ବାଇକ ଚାଳକଙ୍କୁ ବଂଚାଇବାକୁ ଯାଇଁ ବନ୍ୟା ସ୍ରୋତରେ ଭାସିଗଲେ , ଅପରାହ୍ନରେ ଉଦ୍ଧାର ହେଲା ମୃତ ଦେହ

blank
Kendrapara odisha pattamundai ୨୯/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ପାଳପାଟଣା ଗ୍ରାମର ଜଣେ (61 years old man died after washed away in flood water)ବ୍ୟକ୍ତି ବ୍ରାହ୍ମଣୀ ନଦୀ ବନ୍ୟା ଜଳରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ଉପରିସ୍ଥ ଗ୍ରାମର ଦିନବନ୍ଧୁ ଧଳ (୬୧) ବୋଲି ଜଣାପଡିଛି। ବନ୍ୟା ସ୍ରୋତରେ ଭାସି ଯାଉଥିବା ବାଇକ ଚାଳକ ପ୍ରତାପ ସାହୁଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଆଳି ଡାକ୍ତରଖାନା ପଠାଇଛି ।

blank
ଗତ କିଛି ଦିନ ଭିତରେ ବ୍ରାହ୍ମଣୀ ନଦୀରେ ଦୁଇ ଥର ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତର ୫୫ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ଉଜୁଡି ଯାଇଥିଲା । ବନ୍ୟାପାଣି ଚାଷ ଜମିରୁ ସମ୍ପୂର୍ଣ୍ଣ ନଛାଡୁଣୁ ପୁଣି ସୋମବାର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପେଣ୍ଠପାଳ କୋଳଥିଆ ଆରଡି ରାସ୍ତାରେ ଘାଇ ହୋଇଛି । ମଙ୍ଗଳନବାର ମଧ୍ୟାହ୍ନରେ ଶ୍ରୀରାମପୁର ପଂଚାୟତ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳ (୬୧) ବନ୍ୟା ଜଳରେ ବୁଡି ଯାଇ ପ୍ରାଣ ହରାଇଛି । ବନ୍ୟା ସ୍ରୋତରେ ଭାସି ଯାଉଥିବା ପ୍ରତାପ ସାହୁ ନାମକ ଜଣେ ବ୍ୟକ୍ତିକୁ ଉଦ୍ଧାର କରିବାକୁ ଯାଇ ବନ୍ୟାର ପ୍ରଖର ସ୍ରୋତରେ ଦୀନବନ୍ଧୁ ଭାସିଯାଇଥିଲେ । ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଅଗ୍ନିଶମବାହିନୀଙ୍କୁ ଫୋନକରି ଥିଲେ । ମାତ୍ର ଅଗ୍ନିଶମ କର୍ମଚାରୀ ପହଁଚିବା ବିଳମ୍ବ କରିବାରୁ ଗ୍ରାମବାସୀ ଡିଙ୍ଗି ମାଧ୍ୟମରେ ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି ପରେ ଗାଁ ଲୋକେ ଦୀନବନ୍ଧଙ୍କୁ ଉଦ୍ଧାର କରିଥରଲେ । ପରେ ଅଗ୍ନିଶମ ବାହିନୀ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ବନ୍ୟାରେ ବୁଡି ଯାଇ ଦୀନବନ୍ଧୁଙ୍କ ମୃତ୍ୟୁ ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇଦେଇଛି ।

Next Post

ପଟ୍ଟାମୁଣ୍ଡାଇ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ : ପ୍ରବେଶ ପଥରେ ସ୍ରୋତ ଯାତାୟାତ ଠପ

Tue Jul 29 , 2025
ପଟ୍ଟାମୁଣ୍ଡାଇ ୨୯/୭- ଗତ କିଛି ଦିନ ଭିତରେ ବ୍ରାହ୍ମଣୀ ନଦୀରେ ଦୁଇ ଥର ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତର ୫୫ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ଉଜୁଡି ଯାଇଛି । ପ୍ରଥମ ବନ୍ୟାପାଣି ଚାଷ ଜମିରୁ ସମ୍ପୂର୍ଣ୍ଣ ନଛାଡୁଣୁ ପୁଣି ସୋମବାର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପେଣ୍ଠପାଳ କୋଳଥିଆ ଆରଡି ରାସ୍ତାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading