କେନ୍ଦ୍ରାପଡା ୩/୧-କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋମା ପୃଷ୍ଟିଙ୍କୁ ଭାଜପା ନେତା ଓ କର୍ମୀମାନେ ଆକ୍ରମଣ ଘଟଣାରେ ଶନିବାର ଦିନତମାମ ବ୍ଲକ ପରିସରରେ ଉତେଜନା ଲାଗିରହିଛି। ବିଡିଓଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ବିଜେଡି କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ଭାଜପା ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହିତ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ହଂସୁଆ ସେତୁ ଉପରେ ରାସ୍ତାରୋକ କରିଛନ୍ତି । ଫଳରେ ଶହ ଶହ ଗାଡି ମୋଟର ଅଟକି ରହିଛି ।
ଶୁକ୍ରବାର କେତେକ ଭାଜପା କର୍ମୀ ଆମ ସରକାର ଆମ କାମ କର ବୋଲି ବିଡିଓ ଶ୍ରୀମତୀ ପୃଷ୍ଟିଙ୍କୁ କହିଥିଲେ। ସେ ସରକାରୀ ନିୟମ ଅନୁସାରେ କାମ ହେବ ବୋଲି କହିବାରୁ ଏଠିକାର ପରାଜିତ ଭାଜପା ବିଧାନସଭା ପ୍ରାର୍ଥୀ ଲଳିତ ବେହେରା ତାଙ୍କ କର୍ମୀଙ୍କ ସହ ବ୍ଲକ କାର୍ଯ୍ୟାଳୟରେ ପଶି ଆତଙ୍କ ଖେଳାଇଥିବା ବିଜେଡି ଅଭିଯୋଗ ଆଣିଛି। ତାଙ୍କ ଟେବୁଲରେ ଥିବା କମ୍ପୁଟର ଉଠାଇ ବାଡେଇବା ପାଇଁ ଉଦ୍ୟତ ହୋଇଥବା ସିସି ଟିଭି ଭିଡିଓରୁ ଜଣାପଡିବା ଘଟଣା ମଧ୍ୟ ବୋଜେଡି କହିଛନ୍ତି । ଯେଉଁଥିପାଇଁ ରାଜନଗର ବ୍ଲକରେ ଅଚଳା ଅବସ୍ଥା ଦେଖା ଦେଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟ ଠପ ହୋଇଯାଇଛି। ଏହାକୁ ନେଇ ରାଜନଗରରେ ଉତ୍ତେଜନା ଦେଖାଦେଇଛି । ବିଜେଡି ରାସ୍ତାରୋକ କରି ପ୍ରତିବାଦ କରିଛି । ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ଅତିରିକ୍ତ ଏସପି ସମେତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମହିଳା ଅଫିସର ଏସଆଇଆର କାମ କରୁଥିବା ବେଳେ ତାଙ୍କୁ ଆକ୍ରମଣ ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେଡି ପକ୍ଷରୁ କହାଯାଇଛି । ଅପରପକ୍ଷରେ ୬ ମାସ ଭିତରେ ରାଜନଗରରୁ ୯ ଜଣ ବିଡିଓଙ୍କ ବଦଳି ହୋଇସାରିଲାଣି।
ଉଲ୍ଲେଖନୀୟ ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିତରକନିକା ଗସ୍ତରେ ଥିବାବେଳେ ରାଜନଗର ମୁଖ୍ୟ ରାସ୍ତାରେ ବିଜେଡି ପ୍ରତିବାଦ କରିବାରୁ ସେ ସେଠାରୁ ଭୁବନେଶ୍ୱର ଫେରି ଯାଇଥିଲେ।

