ପଟ୍ଟାମୁଣ୍ଡାଇ ବନ୍ୟାଂଚଳରେ ଭାଜପା ନେତ୍ରୀ ସୁଜାତା ବାରିକଙ୍କ ଶୁଖିଲା ଖାଦ୍ୟ ବଂଟନ

blank
ପଟ୍ଟାମୁଣ୍ଡାଇ, ୨୭/୮ -ଚଳିତ ବର୍ଷର ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଂଚଳର ବହୁ ତଳିଆ ଅଂଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଯୋଗୁଁ ପୌରାଂଚଳର ୧୧ଟି ୱାର୍ଡ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକଙ୍କର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରଦ୍ୱାର ସହ ରାସ୍ତାଘାଟରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଅନେକ ପରିବାର ରନ୍ଧନ ସାମଗ୍ରୀ ଓ ପାନୀୟ ଜଳ ଅଭାବରୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏହି ଦୁର୍ଦ୍ଦିନ ସମୟରେ ବନ୍ୟାପୀଡ଼ିତଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଭାଜପାର ବରିଷ୍ଠ ନାରୀ ନେତ୍ରୀ ସୁଜାତା ବାରିକ।  ସେ ପୌରାଂଚଳର ବନ୍ୟା ପ୍ରଭାବିତ ୱାର୍ଡ ନଂ ୨ (ଷଣ୍ଢପଲି), ୱାର୍ଡ ନଂ ୧୫ (ଅଳଭା), ୱାର୍ଡ ନଂ ୮ (ବାଲିପଡ଼ା) ଓ ୱାର୍ଡ ନଂ ୪ (ନନ୍ଦିନୀ ନଗର) ଆଦି ମୁଖ୍ୟ ଗ୍ରାମଗୁଡ଼ିକରେ ଘରକୁ ଘର ବୁଲି ବନ୍ୟାପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବଂଟନ କରିଛନ୍ତି।ଖାଦ୍ୟ ସାମଗ୍ରୀ ବଂଟନ ସମୟରେ ନେତ୍ରୀ ସୁଜାତା ବନ୍ୟାପ୍ରଭାବିତ ଲୋକଙ୍କ ଦୁଃଖ-ସୁଖ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ। ସରକାରୀ ସ୍ତରରେ ରିଲିଫ୍ ଓ ସହାୟତା ପ୍ରଦାନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଏହି ବିପତି ସମୟରେ ବନ୍ୟାପୀଡ଼ିତଙ୍କ ପାଖରେ ଛିଡ଼ା ହେବା ଆମର ନୈତିକ କର୍ତବ୍ୟ ବୋଲି ସେ କହିଥିଲେ। ଏହି ରିଲିଫ୍ ବଂଟନ କାର୍ଯ୍ୟକ୍ରମରେ ବରିଷ୍ଟ କାଯ୍ୟକର୍ତା  ରବୀନ୍ଦ୍ର ବିଶ୍ୱାଳ, ପାରେଶ୍ୱର ପାତ୍ର, ଶୈଳେନ୍ଦ୍ର ପାତ୍ର, ଯୁବନେତା ସନ୍ତୋଷ ସ୍ୱାଇଁ, ସମୀର ପାତ୍ର, ଅଶୋକ ସେଠି. ସୁଶାନ୍ତ ଦାସ, ରାଜେଶ ବାରିକ ହୂରସିକେଶ ମଳିକ, ଗାଲେଖ ମଳିକ, ବସନ୍ତ ସାହୁ ସମେତ ସ୍ଥାନୀୟ ଭାଜପା କାର୍ଯ୍ୟକର୍ତା ଓ ଯୁବ ନେତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସୁଜାତା ବାରିକଙ୍କ ଏହି ସାମାଜିକ କାର୍ଯ୍ୟ ଓ ସହାୟତା ପାଇଁ ଅଂଚଳର ବନ୍ୟାପ୍ରଭାବିତ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।

Leave a Reply

Next Post

ଶ୍ରୀରାମପୁର ପଂଚାୟତରେ ବିଧାୟକଙ୍କ ରିଲିଫ ବଣ୍ଟନ

Thu Aug 27 , 2026
ପଟ୍ଟାମୁଣ୍ଡାଇ ତା ୨୭/୮-ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟା ରେ ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର ପଂଚାୟତ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ଏହି ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧୫ଦିନ ହେବ ଜଳବନ୍ଦୀ ହୋଇରହିଛି । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଶ୍ରୀରାମପୁର ପଂଚାୟତ ସ୍ଥିତି ଅଧିକ ସଂଗୀନ ହୋଇଛି । ଏହି ପଂଚାୟତର ପ୍ରାୟ କୃଷିଜୀବି । ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading