ୍କ ଘରେ କଳା କନା ବୁଲାଇ ଦେଇଛନ୍ତି। ତାଙ୍କ ଘରର ଗ୍ରୀଲ ତାଲା ଓ ଘରର କବାଟ ତାଲା ଭାଙ୍ଗି ଚୋରମାନେ ଘରେ ପଶିଥିଲେ। ଆଲମିରା ତାଡି ସୁନା ଅଳଙ୍କାର ଚୋରି କରିଛନ୍ତି। ଏ ସଂକ୍ରାନ୍ତରେ ମାର୍ଶାଘାଇ ଥାନାଧିକାରୀ ତପନ କୁମାର ନାୟକଙ୍କୁ ପଚାରିବାରୁ ସେ କହିଲେ କନିଷ୍ଠ ଯନ୍ତ୍ରୀ ଘରେ ନଥିବାର ସୁଯୋଗ ନେଇ ଚୋରମାନେ ତାଙ୍କ ଘରେ ପଶି ଚୋରି କରିଛନ୍ତି। ଏ ସଂକ୍ରାନ୍ତରେ ଏକ ଚୋରି ମାମଲା ରୁଜୁ ହୋଇଛି। ଚୋରଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଚାଲିଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ କହିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମାସିକ ଆୟ କେତେ ଯେ ଯାହା ଫଳରେ ସେ ଘରେ ୩୦ ଲକ୍ଷ ଟଙ୍କାର ସୁନା ଗହଣା କିଣି ରଖିଲେ। ତେଣୁ ଯନ୍ତ୍ରୀଙ୍କ ଆୟର ଉତ୍ସ ମଧ୍ୟ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି।

Next Post

୧୭ଜୁଲାଇ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କୁ କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ନିବେଦନ

Wed Jul 16 , 2025
କେନ୍ଦ୍ରାପଡ଼ା,୧୬ା୭ :ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ବ୍ୟବସ୍ଥାକୃତ ହତ୍ୟାର ନ୍ୟାୟିକ ତଦନ୍ତ ଓ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା ଦାବିରେ ଆସନ୍ତା କାଲି ଆହୁତ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ବୁଧବାର ପୂର୍ବାହ୍ନରେ କଜଳାସ୍ଥିତ କଂଗ୍ରେସ ଭବନରେ କଂଗ୍ରେସ ,ସିପିଆଇ(ଏମ୍‌) ଓ ସିପିଆଇ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଜନସାଧାରଣ, ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading