ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ,କେନ୍ଦ୍ରାପଡାର ବିଶିଷ୍ଟ ବ୍ୟକ୍ତିବିଶେଷ ସମ୍ମାନିତ

blank
କେନ୍ଦ୍ରାପଡ଼ା,୨୧ା୪ : କେନ୍ଦ୍ରାପଡା ଜିଲ୍ଲାର ସାହିତ୍ୟ, ସଂସ୍କୃତି ଓ ସମାଜସେବା ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟବ୍ୟକ୍ତିମାନଙ୍କୁ ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହରେ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ରାଷ୍ଟ୍ରୀୟ ପୂଜ୍ୟପୂଜା ପରିଷଦ, କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ସଭାପତି ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ପୋଲିସ ଆଇ.ଜି. ରାଜକିଶୋର ଦାଶ ମୁଖ୍ୟଅତିଥି, ବିଶିଷ୍ଟ ସାରସ୍ୱତ ସାଧକ ଡ. ବାବାଜୀ ଚରଣ ପଟ୍ଟନାୟକ ବରେଣ୍ୟ ଅତିଥି, ଉତ୍କଳ ସାହିତ୍ୟ ସମାଜର ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ ମୁଖ୍ୟବକ୍ତା ଓ ସଂସଦର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କେନ୍ଦ୍ରାପଡା ଜିଲ୍ଲାର କେଶପୁର ଗ୍ରାମର ନବକିଶୋର ଦାସ, ଡେରାବିଶ ଅଞ୍ଚଳର ପ୍ରଫେସର ଗୋଲେଖ ମହାଭୋଇ, ଅମୃତମଣୋହୀର ଜଗନ୍ନାଥ ଦାସ, ଆଳିର ଡ. ଅବକାଶ ଯାଦବ, କଣ୍ଡିଆର ଯତୀନ ପାଣ୍ଡବ, ଦେଉଳତରାର ମହେଶ୍ୱର ଦାସ, ମିର୍ଜାପୁରର ଗାୟତ୍ରୀ ଦାସ, ବାଲିସାହିର ପଞ୍ଚାନନ ଦାସ, ସାତଘରିଆର ମନୋଜ କୁମାର ପରିଡା, ଅଳପୁଆର ଦିଲ୍ଲିପ କୁମାର ବିଶ୍ୱାଳ ଏବଂ କାଟଣାର କେଶବାନନ୍ଦ ବାରିକ ପ୍ରମୁଖଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ।

Next Post

ପିସିଆର ଭ୍ୟାନ୍‌କୁ ଚାପିଦେଲା ହାଇୱା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ

Tue Apr 22 , 2025
ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା କଟକ ୨୨/୪- କଟକ-ପରାଦୀପ ରାସ୍ତାର ଗତିରାଉତ ପାଟଣା ନିକଟରେ ମଙ୍ଗଳବାର ବଡିଭୋର ସମୟରେ ପୋଲିସ ପିସିଆର ଭ୍ୟାନ ସହିତ ବାଲି ବୋଝେଇ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଏସସିବିରେ ଭର୍ତି କରାଯାଇଥିବା ଜଣାଯାଇଛି। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading